ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ । ଡାକ୍ତରଖାନା ନେବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।ତାଙ୍କ ଅଭିନୟରେ ଥିଲା ରାଗ, ଭାବନା, ବ୍ୟଙ୍ଗ ଓ ବାସ୍ତବତାର ଜବରଦସ୍ତ ମିଶ୍ରଣ । ‘କ୍ରାନ୍ତିବୀର’, ‘ପରିନ୍ଦା’, ‘ନାୟକ’, ‘ଅବ୍ ତକ୍ ଛପ୍ପନ୍’, ‘ୱେଲକମ୍’, ‘ଅପହରଣ’, ‘ଅଗ୍ନିସାକ୍ଷୀ’ ଭଳି ଅନେକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ।ବିଶେଷକରି ‘କ୍ରାନ୍ତିବୀର’ ଫିଲ୍ମରେ ତାଙ୍କ ଦମଦାର ଡାଏଲଗ୍ ଡେଲିଭରୀ ଆଜି ବି ସିନେପ୍ରେମୀଙ୍କ ମନରେ ତାଜା । ସେହିପରି ‘ୱେଲକମ୍’ରେ ଉଦୟ ଶେଟ୍ଟୀ ଭୂମିକାରେ ତାଙ୍କ କମେଡି ଅଭିନୟ ମଧ୍ୟ ଦର୍ଶକଙ୍କୁ ଖୁବ୍ ହସାଇଥିଲା । ନାନାଙ୍କ ଡାଏଲଗ୍ କହିବାର ଶୈଳୀ ଥିଲା ତାଙ୍କର ନିଜସ୍ୱ ପରିଚୟ ।୪ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ – ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ସେ ଏକମାତ୍ର ଭାରତୀୟ ଅଭିନେତା ।
