ଚଳିତ ବର୍ଷ ଏଲ୍ନିନୋ ଆହୁରି ଶକ୍ତିଶାଳୀ ହେବ ଏବଂ ଡିସେମ୍ବରରେ ଏହା ଚରମ ସ୍ତରରେ ପହଞ୍ଚିବ। ଏହା ୧୯୫୦ ପରଠାରୁ ଦେଖାଯାଇଥିବା ସବୁଠୁ ଶକ୍ତିଶାଳୀ ଏଲ୍ନିନୋ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଗୁରୁବାର ଚେତାବନୀ ଦେଇଛି। ଚଳିତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କେନ୍ଦ୍ରୀୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ରେକର୍ଡ ୩.୭ ଡିଗ୍ରୀ ସେଲସିୟସ୍ ଅଧିକ ରହିବା ନେଇ ଆକଳନ କରାଯାଇଛି। ବୈଜ୍ଞାନିକମାନଙ୍କ ମତରେ, ଏହି […]
ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ । ବୋମା ମାଡ ପରେ ଛାତ୍ର ସଂସଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କଲେଜ ଅଧ୍ୟକ୍ଷ । ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ସାଇନ-ଏ-ଡାଏ ଘୋଷଣା କରାଗଲା । ଏଥି ସହ ଆସନ୍ତାକାଲି ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ଗତକାଲି ରାତିରେ ପ୍ରିନ୍ସପାଲଙ୍କ ଚାମ୍ବରରେ ବୋମାମାଡ ହୋଇଥିଲା ।ଏହି ଖବର ପ୍ରିନ୍ସପାଲ ତୁତନ୍ତ ଯାଜପୁର ରୋଡ ପୋଲିସକୁ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଢ଼ା ଯୋଜନା ଅଧୀନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ସୂଚନାଯୋଗ୍ୟ ଯେ, ପୁରୀରେ ଅବଢା (Augmentation Basic Amenities and Development of Heritage and Architecture) ଯୋଜନାରେ ଜଗନ୍ନାଥ ବଲ୍ଲଭ ପିଲ୍ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ଏହା ସହିତ ମୁସା ନଦୀର ସଂପ୍ରସାରଣ ଆଦି ବିଭିନ୍ନ […]
ଏକ୍ସ-ରେଗୁଲାର୍ ଯୁକ୍ତଦୁଇ ପରୀକ୍ଷାର୍ଥୀଙ୍କ ଫର୍ମ ଫିଲ୍ଅପ୍ ଅବଧି ବଢ଼ାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ଏଣିକି ବିନା କୌଣସି ଫାଇନ୍ରେ ଆସନ୍ତା ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଫର୍ମ ଫିଲ୍ଅପ୍ କରିପାରିବେ ।ପୂର୍ବରୁ ଫର୍ମ ଫିଲ୍ଅପ୍ର ଶେଷ ତାରିଖ ୯ ଅକ୍ଟୋବର ଧାର୍ଯ୍ୟ କରାଯାଇଥିଲା । ଏବେ ଏହାକୁ ଆଉ ୩ ଦିନ ବଢ଼ାଇ ୧୨ ଅକ୍ଟୋବର କରାଯାଇଛି ।କଳା, ବାଣିଜ୍ୟ ଓ ବିଜ୍ଞାନ ସହିତ ଭୋକେସନାଲ୍ ଏବଂ କରେସ୍ପଣ୍ଡେନ୍ସ କୋର୍ସର ଏକ୍ସ-ରେଗୁଲାର୍ […]
୨୦୨୬ ମସିହାର ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ତାଙ୍କୁ ଚଳିତବର୍ଷର ସାହିତ୍ୟ ନୋବେଲ୍ ବିଜେତା ଭାବେ ଚୟନ କରାଯାଇଛି ।ନୋବେଲ କମିଟି ଅନୁଯାୟୀ, କାନାଡିୟ ଲେଖିକା ଆନ୍ କାର୍ସନଙ୍କୁ ୨୦୨୬ରେ ଏହି ପୁରସ୍କାର ପ୍ରଦାନ କରାଯିବ । ତାଙ୍କୁ ତାଙ୍କର “ଶାସ୍ତ୍ରୀୟ ପରମ୍ପରା ସହିତ ସୃଜନଶୀଳ ଆଲୋଚନାରେ ସାମିଲ ହେବା ସହିତ ସମସାମୟିକ ସାହିତ୍ୟ ପାଇଁ […]
ସ୍କୁଲରେ ଡିଜିଟାଲ ବ୍ଲାକ୍ବୋର୍ଡ ସ୍ଥାପନ ବିଲ୍ ପାସ୍ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁରଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି।ବିଦ୍ୟାଳୟ ଗୁଡ଼ିକରେ ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ ପାଇଁ ଜଣେ ପ୍ରୋପାଇଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଚନ୍ଦ୍ରଜିତଙ୍କ […]
ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଯନ୍ତ୍ରପାତି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ।ସେହିପରି ପୁରୀ ଜିଲ୍ଲାର […]
ଆସନ୍ତା ୨୫ରୁ ଭୁବନେଶ୍ୱରରୁ ପୁଣେ ଉଡିବ ଇଣ୍ଡିଗୋ ବିମାନ।ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ଆହୁରି କହିଲେ ଇଣ୍ଡିଗୋ ବିମାନ ସପ୍ତାହରେ ପ୍ରତିଦିନ ଚାଲିବ। ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା ଚାଲୁଛି ।ଏହି ନୂଆ ସେବା ଦ୍ୱାରା ଭୁବନେଶ୍ୱରରୁ ପୁଣେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଆହୁରି ଏକ ବିକଳ୍ପ ମିଳିବ। ବିଶେଷକରି ଚାକିରି, ବ୍ୟବସାୟ, ଶିକ୍ଷା ଓ ଅନ୍ୟାନ୍ୟ କାମରେ ପୁଣେ ଯାଉଥିବା ଯାତ୍ରୀ ଏଥିରୁ ଉପକୃତ ହେବେ।
ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜିଠାରୁ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।ରାଜ୍ୟରୁ ମୌସୁମୀ ବିଦାୟ ନେବା ସାଙ୍ଗକୁ ଧୀରେ ଧୀରେ ବର୍ଷାର ପରିମାଣ କମିବା ଏବଂ ରାତି ଓ ସକାଳ ସମୟରେ ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି।ବର୍ତ୍ତମାନ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। […]
ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ବା SEBCଙ୍କ ରାଜନୈତିକ ପଛୁଆପଣ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱର ଅନୁଧ୍ୟାନ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କମିଶନ । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ କୁମାର ପୃଷ୍ଟିଙ୍କୁ ସଦସ୍ୟ ଏବଂ […]
ଦିଲ୍ଲୀରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳର ଆନ୍ଦୋଳନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi) ଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉଭୟଙ୍କ ନାଁରେ FIR ରୁଜୁ କରିଛି ଦିଲ୍ଲୀ ପୋଲିସ ।ଖବର […]
ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛି । ଭୁବନେଶ୍ୱର ସ୍ଥିତ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହେଲେ । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା ଦାସଙ୍କୁ PD, R&R, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦାୟିତ୍ବ ପ୍ରଦାନ କରାଯାଇଛି ।ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତାକୁ କାମରେ ଲଗାଇ ବିଭାଗୀୟ କାର୍ଯ୍ୟକୁ ଆଗକୁ ନେବେ ବୋଲି ଆଶା କରାଯାଉଛି ।
