ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ବା ଇଣ୍ଡିଆନ ବାଇସନ ଗଣନା ଶେଷ ହୋଇଛି । ମେ’ ୧୧ରୁ ୧୩ ତାରିଖ ୩ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା କରାଯାଇଥିଲା । ସମ୍ପୃକ୍ତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।ଚଳିତ ବର୍ଷ ଗଣନାରୁ ଡେବ୍ରିଗଡ଼ରେ ୭୮୮ଟି ଗୟଳ ଥିବା ଜଣାପଡ଼ିଛି। ଏଥିରେ ୨ ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ଟି ନବଜାତ ଅଛନ୍ତି। ଅର୍ଥାତ ଡେବ୍ରିଗଡ଼ରେ ଥିବା ସମୁଦାୟ […]
ସାରା ରାଜ୍ୟରେ ଗରମ ଓ ଗୁଳୁଗୁଳି । ଆଜିଠୁ ଆହୁରି ବଢ଼ିବ ତାତି । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୫ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ […]
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା। ମଧ୍ଯାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ । ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ […]
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବରିଷ୍ଠ ସାମାଜିକ କର୍ମୀ ଏଚଏମ ଭେଙ୍କଟେଶ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି ।ତଦନ୍ତ ଆଗକୁ ବଢୁଥିବାରୁ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । ତେବେ ପୁଲିସ କହିଛି, ଏହାର ନିରପେକ୍ଷ ଯାଞ୍ଚ କରାଯିବ । […]
ରାଜ୍ୟରେ ଜଙ୍ଗଲର ସଂଖ୍ୟା ବଢୁଛି ଏବଂ ବନ୍ୟଜନ୍ତୁଙ୍କୁ ମଧ୍ୟ ଦିଆଯାଉଛି ସୁରକ୍ଷା । ହେଲେ ଜଙ୍ଗଲରେ ଶିକାର ମଧ୍ୟ ବଢୁଛି । ତେବେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନିୟମକୁ ଆହୁରି କଡାକଡି କରିବାକୁ ଯାଉଛନ୍ତି ।ଶିକାରୀଙ୍କୁ ଜଗିବା ପାଇଁ ଜଙ୍ଗଲ ମଧ୍ୟରେ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ବନ ବିଭାଗ କର୍ମଚାରୀ ଦିନରାତି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ହେଲେ ଅନେକ ସମୟରେ ଶିକାରୀମାନଙ୍କ ଅସ୍ତ୍ର ଆଗରେ ହାର ମାନୁଛନ୍ତି […]
ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁରେ ଘଟିଛି ଏହି ଘଟଣା ସୂଚନାମୁତାବକ ସବୁଦିନ ପରି ନଦୀକୁ ଗାଧୋଇବାକୁ ଯାଇଥିଲା ନାବାଳକ । ଗାଧୋଇବା ସମୟରେ ହାତରୁ ଖସି ପାଣିରେ ପଡିଯାଇଥିଲା ସାବୁନ୍ । ଆଉ ସାବୁନ୍ ଟିକୁ ବାହାର କରୁଥିବା ସମୟରେ ନଦୀ ଭିତରେ ଥିବା ପଥର ସନ୍ଧିରେ ଫସି ରହିଗଲା ନାବାଳକର ହାତ […]
କୋଭିଡ୍ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ରଥଯାତ୍ରା ପାଇଁ କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକଙ୍କୁ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଆହୁରି କୁହାଯାଇଛି ଯେ, ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ହାତ ଧୋଇବା, ସ୍ୱଚ୍ଛ […]
କାଳବୈଶାଖୀ ସତ୍ତ୍ବେ କଲବଲ କରୁଛି ତାତି । ଆସନ୍ତାକାଲିଠୁ ଆହୁରି ଜାଳିବ । କିଛି ସ୍ଥାନରେ ୪୩ ଡିଗ୍ରୀ ଛୁଇଁପାରେ ପାରଦ। ତେବେ ଆଜି ଅପରାହ୍ନ ସୁଦ୍ଧା କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।ତେଣୁ ଏହିସବୁ […]
କୋରାପୁଟ କୋଟିଆକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଗତ ୨୪ ବର୍ଷର ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସୀମା ବିବାଦ ତୁଟିପାରି ନାହିଁ । ଏବେ ନୂଆ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ […]
ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି ।ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୩ ରେ ହେବ ।ସୁପ୍ରିମକୋର୍ଟ ଏହି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫ ଜୁନ୍ ୨୦୨୫ରେ ୨ଟି ସିଫ୍ଟରେ ଆୟୋଜିତ ହେବାର […]
ସିଏମ୍ ଅଫିସ କର୍ମଚାରୀ ପରିଚୟ ଦେଇ ଭୁବନେଶ୍ଵରରେ ଟଙ୍କା ଆଦାୟ କରିବା ସହିତ ବଦଳିର ଧମକ ମିଳୁଛି । ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନ ଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଠକି ନେଇଛି ଜଣେ ବ୍ୟକ୍ତ | ଏନେଇ ଗତ ୩ ତାରିଖରେ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ । ସୂଚନାମୁତାବକ ପ୍ରତାପ କୁମାର ହରିପାଲ […]
ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ […]
