ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ

ଆସୁଛି ନୂଆବର୍ଷ । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି ।ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ । ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ […]

ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ

ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୧ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ […]

ଆସନ୍ତା ୩ ତାରିଖରୁ ନେଟ୍‌ ପରୀକ୍ଷା ଆରମ୍ଭ ହେବ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ଏହି ପରୀକ୍ଷା ୧୬ ଯାଏ ଚାଲିବ । ୮୫ଟି ବିଷୟରେ କମ୍ପ୍ୟୁଟର୍‌ ବେସଡ୍ ଟେଷ୍ଟ (ସିବିଟି) ମୋଡ୍‌‌ରେ ଏହି ପରୀକ୍ଷା ହେବ। ଦିନକୁ ୨ଟି ଲେଖାଏଁ ସିଫ୍ଟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜାନୁଆରୀ ୧୬ ତାରିଖରେ ପରୀକ୍ଷା ଶେଷ ହେବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏନେଇ […]

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ,ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର୍‌

କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଦୁର୍ଘଟଣା । ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଟ୍ରକ ସହ ଜଳିଗଲେ ଡ୍ରାଇଭର ଏବଂ ହେଲ୍‌ପର । ଆଜି ଭୋରରୁ ପାଷ୍ଟିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସହ ଅନ୍ୟ ଏକ ଟ୍ରକ୍‌ ମୁହାଁମୁହିଁ ହୋଇଥିଲା। ଧକ୍କା ଏତେ ଜୋର ଥିଲା ଯେ, ସଙ୍ଗେସଙ୍ଗେ ଦୁଇଟି ଟ୍ରକ୍‌ ହୁତୁହୁତୁ ହୋଇ ଜଳିଥିଲା।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ […]

୨ ଦିନ ବର୍ଷିବ, ଏହି ୭ ଜିଲ୍ଲାକୁ ଆଲର୍ଟ

ପୁରୁଣାବର୍ଷକୁ ବିଦାୟ ଦେବ ଝିପିଝିପି ବର୍ଷା ସହ କୋହଲା ପାଗ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ସେହିପରି ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୩୦ ତାରିଖ ବେଳକୁ […]

ଆଜି ମନମୋହନଙ୍କ ଶେଷକୃତ୍ୟ ହେବ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାବେଳେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ […]

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡ ଜିଲ୍ଲା ଗସ୍ତ “ବିଭିନ୍ନ ଉନ୍ନୟନ ଯୋଜନା ଉପରେ ସମୀକ୍ଷା

“ରାୟଗଡ:-ତା. ୨୭/୧୨-ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ରୟଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ସମୀକ୍ଷା କାଟିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଝରୀ ଉପସ୍ଥିତ ଥିବା ବେଳେ ରୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଅଧ୍ୟକ୍ଷତା କରଥିଲେ l ସମୀକ୍ଷା ବୈଠକ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ନିମନ୍ତେ […]

୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଗବନଳକୁ ହରାଇ ସେମିଫାଇନାଲ ରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମ ମାନପୁର ପଡ଼ିଆରେ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍ ଗବନଳ କ୍ରିକେଟ୍ ଟିମ୍ ସହ ଦଶପଲ୍ଲା ପାଟପୁର ପାଟଣା କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିଲା। ଗବନଳ କ୍ରିକେଟ୍ ଟିମ୍ ୧୦ ଓଭରରେ ୯ ଉଇକେଟ୍ ହରାଇ ୧୨୯ ରନ କରିଥିଲା। ଜବାବରେ ପାଟପୁର ପାଟଣା କ୍ରିକେଟ୍ ଟିମ୍ ୧୦ ଓଭରରେ […]

ଡକାୟତି ମାମଲା ରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା

ବାଲିଗୁଡା, ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ୩୯୫ ଆଇପିସି ଆଧାର ରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏହାର ତଦନ୍ତ ଭାର ନେଇ ୪ […]

ମୃତଚାଷୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅଭିନେତ୍ରୀ ରାନୀ ପଣ୍ଡା ।

୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଶୁକ୍ରବାର ଆର୍ଥିକ ସହାୟତାର ଯୋଗାଇ ଦେଇଛନ୍ତି। ତେବେ ପୂର୍ଣଚନ୍ଦ୍ର କିଛି ଋଣ କରି ଚାଷ କରିଥିଲେ । ଆଉ ଫସଲ ନଷ୍ଟ ହୋଇଯିବାରୁ ଦୁଃଖରେ ଭାଙ୍ଗିପଡ଼ିଥିଲେ । ରାନୀ ପଣ୍ଡା ତାଙ୍କ ପତ୍ନୀ ପାର୍ବତୀଙ୍କୁ ୧ ଲକ୍ଷ ଟଙ୍କାର ଚେକ ଦେବା ସହ ପାରିବାରିକ ରୀତିନୀତି ଅନୁଯାୟୀ ଏକାଦଶାହ ଉପଲକ୍ଷେ ୮୦୦ ଲୋକଙ୍କ ପାଇଁ […]

ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ ଗାଡିରେ ଲାଗିଲା ନିଆଁ

ସିସିଟିଭି ନାହିଁ। ସର୍କିଟ୍‌ ହାଉସ୍‌ରେ ଢିଲା ସୁରକ୍ଷା ବ୍ୟବସ୍ଥା। ରାତିରେ ବିଧାୟକ ଥିଲେ। ଜାଳିଦେଲେ ଦୁଇ ଗାଡ଼ି! ହେଲେ କାରଣ ଜଣାପଡ଼ୁ ନାହିଁ। ଏନେଇ ଅଭିଯୋଗ ହେବା ପରେ ନିଆଁ ଲାଗିବାର କାରଣ ଖୋଜୁଛି ଫୁଲବାଣୀ ପୁଲିସ୍‌।ସୂଚନା ଅନୁସାରେ, ଗତକାଲି ଫୁଲବାଣୀ ସର୍କିଟ ହାଉସରେ ବିଧାୟକ ବିଶ୍ରାମ ନେଉଥିବାବେଳେ ବାହାରେ ଗାଡି ରଖାଯାଇଥିଲା । ପାଖରେ ଥିବା ସ୍କୁଟିରେ ପ୍ରଥମେ ନିଆଁ ଲାଗି କାରକୁ ବ୍ୟାପିଥିଲା ବୋଲି ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ […]

ଜଷ୍ଟିସ ବିଶ୍ବନାଥ ରଥ ହେଲେ ଓଡ଼ିଶା ଆଇନ କମିଶନର ଅଧ୍ୟକ୍ଷ

ରାଜ୍ୟର ନୂଆ ଆଇନ କମିଶନ ଗଠନ । ନବଗଠିତ ଲ କମିସନର ଅଧ୍ୟକ୍ଷ ରହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ଏନେଇ ଶୁକ୍ରବାର ଆଇନ ବିଭାଗ ବିଜ୍ଞପ୍ତି ପକ୍ଷରୁ ପ୍ରକାଶ ପାଇଛି । ଆଡଭୋକେଟ୍ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିବେ । ସେହିପରି ବରିଷ୍ଠ ଆଇଡୋକେଟ୍ ସୂର୍ଯ୍ୟ ପ୍ରକାଶ ମିଶ୍ର ଏବଂ ବରିଷ୍ଠ ଆଇଡୋକେଟ୍ ସୌର ଚନ୍ଦ୍ର ମହାପାତ୍ର କମିଶନର ସଦସ୍ୟ […]