ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ ।କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳରେ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟର […]
ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ […]
ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ।ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, […]
ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟୋପରାଗ ହେଉଥିବାବେଳେ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍ୟାନୀ ଡ. ଶୁଭେନ୍ଧୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟ୍ଲାଣ୍ଟିକ୍ ମହାସାଗର ଅଞ୍ଚଳରେ ଦେଖାଯିବ। ଏହା ଭାରତରୁ ଦୃଶ୍ୟମାନ ହେବ […]
ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଏଥିପାଇଁ ୧୬୩ ଧାରା ଲାଗୁ କରାଯାଇଛି । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି । ଏହାସହିତ ଏହି ଉଚ୍ଛେଦ କାମରେ ୨ ଅତିରିକ୍ତ ଏସ୍ପି, ୨ ଏସ୍ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି […]
ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି l ଇଂରାଜୀ ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି lଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି […]
ଓଡ଼ିଶାରେ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଟି ସେକ୍ଟରରେ ୪ ହଜାର ୨୨୨ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ ମିଳିଛି। ରାଜ୍ୟର ୧୧ଟି ଜିଲାରେ ଏସବୁ ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେଲେ ୧୪ ହଜାର ୪୯୭ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଛନ୍ତି। ଗ୍ରାଚୁଇଟି ରାଶି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ମଧ୍ୟ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। […]
ରାୟଗଡ:-ତା. ୦୧/୦୧- ଆଜି ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟାୱରୀ ସଡ଼କ ସୁରକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଜାନୁଆରୀ ଆଜି ଠାରୁ ଜାନୁଆରୀ ଆସନ୍ତା ତା.୭ରିଖ ଯାଏଁ ଜିଲ୍ଲାରେ ପାଳନ କରାଯିବ l ଏହି ରଥ ଜିଲ୍ଲାର ପ୍ରମୁଖ ସ୍ଥାନକୁ ଯାଇ ସଚେତନତା କରିବ l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି […]
ଟ୍ୱିନ୍ ସିଟିରେ ଘଟୁଥିବା ଅପରାଧକୁ ନେଇ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ରିପୋର୍ଟ । ଭୁବନେଶ୍ୱର ୟୁପିଡ଼ିରେ ୨୦୨୩ ମସିହାରେ ୧୧ ହଜାର ୯୭୫ ଟି କେସ ରୁଜୁ ହୋଇଥିବା ବେଳେ ୨୦୨୪ ରେ ୧୪ ହଜାର ୪୧୬ ଟି କେସ ରୁଜୁ ହୋଇଛି । ୨୦୨୩ ରେ ୫୨ ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୬୬ ରେ ପହଞ୍ଚିଛି । ଡକାୟତି, ଲୁଟ, ଚୋରି ଭୁବନେଶ୍ୱର ରେ ଏବର୍ଷ […]
ନୂଆ ବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ବର୍ଷର ପ୍ରଥମ କ୍ୟାବିନେଟରେ ମିଳିଲା ଖୁସି ଖବର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ ଏବଂ ସେମାନେ ସାର ଉପରେ ଅଧିକ ସବସିଡି ପାଇପାରିବେ। […]
ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୩ ବ୍ୟାଚ୍ର ୩ ଜଣ ଆଇପିଏସ୍ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ୍ ବିନୟତୋଷ ମିଶ୍ର, ଆଇପିଏସ୍ ଆର.ପି. କୋଚେ […]
