ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେକରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସବୁକିଛି ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ […]

ରାୟଗଡ଼ାରେ ମେଧା ପାଟେକର ଅଟକ

ରାୟଗଡ଼ାରେ ମେଧା ପାଟେକର ଅଟକ । ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରାୟଗଡ଼ା ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ନିର୍ଜନ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ।ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ […]

ରେଜାଙ୍ଗାଲା ସହିଦ୍ ମାଟି କଳସକୁ ଭବ୍ୟ ସ୍ଵାଗତ।

ରାୟଗଡ଼ – ରାୟଗଡ଼ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପବିତ୍ର ରେଜାଙ୍ଗାଲା ମାଟି କଳସକୁ ରାୟଗଡ଼ ର କଲେଜ୍ ରୋଡ଼ ନିକଟସ୍ଥ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସ୍ଵାଗତ କରଯାଇଛି। ଏହି ପବିତ୍ର କଳସ କୁ କାଶିପୁର ଠାରୁ ଏକ ସୁସଜ୍ଜିତ ରଥରେ ବିରାଜମାନ କରି ବାଇକ୍ ଓ କାର ରାଲି ମାଧ୍ୟମରେ ରାୟଗଡ଼ ଅଣାଯାଇଥିଲା। ତତପରେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରି, ସଭାସ୍ଥଳରେ ପହଞ୍ଚିଥିଲା। ଅଖିଳ ଭାରତ ଯାଦବ ମହାସଭା, […]

ଆଜିର ଦିନ ଜୁନ୍ ୪ ତାରିଖ।ସରକାର ପରିବର୍ତ୍ତନକୁ ପୂରିଲା ବର୍ଷେ

ଆଜିର ଦିନ ଜୁନ୍ ୪ ତାରିଖ। ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ ବସିଥିଲା ବିଜେଡି । ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହୋଇଥିଲେ । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଥିଲା । ଆଉ ଆଜି ହେଉଛି […]

ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ଦେହଜୀବି ସହ ୧୯ ଗିରଫ

ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ରେଡ୍ ବେଳେ ଧରାପଡ଼ିଲା । ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ ।ଏହା ସହ ଉକ୍ତ ହୋଟେଲକୁ ସିଜ କରିବା ସହିତ ସେକ୍ସ ରାକେଟରେ ବ୍ୟବହାର ହେଉଥିବା ଏକ ସ୍ବିଫ୍ଟକାର ମଧ୍ୟ ଜବଦ ହୋଇଛି । ତେବେ ସେକ୍ସ ରାକେଟ ଚାଲୁଥିବା ବେଳେ ୧୦ ଜଣ ଦେହଜୀବି , ୬ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କ ସମେତ ମୋଟ ୧୯ […]

ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟର ଭିସି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୂଳପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”। ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ […]

ଜିଲ୍ଲାର  ଚଳିତ ମାଟ୍ରିକ ପରୀକ୍ଷାର ୪୪ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ଼ ସୃଜନ ଗୃହରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୪୪ ଏ-୧ କୃତୀ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ପ୍ରଦାନ କଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ  ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଦୁଇ ଅତିରିକ୍ତ […]

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ।

ରାୟଗଡ ତା:୦୪-୦୬-୨୦୨୫ରିଖ- ବିଭିନ୍ନ ନୀଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ବ୍ୟବର ଜନିତ କୁପରିଣାମ ବିଷୟରେ ଜନ ସଚେତନତା ନିମନ୍ତେ ଓଡିଶା ରାଜ୍ୟ ଅବକାରୀ ବିଭାଗର ନିର୍ଦେଶ କ୍ରମେ ଆଜି ଏକ ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ଗସ୍ତ କରି ଆଜିଠାରୁ ୧୦ଦିନ ଧରି ଲୋକଙ୍କୁ ସଚେତନ କରିବ l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ […]

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ। ଏବେ ଦୁହେଁ କଲେ ଆତ୍ମହତ୍ୟା ।

ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଠାବ ହୋଇଛି ।ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଦମ୍ପତି ପ୍ରାଣ ହାରିଛନ୍ତି, ତାହା ଅସ୍ପଷ୍ଟ ଅଛି ।ଦେଢ଼ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ। ମୃତକ ହେଲେ […]

୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ।

ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ।ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତି ଭିତ୍ତିକ ଜନଗଣନା […]

ଏଣିକି ଲଘୁ ଖଣିଜର ଦାୟିତ୍ବ ତୁଲାଇବ ରାଜସ୍ବ ବିଭାଗ: ମୁଖ୍ୟମନ୍ତ୍ରୀ

ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଇ-ଟ୍ରାନ୍‌ଜିଟ୍‌ ପାସ୍‌ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଟିପି ବା ଟ୍ରାନ୍‌ଜିଟ୍‌ ପାସ୍ ବିନା […]

ପୁରୀ ଜଗନ୍ନାଥ ଧାମରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍‌

ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ସୁପର ପ୍ରିମିୟମ ବସ ସେବା ଆଜି ଆରମ୍ଭ ହୋଇଛି । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍‌ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଗତକାଲି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ […]