ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର MPC ବୈଠକର ଫଳାଫଳ ଆସିଛି। ପୁଣି ଥରେ ଏକ ବଡ଼ ଆଶ୍ୱସ୍ତି ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । RBI ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରିଛି। ଏହାକୁ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସ ପରେ, ରେପୋ ହାର ଏବେ ୬ ପ୍ରତିଶତରୁ ୦.୫ ହ୍ରାସ ପାଇ ୫.୫୦% ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା […]
ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛ। ଗୋଳନ୍ଥରା ଥାନା ଅଞ୍ଚଳର ଏକ ଗ୍ରାମର ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ ଦୁଇଦିନ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଗଣବଳାତ୍କାର କରିଥିବା ନେଇ ଗୁରୁବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ । ସୂଚନାମୁତାବକ ଗୋଳନ୍ଥରା ଥାନା ଅଞ୍ଚଳର ଏକ […]
ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଛି ମନ୍ତ୍ରୀଙ୍କ ଗାଡ଼ି । ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।ମନ୍ତ୍ରୀ ଫେରିବା ବେଳେ ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ହୋଇଥିବା କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା […]
ଆଜି ରୁକ୍ମିଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ । ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯିବ । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଅପରାହ୍ନ ୧ ଟା ରୁ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ […]
ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍ଧମପୁର-ଶ୍ରୀନଗର-ବାରାମୁଲା ରେଲୱେ ଲିଙ୍କ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ହୋଇଥିବା ଏହି ବ୍ରିଜ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଯାତାୟତକୁ ସହଜ କରିବ । ଭାରତର କୁତବ ମିନାର ଓ ପ୍ୟାରିସର ଆଇଫେଲ ଟାୱାର ଠାରୁ ଉଚ୍ଚ ଚେନାବ ରେଲୱେ ବ୍ରିଜର ଉଚ୍ଚତା ଚେନାବ ନଦୀ ଶଯ୍ୟା ଠାରୁ ୩୫୯ ମିଟର ବା ୧୧୭୮ ଫୁଟ […]
ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭୁବନେଶ୍ୱରର ଲୋକସେବା ଭବନରେ ପୂର୍ବାହ୍ନ 10ଟାରୁ ଏହି ବୈଠକ ଆରମ୍ଭ ହେବ। । ବିଭିନ୍ନ ବିଭାଗ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିଭଳି ଆଗକୁ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବାକୁ ଥିବାରେ କିଛି ବଡ଼ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି।
ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସୁଚିତ୍ରା ଫ୍ରାନ୍ସର ରାଜଧାନୀରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଶଟପୁଟ ଏଫ୫୪/ଏଫ୫୫ ବର୍ଗରେ ୫.୪୩ ମିଟର ଥ୍ରୋ ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ସୁଚିତ୍ରା ପ୍ୟାରିସ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଜାଭେଲିନ୍ ଏଫ୫୫ ବର୍ଗରେ ୧୭.୯୮ ମିଟରର ବ୍ୟକ୍ତିଗତ […]
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳପତ୍ର ଆଗାମୀ ସପ୍ତାହରେ ଓଡ଼ିଶାରେ ସ୍ଥାପନ କରାଯିବ, ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋନ୍ଦ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ […]
ଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ 18ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।ଏହାକୁ ନଜରରେ ରଖି ଛାତ୍ର ଏବଂ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରୀଷ୍ମ ଛୁଟି ପରେ ସ୍କୁଲଗୁଡ଼ିକରେ ଓଡ଼ିଶା ସରକାର ସୁରକ୍ଷା ପ୍ରୋଟୋକଲ୍ ଲାଗୁ କରିବେ। ସ୍କୁଲଗୁଡ଼ିକ ପୁଣି ଆରମ୍ଭ ହେବା ପରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କୋଭିଡ୍-୧୯ ସୁରକ୍ଷା ବ୍ୟବସ୍ଥା ପାଳନ କରିବାକୁ […]
ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଇ-ଆଧାର ବ୍ୟବହାର କରିବାକୁ ପଡ଼ିବ |ଏହି ମାସ ଶେଷରୁ, ସମସ୍ତ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରାଯିବ । ଯାହା ଦ୍ୱାରା ସ୍କେଲପିଂ, ବଟ୍ ଅପବ୍ୟବହାର ଦୂର ହୋଇପାରିବ ଏବଂ ଯାତ୍ରୀଙ୍କ ପାଇଁ ଏହାକୁ ସହଜ, ଦ୍ରୁତ, ନିରପେକ୍ଷ ଏବଂ ଠକେଇମୁକ୍ତ କରାଯାଇପାରିବ। […]
ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ଗୁରୁବାର ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟ ସରକାର ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି।ଓଡ଼ିଶାରେ ୫୬୦ ବର୍ଗ କିଲୋମିଟର ଅଞ୍ଚଳ ବୃଦ୍ଧି ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ […]
ନୟାଗଡ଼,(ଓଡ଼ିଶା ଦର୍ପଣ) : ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲାସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଭାସିନୀ ନନ୍ଦଙ୍କ ସଭାପତିତ୍ବରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ଶିବିରକୁ ସଚିବ ଶ୍ରୀମତୀ ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବିଶ୍ଵ ପରିବେଶ ଦିବସ ପାଳନ କରିବାର […]
