ଚିଟ୍ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ […]
ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍ ପାଇଁ ପଠାଯିବ । ଏନେଇ […]
ଭାରତ-ପାକ୍ ଉତ୍ତେଜନାରେ ଦୋମୁହାଁ କାର୍ଯ୍ୟକଳାପ ଆପଣାଇଥିବା କିଛି ଦେଶ ଗୁଡିକର ମୁଖା ଖୋଲିଛି । ଏହି ଦେଶମାନଙ୍କ ମଧ୍ୟରେ ତୁର୍କୀର ବେଇମାନ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଏହାପରେ ନିଜେ ନିଜର ମୁଖା ଖୋଲିଦେଇଥିଲା ତୁର୍କୀ । ଭାରତର ଶତ୍ରୁ ଦେଶ ସହ ହାତ ମିଶାଇ ଏବେ ତାର ପରିଣାମ ଭୋଗୁଛି ତୁର୍କୀ । ତୁର୍କୀକୁ ଭାରତ ତରଫରୁ ଜୋରଦାର ଆର୍ଥିକ ଝଟକା ଲାଗିଛି । ମାତ୍ର ଦୁଇ ଦିନରେ ତୁର୍କୀକୁ ପହଞ୍ଚିଛି ୨୫୦୦ ଶହ କୋଟିର […]
ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମରେ ତିନି ବର୍ଷ ଆଇନ ଅଭ୍ୟାସ ବା ଲ ପ୍ରାକ୍ଟିସ ଥିବା ଆବଶ୍ୟକ |ଏହି ନିଷ୍ପତ୍ତି ମଙ୍ଗଳବାର (ମେ ୨୦, ୨୦୨୫) ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷଣା କରାଯାଇଛି, ଯାହା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ […]
ମହାରାଷ୍ଟ୍ରର ରାଜ ରାଜେଶ୍ୱର ଗୁରୁଜୀ । ବୟସ ୭୨ ବର୍ଷୀ ହୋଥିବା ବେଳେ ଭାରତ ଭ୍ରମଣ କରୁଛନ୍ତି । ନାସିକରୁ ଯାତ୍ରା ଆରମ୍ଭ କରିଥିବା ରାଜେଶ୍ବର ଏବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପହଞ୍ଚିଛନ୍ତି। ପିତା ସ୍ୱର୍ଗତ ଶାନ୍ତିଲାଲ ଏବଂ ମାତା ରମା ବେନଙ୍କ ପୁତ୍ର ହେଉଛନ୍ତି ରାଜ ରାଜେଶ୍ୱର । ଦୀର୍ଘ ବର୍ଷ ଧରି ମୁମ୍ୱାଇରେ ରହିଆସୁଥିବା ରାଜ ରାଜେଶ୍ୱର ଶିକ୍ଷା ସମାପ୍ତ ପରେ ସେ ସେଠାରେ ହିଁ ବ୍ୟବସାୟ କରିଥିଲେ ।ପରେ କର୍ମମୟ ଜୀବନରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହଶହ ଶ୍ରମଜୀବୀ ପଟୁଆର ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଏହି ବିକ୍ଷୋଭରେ ଉଦବୋଧନ ଦେଇ ସିଆଇଟିୟୁ ନେତା ସୁରେଶ ଚନ୍ଦ୍ର ସ୍ବାଇଁ, ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ […]
୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଆଉ ଏହି ସମୟରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା ।ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଅନ୍ୟପଟେ ପାକ୍ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ […]
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପାଠ ପଢିବେ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍ କରିବାର ସୁଯୋଗ ପାଇବେ ଆବେଦନକାରୀ। +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ। […]
ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ । ବୋଲେରୋରେ କିଛି ଦୁର୍ବୃତ୍ତ ଆସି ଦଶପଲ୍ଲା ସାକେଣି ନିକଟରେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି ।। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣାପଡିଛି । ଜଟିଆ ଦୁଇ ଜଣ ସାଙ୍ଗଙ୍କ ସହ […]
୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି ଦେଖାଦେଇଛି। ମେ ୧୨ ତାରିଖରୁ ୧୬୪ଟି ନୂଆ ମାମଲା ରିପୋର୍ଟ ହେବା ସହିତ ଭାରତରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଭାରତରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇସାରିଲେଣି। ଯାହାକୁ ନେଇ ଚିନ୍ତାରେ ପଡିଲେଣି ବିଶେଷଜ୍ଞ।ବର୍ତ୍ତମାନ ଭାରତରେ ୨୫୭ଟି ସକ୍ରିୟ କୋଭିଡ-୧୯ ମାମଲା ରହିଛି, ଯେଉଁଥିରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁ […]
ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କଲେ କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଭାରତୀୟ ସାଇବର ଅପରାଧ ସମବାୟ କେନ୍ଦ୍ର ଅପରାଧୀଙ୍କ ଗତିବିଧିକୁ ଧରିବା ଓ ରୋକିବା ପାଇଁ ନୂଆ ଇ-ଜିରୋ ଏଫଆଇଆର ପ୍ରଣାଳୀ ଆରମ୍ଭ କରିଛନ୍ତି । ଏହି ସୁବିଧା ଦ୍ବାରା ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ଏବଂ ହେଲ୍ପ-ଲାଇନ୍ ନମ୍ବର ୧୯୩୦ରେ ରୁଜୁ ହୋଇଥିବା ଅପରାଧ ଗୁଡ଼ିକ ସିଧାସଳଖ ଏଫଆଇଆରରେ ପରିବର୍ତ୍ତନ ହୋଇପାରିବ। ପ୍ରାରମ୍ଭିକ ଭାବରେ, ଏହି […]
ଖଣ୍ଡଗିରି ଭରତପୁର ଥାନାରେ ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ହେଲେ ଏହି ଘଟଣାରେ ନିଲମ୍ବିତ ତତ୍କାଳୀନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ଆଦେଶ ହଟିନାହିଁ ।ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । […]
