ରାଗିଂ ଅଭିଯୋଗରେ ଆଇନ ଛାତ୍ରଙ୍କୁ ଅଭିନବ ଦଣ୍ଡ, ଅନାଥାଶ୍ରମରେ ସପ୍ତାହେ ପଢ଼ାଇବେ

ରାଗିଂ ଅଭିଯୋଗ ମାମଲାରେ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ । ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।ସୂଚନାମୁତାବକ ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଥିବା ନେଇ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ […]

ଶ୍ରୀମନ୍ଦିରକୁ ଏଟିଏମ୍ ମାଧ୍ୟମରେ ଦାନ ୨୦୧୫ରୁ ବନ୍ଦ

ବିଶ୍ଵରେ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ରହିଛନ୍ତି। ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦାନ ଆକାରରେ ଆସୁଛି ହେଲେ ଶ୍ରୀକ୍ଷେତ୍ରରୁ ଦୂରରେ ବିଭିନ୍ନ ଜିଲାରେ ରହୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଏବଂ ସରଳରେ ଦାନ ଦେବାର କୌଣସି ବ୍ୟବସ୍ଥା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସଞ୍ଚାର ମାଧ୍ୟମରେ ଦାନ ଦେବାର ବ୍ୟବସ୍ଥା ରହିଛି। ଏହି ପଦ୍ଧତି ଜଟିଳ ହେବା ସହ ଏହା ମାଧ୍ୟମରେ ବର୍ତ୍ତମାନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅପରପକ୍ଷରେ […]

ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରନ୍ନଭଣ୍ଡାର ମରାମତି ସ୍ଥଗିତ

ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି । ଆସନ୍ତା ୧୬ ତାରିଖାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ ।ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର […]

ବୈକୁଣ୍ଠଧାମ ଆଶ୍ରମ : ଅନ୍ତରୀଣ ସୁରକ୍ଷା ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ । ସରକାରୀ ଅନୁମତି ପତ୍ର ନକଲି ଥିବା ଦର୍ଶାଇ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହା ଉପରେ ଫେବୃୟାରୀ ୩ ତାରିଖରେ କୋର୍ଟରେ ଜବାବ୍ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଫେବୃୟାରୀ ୩ ତାରିଖକୁ ଧାର୍ୟ୍ୟ କରିଛନ୍ତି ଉଚ୍ଚ ଅଦାଲତ।

ଦଶପଲ୍ଲା ବିଧାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ:ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନେଇ ଆଜି ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।।ଏହି ପ୍ରସ୍ତୁତି ବୈଠକ ରେ ୧୮ ତାରିଖ ପୂର୍ବରୁ ସ୍ମରଣିକା ରେ ପ୍ରକାଶ ପାଇବାକୁ ଥିବା ଲେଖା ଯାହାକି […]

ସିଂହନାଥ ପୀଠରେ ମକର ମେଳା,ସେତୁ ଉପରେ ଚାଲିବନି ଯାନବାହାନ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଆଠଗଡ ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ଚାଲିବ । ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୬ ପର୍ଯ୍ୟନ୍ତ ମକର ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ କଟକ ସମେତ ଏହାର ଆଖପାଖ ଜିଲ୍ଲାମାନଙ୍କରୁ ପୂଜା ଅର୍ଚ୍ଚନା ନିମନ୍ତେ ଦୁଇ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି ।ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା […]

ହଂସିକା ଓ ଅନୀଲଙ୍କ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ

ଖୋଲୁଛି ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ମୁଖା। ପ୍ରତିଦିନ ମିଳୁଛି ପୂଳା ପୂଳା ଫ୍ଲାଟ୍‌। ଯେଉଁ ଇମ୍ପୋର୍ଟେଡ୍‌ କମ୍ପାନୀ ଖୋଜିବ, ସେ ବ୍ରାଣ୍ଡର ଦାମୀ କାର ମିଳୁଛି। ତା’ସଙ୍ଗକୁ ହାଇପ୍ରୋଫାଇଲ ଲାଇଫ୍‌ ଷ୍ଟାଇଲ୍‌। ୫୦ ଲକ୍ଷ ଉଡ଼ାଇ ବାର୍ଥ ଡେ’ ସେଲିବ୍ରେସନ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସମ୍ପତ୍ତି ୧୦୦ କୋଟି ଅତିକ୍ରମ କଲାଣି। ଯେଉଁଥିରେ ରହିଛି ଦାମୀ ପ୍ଲଟ୍‌, ନାମୀଦାମୀ କାର୍‌।ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିକା […]

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡା / ୧୦/୦୧ : ରାୟଗଡା ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଯୋଗଦାନ ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଗତ ବର୍ଷର […]

ପ୍ରବାସୀ ଭାରତୀୟ ସମ୍ମେଳନୀର ବିଭିନ୍ନ ଷ୍ଟଲ ବୁଲିଲେ ମହାମହିମ

ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗ୍ୟାଲେରୀରେ ଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ଭବ୍ୟ ଆୟୋଜନ ଦେଖି ବେଶ ଖୁସି ହୋଇଛନ୍ତି ।ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ୍‌ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି […]

ଭିଜିଲାନ୍ସ ଜାଲରେ ଏଆରଆଇ

ଭିଜିଲାନ୍ସ ଜାଲରେ ଏଆରଆଇ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ କୈଳାସ ।ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ […]

ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼,(ଓଡିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ! କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ନଷ୍ଟ ଫସଲର ଉପଯୁକ୍ତ କ୍ଷତିପୂରଣ, ତୁରନ୍ତ ପର୍ଯ୍ୟାପ୍ତ ମଣ୍ଡିଖୋଲି ଟ୩୧୦୦ ରେ […]

ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ବୁଲିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିବା ସହ ବିଭିନ୍ନ ଗ୍ୟାଲେରୀର […]