୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡା / ୧୦/୦୧ : ରାୟଗଡା ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଯୋଗଦାନ ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଗତ ବର୍ଷର […]

ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଲେ ମହାମହିମ

ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗ୍ୟାଲେରୀରେ ଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ଭବ୍ୟ ଆୟୋଜନ ଦେଖି ବେଶ ଖୁସି ହୋଇଛନ୍ତି ।ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି […]

ଭିଜିଲାନ୍ସ ଜାଲରେ ଏଆରଆଇ

ଭିଜିଲାନ୍ସ ଜାଲରେ ଏଆରଆଇ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ କୈଳାସ ।ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ […]

ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼,(ଓଡିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ! କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ନଷ୍ଟ ଫସଲର ଉପଯୁକ୍ତ କ୍ଷତିପୂରଣ, ତୁରନ୍ତ ପର୍ଯ୍ୟାପ୍ତ ମଣ୍ଡିଖୋଲି ଟ୩୧୦୦ ରେ […]

ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ବୁଲିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିବା ସହ ବିଭିନ୍ନ ଗ୍ୟାଲେରୀର […]

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ପିଆରଆଇ ମେମ୍ବରଙ୍କୁ ତୁରନ୍ତ ଛାଡ଼ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖାଯାଇଛି । ସେମାନ ଅଟକ ଥିବା କାରଣରୁ ଅନାସ୍ଥା ଭୋଟ୍ ବାଧାପ୍ରାପ୍ତ ହୋଇଛି । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା […]

FAQ ମାନର ଧାନ ଆଣନ୍ତୁ, ବେଶୀ ଖରାପ ହୋଇଥିଲେ ନେଇ ହେବନି: ମନ୍ତ୍ରୀ

ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି । କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି । FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ । କିନ୍ତୁ ବେଶୀ ଖରାପ ହୋଇଥିଲେ ନେଇ ହେବନି । କ୍ଷତି […]

ଆସନ୍ତା ଫେବ୍ରୁଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ ।ନିକଟରେ ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ମହାସଂଘ ସମାଲୋଚନା କରିଛି । ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ନିଯୁକ୍ତି ସୁରକ୍ଷା ସହ ସାଲିସ କରୁଛି ଏବଂ […]

ମହାନଦୀ ସାତକୋଶିଆ ଗଣ୍ଡରେ ସରିଲା କୁମ୍ଭୀର ଗଣନା । ଜାଣନ୍ତୁ କେତେ କୁମ୍ଭୀର ଅଛନ୍ତି

ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୁମ୍ଭୀର ଗଣନା ସରିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛ । ସମୁଦାୟ ୧୯ଟି କୁମ୍ଭୀର ଗଣନା ହୋଇଥିବା ସୂଚନା ମିଳିଛି । ୧୧ଟି ଘଡିଆଳ ଓ ୮ଟି ମଗର ପ୍ରଜାତିର କୁମ୍ଭୀର […]

ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ ବେଳାଭୂମିରେ ଗୁରୁବାର ମହୋଦଧି ଆଳତିର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପୁରୀ ଜଗତଗୁରୁ ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ରାଷ୍ଟ୍ର ଘୋଷଣା କରାଯାଉ। ଏହାଦ୍ବାରା ଅନ୍ୟ ୨୩ ଦେଶ ହିନ୍ଦୁ ରାଷ୍ଟ୍ର ଘୋଷଣା ହୋଇପାରିବେ ।ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ କେବଳ ଖାଇବା ପାଇଁ ନ ବଞ୍ଚି, ୨୪ ଘଣ୍ଟାରେ ଅତିକମ୍‌ରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ପାଞ୍ଚ ଥର ମହାପ୍ରଭୁଙ୍କ ଭଜନ, କୀର୍ତ୍ତନ କରିବା […]

୧୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ,୨ ଜଣ ମହିଳା ମଧ୍ୟ ଅଛନ୍ତି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ଟପ ମାଓ ନେତା CCM ଉଦୟର ଅଙ୍ଗରକ୍ଷୀ ମୁନ୍ନା ଏବଂ ସୁଖରାମ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଆତ୍ମସମର୍ପଣ […]

ବିବାହ ବିଚ୍ଛେଦ ମାମଲାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ। ରାୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ।ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୧୩(ଖ)ରେ ସମ୍ମତିକ୍ରମେ ସ୍ବାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଯଦି ଏଭଳି ମାମଲା ବିଚାରାଧୀନ ଥିବା ବେଳେ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରନ୍ତି, […]