ସାଇବର ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ ହେଲା ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ

ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ। ପ୍ରାରମ୍ଭିକ ଭାବରେ, ଏହି […]

ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ

ଖଣ୍ଡଗିରି ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍‌ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । […]

ଯୁବତୀଙ୍କୁ ଅଟୋରେ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଆସିଛି ଲଜ୍ଜାଜନକ ଘଟଣା । ଯାହାକୁ ସମସ୍ତଙ୍କ ଚକିତ କରିଦେଇଛି । ଜଣେ ଯୁବତୀଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ମେଡିସିନ କିଣିବାକୁ ବାଲିଗୁଡା ସହରକୁ ଆସିଥିଲେ ଯୁବତୀ । ମେଡିସିନ କିଣି ସାରିବା ପରେ ଯୁବତୀ ଜଣକ ଅଟୋରେ ଯାଉଥିଲେ । ଡ୍ରାଇଭର ଜଣକ ଗାଁକୁ ନେବା […]

ଏକ୍ସପାଇରି ଦ୍ରବ୍ୟ ବିକି ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ

ରାୟଗଡ ତା ୧୯/୦୫ (ନିପ୍ର) ଏକ୍ସପାଇରି ଦ୍ରବ୍ୟ ବିକିବା ସହ ନିଜର ବଡିମା ଦେଖାଇ ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ। ସୂଚନା ମୁତାବକ ଗତ ୧୪ ତାରିଖ ଦିନ ଜଣେ ଗ୍ରାହକ ସଂଗ୍ରାମ ପଟ୍ଟନାୟକ ୨୭୨ ଟଙ୍କା ଦେଇ ୧୦୦୦ ଗ୍ରାମର ଆଳୁ ଭୂଜିଆ କ୍ରୟ କରିଥିଲେ। କିନ୍ତୁ ତାହା ଘରକୁ ଯିବା ପରେ ଏକ୍ସପାଇରି ହୋଇଥିବା ଜାଣିଥିଲେ । ଏହାକୁ ନେଇ ଉକ୍ତ ଗ୍ରାହକ ବିଶାଲ ମାର୍ଟର ଟିମ୍ ଲିଡର ସନ୍ଦୀପ […]

‘ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ-ଆଇନ ମନ୍ତ୍ରୀ

ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍)କୁ ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ କରାଯାଇଛି।ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ତାର ଚିହ୍ନଟ ହେବ। ପ୍ରତିଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାହାର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ଵର […]

ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ ।ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି।ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍‌। ଏ ନେଇ ପୋଲିସକୁ ମନ୍ଦିର ସେବାୟତ ଅବଗତ କରାଇଛନ୍ତି । ଘଟଣାର ତଦନ୍ତ ଚାଲିଛି ।

ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ବାପା କଣ କହିଲେ ଝିଅ ବିଷୟରେ ….

ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି କାରନାମା ନେଇ କିଛି ଜାଣି ନ ଥିବା କହିଛନ୍ତି । ଜ୍ୟୋତିଙ୍କ ପାକିସ୍ତାନର ଯାତ୍ରା ଓ ଗୁପ୍ତଚର ପ୍ରଶ୍ନରେ ହରିଶ କହିଛନ୍ତି, ମୁଁ କେବେ ଜ୍ୟୋତିଙ୍କ ପାକ୍‌ କନେକ୍ସନ ବା ପାକିସ୍ତାନ ଯିବାକୁ ନେଇ କୌଣସି କଥା କେବେ ଜାଣି ନାହିଁ। ମୋତେ ତାର କାର୍ଯ୍ୟକଳାପ ବିଷୟରେ କିଛି ସୂଚନା ନଥିଲା […]

ରାଜଧାନୀରେ ଏସିଡ୍ ମାଡ଼ କରିବାକୁ ଧମକ ଦେଇ ଗିରଫ ହେଲା ପ୍ରେମିକ

ଏକତରଫା ପ୍ରେମର କରୁଣ ପରିଣତି । ଏସିଡ୍‌ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠୀ । ଝିଅ ରାଜି ନହେବାରୁ ଜବରଦସ୍ତି ପ୍ରେମ କରିବାକୁ ବାଧ୍ୟ କରିଥିଲା ବୋଲି ଘରେ ବାରମ୍ବାର ଜଣାଇଥିଲେ ଯୁବତୀ ଜଣକ । ଏପରିକି ଯୁବତୀକୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ୍ ମାଡ଼ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁନୀଲକୁ କାବୁ କରିଥିଲେ […]

ମଲ୍‌ରେ ବଡ଼ ଧରଣର ରେଡ୍‌:ସାମାନ୍ୟ ଭୁଜିଆ ପାଇଁ ଗଣିଲେ ଲକ୍ଷେ ଟଙ୍କା ତଣ୍ଡ

ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍‌ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍‌ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ସପିଂ ମଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଅବଧି ଶେଷ ହୋଇଥିବା ଜଣାପଡ଼ିବା ପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ସୂଚନା ଅନୁସାରେ, ସଂଗ୍ରାମ ପଟ୍ଟନାୟକ ନାମକ ଜଣେ ଗ୍ରାହକ ଚଳିତ […]

୨୧ରୁ ଲଘୁଚାପ… ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ

ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ । ମେ’ ୨୭ରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ […]

ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ:ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ବର୍ଷ ପୂରଣ କରୁଥିବାରୁ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରଗୁଡ଼ିକୁ ବର୍ଣ୍ଣନା କରି ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିବାର ଯୋଜନା ଘୋଷଣା କରିଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ ବିଭାଗ ଅନେକ ଯୋଜନା ଆଣିଛି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦିନରେ ରାଜ୍ୟରେ ପିଏମ୍‌ଶ୍ରୀ ସ୍କୁଲ ନଥିଲା । ଏବେ ପ୍ରତିଷ୍ଠା ହୋଇଛି । ଆଗକୁ […]

ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ତିନି ରଥର ଚକ ଅଖ ଡେରା ନୀତି ।

ସୋମବାର ଭଉଁରୀ ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କରିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ଉଠିବା ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥରେ ଚକ ଅଖ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା କାର୍ଯ୍ୟ କରିଛନ୍ତି । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯାଇଛି । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ […]