କଟକ ରେଳ ଷ୍ଟେସନରେ କନଷ୍ଟେବଳଙ୍କ ସାହସିକତା, ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଛନ୍ତି କନଷ୍ଟେବଳ ଟୁଲୁ ବେହେରା। ଜଣେ ୪୪ ବର୍ଷୀୟ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବାରୁ ରକ୍ଷା କରିଥିଲେ।ଘଟଣା ଅନୁଯାୟୀ, ମହମ୍ମଦ ମୁଜାହିର କିଶନଗଞ୍ଜ ଅଭିମୁଖେ ଯାଉଥିବା ଟ୍ରେନ ନଂ. ୨୨୫୦୩ (କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସ)ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନଟି ଗତିଶୀଳ ଥିଲା। ଏହି ସମୟରେ ସେ ଟ୍ରେନର ପାହାଚରୁ ଖସି ପ୍ଲାଟଫର୍ମ ଓ ଟ୍ରେନର ଚକ ମଧ୍ୟରେ ଆସି ମରଣାନ୍ତକ ବିପଦରେ […]

ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ସୁରକ୍ଷା ନେଇ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। କେନ୍ଦ୍ରାଞ୍ଚଳ ପୁଲିସ ଆଇ ଜି ପ୍ରବୀଣ କୁମାର ଜୁନ୍‌ ୫ ଅର୍ଥାତ୍‌ ଗୁରୁବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ସୂଚନାମୁତାବକ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ପୁଲିସ ଅଧିକାରୀ ମଧ୍ୟ ମୁତୟନ ହେବେ । ସ୍ନାନ […]

ଚଳିତ ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ।

ଚଳିତ ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ । ଏନେଇ ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ […]

ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର ।

ଟିଏମସି ସାଂସଦଙ୍କୁ ବାହା ହେଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।ସମ୍ପୂର୍ଣ୍ଣ ଉତ୍ସବ ୨୦୨୫ ମେ ୩ରେ ହୋଇଥିଲା। ଜାତୀୟ ଗଣମାଧ୍ୟମ ଦି ଟେଲିଗ୍ରାଫରେ ତାଙ୍କ ବିବାହର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ଏଥିରେ ପିନାକୀ ମିଶ୍ରଙ୍କ ସହିତ ଦେଖାଯାଇଛନ୍ତି ମହୁଆ ମୋଇତ୍ର। ତାଙ୍କ ଫଟୋ ବ୍ୟାକଗ୍ରାଉଣ୍ଡରେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ […]

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର ।୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡିଲେ।

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ପୁରୀ ପ୍ରାଣୀ ଚିକିତ୍ସାଳୟ ସେକ୍ସନ ଅଫିସର ମନୋଜ ମହାନ୍ତି । ଇଲେକ୍ଟ୍ରି ଗାଡି କରାଇବାକୁ ଲାଞ୍ଚ ନେଇ ଧରାପଡିଲେ ।  ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ । ସୁଚନା ଅନୁଯାୟୀ ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV (ବୈଦ୍ୟୁତିକ ଯାନ) ଅଗ୍ରୀମ ଡ୍ର’ କରିବା ପାଇଁ SDVOର ଅଧିକାରୀ ରେଞ୍ଚର ଜଣେ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ଦାବି କରୁଥିବା ଏବଂ […]

ଆସନ୍ତାକାଲିଠୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଓଡ଼ିଆ ସହ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ ।

ଆସନ୍ତାକାଲିଠୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଓଡ଼ିଆ ସହ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ ।୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମାର ପ୍ରମୁଖ ବ୍ୟକ୍ତିତ୍ୱ ।  ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ ।ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ୨୦୨୪ରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ପ୍ରଥମ ସଂସ୍କରଣ କରାଯାଇଥିଲା […]

ଘରେ ପଶି ଶାଳୀକୁ ହାଣି ହତ୍ୟା କଲା ଭିଣୋଇ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ ।ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।  ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତକ ଚଢେୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଚଢ଼େୟା ପଲ୍ଲୀ ଗ୍ରାମର ବିଜୟଲକ୍ଷ୍ମୀ ତ୍ରିପାଠୀ ଘରେ ଏକା ଥିଲେ । ଏହି ସମୟରେ ଭିଣୋଇ ହଠାତ୍‌ ଘର ଭିତରକୁ […]

ଅବସର ପରେ ସରକାରୀ ପଦ ଗ୍ରହଣ ଓ ନିର୍ବାଚନ ଲଢ଼ିବା ଅନୁଚିତ- CJI 

ଅବସର ପରେ ସରକାରୀ ପଦ ଗ୍ରହଣ ଅନୁଚିତ । ଖାଲି ପଦ ଗ୍ରହଣ ନୁହେଁ ବରଂ ନିର୍ବାଚନ ଲଢ଼ିବା ଅନୁଚିତ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭୂଷଣ ଆର୍‌ ଗୱାଇ ଏହା କହିଛନ୍ତି । ଏଭଳି ଅଭ୍ୟାସ ‘ଗୁରୁତ୍ୱପୂର୍ଣ୍ଣ ନୈତିକ ଚିନ୍ତା’ ସୃଷ୍ଟି କରିବା ସହ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ  ସତର୍କ କରାଇ ଦେଇଛନ୍ତି। ମଙ୍ଗଳବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସ୍ୱାଧୀନତା ଉପରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ରାଉଣ୍ଡଟେବୁଲ […]

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଓଡ଼ିଶା ଆସିବା ନେଇ PMO ପକ୍ଷରୁ ସୂଚନା ମିଳିଛି । 12 ତାରିଖକୁ ମୋହନ ସରକାରଙ୍କୁ ପୁରୁଛି ବର୍ଷେ । ଏନେଇ ଜନତା ମଇଦାନରେ ହେବ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । 11 ରୁ 13 ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ ।

ଆଜି ବିଶ୍ୱ ପରିବେଶ ଦିବସ।

ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ  ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା।ଆଜିକାଲିର ପରିସ୍ଥିତିରେ ଆମ ପରିବେଶ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ତାହାର କଳ୍ପନା କରାଯାଇ ନ ପାରେ । କିଛି ବର୍ଷ ପୂର୍ବେ ମଣିଷର ପରମାୟୁ ୧୦୦ବର୍ଷରୁ ଉର୍ଦ୍ଧ୍ବ ଥିବାବେଳେ ବର୍ତ୍ତମାନ ତାହା ୬୦ରୁ ୬୫ ବର୍ଷକୁ ଖସିଆସିଛି ।ଅହେତୁକ […]

ଆଜି କାଳବୈଶାଖୀ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି

ପାଗରେ ଅସ୍ବାଭାବିକ ପରିବର୍ତ୍ତନ । ଦିନରେ ଗରମ, ଅପରାହ୍ଣରେ ବର୍ଷା । ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଥିବାବେଳେ ଅପରାହ୍ଣରେ ହଠାତ ପାଗରେ ପରିବର୍ତ୍ତନ ଆସୁଛି । ଆଜି କାଳବୈଶାଖୀ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା ଏବଂ କୋରାପୁଟ […]

ଆଜି ଆସିବ ପୋଷ୍ଟମୋର୍ଟମ ରିପୋର୍ଟ, ୬ ରୋଗୀଙ୍କ ମୃତ୍ୟୁ କାରଣ ଜଣାପଡ଼ିବ।

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସିତ ହେଉଥିବା ୬ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଘଟଣା। ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି । ସେହିପରି SCBର ଆଉ ଦୁଇ ଜଣ ମେଡିକାଲ ଯିବେ। ତଦନ୍ତ ପରେ ଆଜି ଆସିବ DMETଙ୍କ ଯାଞ୍ଚ ଓ ପୋଷ୍ଟମୋର୍ଟମ […]