ଏକ୍ ପେଡ୍ ମାଆ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ । ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଯିବ। ଦେଶବାସୀ ବିଶେଷ ଭାବେ ଛାତ୍ରଛାତ୍ରୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ […]
ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାପରେ ଆହୁରି ୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି । ସେହିପରି […]
ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ଫୋପାଡ଼ିଥିଲେ ଗୋଟିଏ ପରେ ଗୋଟିଏ ଚେୟାର।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟ ଆଙ୍କୁଶପୁରରେ । ମା’ ଦକ୍ଷିଣକାଳୀ ଯାତ୍ରା କମିଟି ପକ୍ଷରୁ ଏକ ଅପେରା ଆୟୋଜିତ କରାଯାଇଥିଲା । ମଉଡମଣୀ ଗୌରୀ ଗଣନାଟ୍ୟରେ […]
କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଗୁପ୍ତ କାରଖାନାଟି ପ୍ରସିଦ୍ଧ ଇଞ୍ଜିନ ଅଏଲ ବ୍ରାଣ୍ଡଗୁଡ଼ିକର ନାମ ଏବଂ ଲୋଗୋ ଦୁରୁପଯୋଗ କରି ଚାଲିଥିଲା ଏବଂ ଅଜାଣତ ଗ୍ରାହକମାନଙ୍କୁ ନକଲି ଇଞ୍ଜିନ ଅଏଲ ଏବଂ ଆକ୍ସେସୋରୀଜ ବିକ୍ରି କରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏବଂ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ପ୍ରାଥମିକ […]
ଲାଞ୍ଚ ନେଇ ଧାରା ପଡିଲେ ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ 10ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ।ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ତାଙ୍କର ବାସଭବନ […]
ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ମେୟରଙ୍କ କହିବା ଅନୁସାରେ , ପୂରା ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କର୍ପୋରେଟର ମାନଙ୍କର ଏକ ଟ୍ରେନିଙ୍ଗ ସେସନ୍ କରାଯାଇଛି । ନିଜ ନିଜ ୱାର୍ଡରେ କିଭଳି ଲୋକଙ୍କୁ […]
ଖାକିରେ ଲାଗିଲା ଦାଗ । ରକ୍ଷକ ସାଜିଥିବା ପୋଲିସ ନିଜେ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା । ସୂଚନା ଅନୁସାରେ ଆଦିବାସୀପଡ଼ାର ଜଣେ ୧୪ ବର୍ଷିୟ ନାବାଳିକା ସମ୍ପର୍କରେ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ ନେଇ କନଷ୍ଟେବଳ ଜଣଙ୍କ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିନ୍ତୁ ନାବାଳିକା ଜଣକ ଉପସ୍ଥିତ ବୁଦ୍ଧି ଲଗାଇ […]
ମହିଳାଙ୍କ ସୁରକ୍ଷା ପାଇଁ କଲେଜ ଗୁଡିକରେ ସ୍ବତନ୍ତ୍ର ସେଲ୍। ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ। କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ଗୁରୁତ୍ୱ। ୟୁଜିସି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ସେଲ୍ ଗଠନ କରିବେ। ଏପଟେ କାର୍ଯ୍ୟରତ ମହିଳାଙ୍କ ପାଇଁ ମଧ୍ୟ ଗଠନ ହେବ ଏକ ସ୍ଵତନ୍ତ୍ର ମହିଳା ସେଲ୍। ଅନ୍ୟପଟେ ଏହି ମହିଳା ସେଲ୍ ସମ୍ପୂର୍ଣ୍ଣ ଭାବେ କଲେଜର କର୍ତ୍ତୃପକ୍ଷଙ୍କ […]
ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ କମିକମି ଯାଉଛି । ତୁଳସୀ ଗଛ ଅମ୍ଳଜାନ ଦେଉଥିବାରୁ ଏହାକୁ ଯେତେ ଅଧିକ ରୁ ଅଧିକ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲଗାଯିବ ।ମନ୍ତ୍ରୀ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ସମୟରେ ହଜାର ହଜାର […]
୧୦କୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଲାଙ୍କ ଅନ୍ତରୀକ୍ଷ ମିଶନ । ୧୦ ତାରିଖରେ ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ। ପୂର୍ବରୁ ମଧ୍ୟ ସ୍ପେଶ୍ ମିଶନ ତାରିଖ ଘୁଞ୍ଚାଯାଇଥିବାବେଳେ ଏବେ ଦ୍ବିତୀୟ ଥର ପାଇଁ ତାରିଖରେ ପରିବର୍ତ୍ତିନ କରାଯାଇଛି। କ୍ବାରେଣ୍ଟାଇନ୍ ପ୍ରୋଟୋକଲ ପାଇଁ ଘୁଞ୍ଚିଲା ତାରିଖ ।ମହାକାଶଚାରୀ ଶୁଭାଂଶୁ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ ଏବଂ ISROର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିବା ଚାରି […]
ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ ଏବଂ ଅନେକ ଡ୍ରୋନ ଧ୍ୱଂସ କରିଛି ବୋଲି ଅପରେସନ ସହ ଜଡ଼ିତ ଉଚ୍ଚ ସ୍ତରୀୟ ସୂତ୍ରରୁ ଜଣାପଡ଼ିଛି।ସୂତ୍ର ଅନୁଯାୟୀ, ଅପରେସନାଲ ଡାଟାର ଟେକ୍ନିକାଲ ଆନାଲିସ୍ରେ ଜଣାପଡ଼ିଛି ଯେ ବିମାନ ଯୁଦ୍ଧ ସମୟରେ ପାକିସ୍ତାନ ବାୟୁସେନାର […]
ପରିବର୍ତ୍ତନ ହେଲା ବନ୍ଦେ ଭାରତର ବନ୍ଦ ରହିବା ତାରିଖ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଆଉ ଶନିବାର ଦିନ ବନ୍ଦ ରହିବନି । ଏହି ବାରକୁ ପରିବର୍ତ୍ତନ କରାଯାଇ ମଙ୍ଗଳବାର କରାଯାଇଛି । ଏଣିକି ଶନିବାର ବଦଳରେ ମଙ୍ଗଳବାର ବନ୍ଦ ରହିବ ବନ୍ଦେ ଭାରତ ।ଟ୍ରେନଟି ଜୁନ୍ ୭, ୨୦୨୫ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। ତେବେ କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ। […]
