ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବୁଲେଟ ଫାଇଆର ସେଫ୍ଟି ଯାନ। ଏହି ଅତ୍ୟାଧୁନିକ ବୁଲେଟରେ ୨ ଟି ପାଣି ସିଲିଣ୍ଡର ସହ ୨ ଟି ଗ୍ୟାସ ସିଲିଣ୍ଡର ମଧ୍ୟ ରହିଛି। ଯାହା ଦ୍ଵାରା କୌଣସି ଅସୁବିଧାରେ ୩୦ ମିଟର ଲମ୍ବା ପାଇପ ଦ୍ଵାରା ପାଣି ଛଡ଼ା ଯାଇପାରିବ । ଏହି ୩୦ ମିଟର ପାଇପରେ ୱାଟର ଗନ ରହିଛି ଯେଉଁଥିରେ ୨ଟି ଭିନ୍ନ ଭିନ୍ନ ୱାଟର ନଜେଲ ରହିଛି। ଯାହାକି ଭିନ୍ନ ଭିନ୍ନ ନିଆଁକୁ ଆୟତ୍ତ କରିବାରେ […]
୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SPଙ୍କ ନିକଟରେ ନଅ ଜଣ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣ ମହିଳା ମାଓବାଦୀ ସମେତ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ବୁର୍କାପାଲ ଘଟଣା ସମେତ ଅନେକ ଘଟଣାରେ ସମ୍ପୃକ୍ତ ଥିଲେ । ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ […]
ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ତେବେ ୧୧ ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ ଯୁବ ଦିବସ ମଡେଲ ଡିଗ୍ରୀ କଲେଜଠାରେ ଯୁବ ରେଡକ୍ରସ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇ ଯୁବ ରେଡକ୍ରସ୍ ଅଧିକାରୀ ଡକ୍ଟର ଜୟରାମ ସିଂ ସାମଲ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିବେକାନନ୍ଦଙ୍କର କାର୍ଯ୍ୟାବଳୀ ଓ ନେତୃତ୍ବ ବିଷୟରେ ସୂଚନା ଦେଇଥିଲେ। ସଭାରେ ସଭାପତିତ୍ବ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଯୁବପୀଢ଼ିଙ୍କୁ ଦେଶର ପ୍ରଗତି ନିମନ୍ତେ […]
ଭଦ୍ରା ପୋର୍ଟାଲରୁ ଭୁଲ୍ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ଏବେ ବି ୨ ଲକ୍ଷରୁ ଅଧିକ ଆବେଦନକାରୀ ଇ-କେୱାଇସି […]
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା। ଏପରି ଏକ ଜଘନ୍ୟ କାଣ୍ଡ ମାଲକାନଗିରିର କାଲିମେଳା ଥାନା ଏମ୍ ଭି ୬୬ ଗାଁରେ ଘଟିଛି।ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା। ମାତ୍ର ସମାଧାନ ହେବା ପରିବର୍ତ୍ତେ ଏହା ଉଗ୍ରରୂପ ଧାରଣ କଲା। ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ଗତ ରାତିରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ […]
ରାଜ୍ୟରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ଘନ କୁହୁଡି । କୁହୁଡି ପାଇଁ ଯାତାୟତରେ ଅନେକ ସମସ୍ୟା ଦେଖାଯାଉଛି । ୧୦ ଜିଲାରେ କୁହୁଡି ପାଇଁ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଝାରସୁଗୁଡ଼ା, ପୁରୀ, ସମ୍ୱଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, […]
ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ଖାଲି ଆଖିରେ ଦେଖିହେବ ଦୁଇ ଗ୍ରହଙ୍କ ଦୌଡ଼ ଓ ମିଳନର ଅପୂର୍ବ ଦୃଶ୍ୟ। ଏବେ ଶୁକ୍ରର ବେସ୍ ଉପରେ ଦୃଶ୍ୟମାନ ହେଉଛନ୍ତି ଶନି ଗ୍ରହ। ଆଗକୁ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିବ। ୧୮ ତାରିଖ ସନ୍ଧ୍ୟାରେ ଦୁହେଁ ନିକଟତର ହେବେ। ପ୍ରାୟ ୨ ଘଣ୍ଟା ଧରି […]
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଭିତରକନିକା ନଦୀ ଓ ନାଳରେ ଜୁଆର ହୋଇ ଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା […]
କିମ୍ସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।ପାରମ୍ପରିକ ମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ଵାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମି, ଲିଡ୍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍ସର ବରିଷ୍ଠ ହୃଦ୍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ଵାରା ଆମେ ଅତ୍ୟାଧୁନିକ ହୃଦରୋଗ […]
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି। ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ […]
