ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସନ୍ଧ୍ୟାରେ ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ, ଆହୁରି ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରୁ ବାଦଲ ଖଣ୍ଡ ସ୍ଥଳଭାଗକୁ ଆସିଛି। ଫଳସ୍ବରୂପ ସକାଳୁ ସକାଳୁ ଆକାଶରେ କଳାହାଣ୍ଡିଆ ମେଘଖଣ୍ଡ ଦେଖିବାକୁ […]
ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ […]
ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ବିପୁଳ ସମର୍ଥନ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ଦାନ କରିଛନ୍ତି । ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶର ସୈନିକ ମାନଙ୍କ ସମ୍ମାନ ଓ ସାହାଯ୍ୟ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ସେ ଏହି ଦାନ କରିଛନ୍ତି ।ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ୧୯୬ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୫୩ ଜଣ ,ଦ୍ଵିତୀୟ ଶ୍ରେଣୀରେ ୨୮ ଜଣ,ତୃତୀୟ ଶ୍ରେଣୀରେ ୯୨ ଜଣ ଏହିପରି ଭାବେ ୧୭୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ରୀ ଶୁଭଶ୍ରୀ ପଢ଼ିଆରୀ ୫୨୩ ନମ୍ବର ରଖି ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ସେହିପରି ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଳିସାହି ରେ ୨୮୨ ଜଣ ଛାତ୍ର […]
ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନାହିଁ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଗତବର୍ଷ ଚାରମାଳରୁ ମୁହଁମାଡ଼ି ପଡ଼ିଥିଲେ ବଡ଼ଠାକୁର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଶୃଙ୍ଖଳିତ ପହଣ୍ଡି ଉପରେ ପ୍ରଶାସନର ଗୁରୁତ୍ୱ। ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ […]
ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍ ବୁଧବାର ବଢିଛି ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୪୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର […]
କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ ।ବିଶେଷ କରି କୋଭିଡ-୧୯ ର ନୂଆ ପ୍ରଜାତି […]
ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମାମଲାର ଆଜି ଶୁଣାଣି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ସମାପ୍ତ ହୋଇଛି। ଆଜି ଇଡି କୋର୍ଟକୁ କହିଛି ଯେ, ସୋନିଆ ଏବଂ ରାହୁଲ ଗାନ୍ଧି ଏହି ଅପରାଧରୁ ୧୪୨ କୋଟି ଟଙ୍କା ରୋଜଗାର କରିଛନ୍ତି। ଇଡି ପକ୍ଷରୁ ଏଏସ୍ଜି ରାଜୁ କୋର୍ଟକୁ କହିଛନ୍ତି, ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସହ ଅନ୍ୟମାନଙ୍କ ଉପରେ କେସ୍ ଅଛି। ଇଡି କୋର୍ଟ କହିଛନ୍ତି, ସମ୍ପତ୍ତି ଜବତ ନଭେମ୍ବର ୨୦୨୩ ରେ ହୋଇଥିଲା, ସେ ପର୍ଯ୍ୟନ୍ତ […]
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ । ତେବେ ମୌସୁମୀ ଶେଷ ହେଲେ ହେବ ଉପନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବାର ଥିଲା ଉପନିର୍ବାଚନ। ଏଥିପାଇଁ ଆସନ୍ତାକାଲି ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆସନ୍ତା ୨୫ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଦିଆଯିବ। ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖରେ ଏହି ଗଣ ଧାରଣା ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା। ତେବେ ଭାରତ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ତଥା ଯୁଦ୍ଧ ପରିସ୍ଥିତିକୁ ଲକ୍ଷ୍ୟ ରଖି ଏହାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ବାରମ୍ବାର ଦାବି ପରେ […]
ସାବଧାନ! ଅନ୍ଧାର ରାତିରେ ବୁଲାବୁଲି କରୁଥିଲେ ସତର୍କ ରୁହନ୍ତୁ । ବାହାରେ ସାପଙ୍କ ଚଳପ୍ରଚଳ ଆରମ୍ଭ ହୋଇଗଲାଣି ।ଏବେ ସାପ ଅଣ୍ଡା ଦେବାର ସମୟ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶୁଛନ୍ତି । ବିପଦ ଆଶଙ୍କା ମାତ୍ରେ ଦଂଶନ କରୁଛନ୍ତି ।ମେ’ ମାସରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ । ବର୍ଷା ଋତୁରେ ସାପ ଅଣ୍ଡା ଦିଅନ୍ତି । ସାପ ଗାତରେ ପାଣି ପଶିଯିବା ଯୋଗୁ ସାପ ବାହାରେ ପ୍ରବଳ ମାତ୍ରାରେ ବୁଲନ୍ତି । ଖାଦ୍ୟ […]
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ […]
