ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ମିଳିବ ଅଧିକ ସହରକୁ ସିଧାସଳଖ ବିମାନସେବା । ଜାନୁୟାରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ।ଜାନୁୟାରୀ ୧ରୁ ଝାରସୁଗୁଡ଼ାର ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ,ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ମିଳିବ । ସେହିପରି ଜାନୁୟାରୀ ୩ରୁ ଭୁବନେଶ୍ୱର […]
ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୟସାଧିକ କାରଣରୁ ଜୁଲୁ ନାମକ ସିମ୍ପାଞ୍ଜିର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଜୁଲୁକୁ ୩୬ ବର୍ଷ ହୋଇଥିଲା। ୧୯୮୮ରେ ସିଙ୍ଗାପୁରରେ ଜୁଲୁ ଜନ୍ମ ନେଇଥିଲା। ୧୯୯୪ରେ ନନ୍ଦନକାନନ ଆସିଥିଲା।ତେବେ ଜୁଲୁରୁ ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ଖସି ଆସିଛି। ଏହା ପୂର୍ବରୁ ଗତକାଲି ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ରାକ୍ଷୀ ଏକ ଶାବକକୁ ଜନ୍ମ ଦେଇଥିଲା। ଯାହା ପରେ […]
ଶରଣକୁଳ,(ଓଡ଼ିଶା ଦର୍ପଣ):ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ […]
ଶିକାରୀଙ୍କୁ ଟ୍ରାପ କରି ଧରିଲା AI କ୍ୟାମେରା । ଜଣେ କି ୨ ଜଣ ନୁହେଁ ଏକାଥରକେ ୧୩ ଶିକାରୀ ଧରାପଡିଛନ୍ତି । ଗତ ୨୪ ତାରିଖ ରାତିରେ ଶିକାର ପାଇଁ ୧୩ ଜଣ ଶିକାରୀ ଶିମିଳିପାଳରେ ପ୍ରବେଶ କରିଥିଲେ । ସେମାନେ ରେଞ୍ଜର କୋର୍ ଅଞ୍ଚଳରେ ଶିକାର ପାଇଁ ଯାଇଥିବାବେଳେ AI କ୍ୟାମେରା ଟ୍ରାପ କରିଥିଲା । ସେହି ତଥ୍ୟ ଆଧାରରେ ଗତ ୧୪ ତାରିଖରେ ବନ ବିଭାଗ ବିଭିନ୍ନ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ, […]
ବୀମାଭୁକ୍ତ ଚାଷୀମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟ ଅବଧି କେନ୍ଦ୍ର ସରକାର ଆଉ ତିନି ଦିନ ବଢାଇଲେ । ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଖ୍ୟାତ, ଅର୍ଥନୀତି ବିଶାରଦ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ […]
ରାଜଧାନୀର ଇନଫୋସିଟି ଥାନା ଅନ୍ତର୍ଗତ ଆଦର୍ଶ ବିହାର କଲୋନିରେ ଥିବା ଏକ ଘରୋଇ ଲେଡିଜ୍ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୋନାଲି ସଂଘମିତ୍ରା ପରିଡ଼ା। ସେ ଜଣେ ଫୁଡ ବ୍ଲଗର୍ ଭାବେ ଜଣାଶୁଣା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ରହୁଥିବା ବାଥରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। […]
ନୂଆବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ । ରାଜ୍ୟରେ ପ୍ରତିଟି ଲୋକଙ୍କ ନିକଟରେ […]
ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଆକାଶରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୩.୫୭ ଟା ବେଳେ ଏହା ଦେଖିବାକୁ ମିଳିବ ।ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ […]
ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ବୁଡିଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ପାଇଁ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର […]
୨୦ ଦିନର ଛକା ପଞ୍ଝା ପରେ ଟ୍ରାଙ୍କୁଲାଇଜ ହୋଇଛି ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଓଡିଶା ପଶ୍ଚିମବଙ୍ଗ ବନ ବିଭାଗ ଟିମ ଗତ ୨୦ ତାରିଖରୁ ବାଘୁଣୀ କୁ ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା ଚଲାଇଥିଲେ । ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏଥିରେ ମିଳିଛି ସଫଳତା । ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ଅଚେତ ଅବସ୍ଥାରେ ଜନ୍ତାରେ ପୁରାଇ ଅଲ୍ଲିପୁର ଚିଡିଆଖାନାକୁ ନିଆଯାଇଛି । […]
ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେବ କୁମ୍ଭୀର ଗଣନା । ଏଥିପାଇଁ ଜାନୁଆରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜ ରେ କୁମ୍ଭୀର ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଇଛି […]
