ଜୁଲାଇ ୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଜୁଲାଇ ୧ରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମଙ୍ଗଳବାର ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ରେ ପରୀକ୍ଷା। ତେବେ କେବଳ ପରୀକ୍ଷା ପାଇଁ ସମୟ ସାଢ଼େ ୯ରୁ ୧୧ଟା ୪୫ ରଖାଯାଇଛି। । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା […]

ଓଡିଶାରେ ପଡିବ କି ବାତ୍ୟା ପ୍ରଭାବ ?

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଶକ୍ତି’ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଆଲର୍ଟ ଜାରି କରିଛି। ମେ’ ୨୯ ତାରିଖରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି । ଯାହାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଯାଇଛି ।ଏହି ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ଯାତ୍ରା ଏବଂ ମୌସୁମୀ ଋତୁ ଉପରେ […]

ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ

ଭିଜିଲାନ୍ସ ଜାଲରେ ରାଉରକେଲା ବନଖଣ୍ଡର ବିଶ୍ରା ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକ । ସୂଚନା ଅନୁସାରେ ବନବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ଏପ୍ରିଲ ମାସର ବିଲ୍ କରାଇବା ଓ ପୁନର୍ବାର ଗାଡିକୁ ମେ ମାସ ଠାରୁ ବିଭାଗରେ ଭଡ଼ା ସୂତ୍ରରେ ଲଗାଇ ଦେବା ପ୍ରତିଶୃତି ଦେଇ ୧୮ ହଜାର ଟଙ୍କା ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଡେପୁଟି ରେଞ୍ଜର […]

ଅହମ୍ମଦାବାଦରେ ହେବ IPL ଫାଇନାଲ

ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ । ଏହାସହ ଫାଇନାଲ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ମଧ୍ୟ ପରିବର୍ତ୍ତନ କରିଛି ।ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଡି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ବିସିସିଆଇର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜୁନ ୧ ତାରିଖରେ କ୍ବାଲିଫାୟର-୨ ମ୍ୟାଚ ବି ଅହମ୍ମଦାବାଦରେ ହେବା ନେଇ ଶୁଣାଯାଉଛି ।ପ୍ଲେ ଅଫର ପ୍ରଥମ ଦୁଇଟି ମ୍ୟାଚ୍ କ୍ବାଲିଫାୟର-୧ ଓ […]

IB ମୁଖ୍ୟ ଭାବେ ପୁଣି ବଢିଲା ତପନ କୁମାର ଡେକାଙ୍କ କାର୍ଯ୍ୟକାଳ

କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି ।। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ […]

ଆସନ୍ତାକାଲି ପ୍ରକାଶ ପାଇବ ଯକ୍ତ ୨ ପରୀକ୍ଷା ଫଳ

ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ www.chseodisha.nic.in ଏବଂ http://orissaresults.nic.in ୱେବ୍‌ସାଇଟ୍‌ରେ ଦେଖିପାରିବେ।

ଓଟିଇଟିକୁ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,( ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି […]

+୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର ।

ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି ।+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ […]

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା : ସଚିବଙ୍କ କ୍ଷମତା ଉପରେ ଲାଗିଲା ଅଙ୍କୁଶ

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ସଚିଵଙ୍କ କ୍ଷମତା ସଂକୁଚିତ କରାଯାଇଛି । ତେବେ ବୈଠକରେ ମନ୍ତ୍ରୀଙ୍କୁ ପାୱାର ଫୁଲ କରାଯାଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । । ୫ ଦିନ ପୂର୍ବରୁ ପ୍ରକାଶ ପାଇବ କ୍ୟାବିନେଟ ମିଟିଂ ବିଜ୍ଞପ୍ତି । ସମୟସୀମା ପରିବର୍ତ୍ତନ କରିପାରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ କ୍ୟାବିନେଟ, ରାଜ୍ୟ ମନ୍ତ୍ରୀ, ବିଭାଗୀୟ ସଚିବ । ବୈଠକର ୩ ଦିନ ପୂର୍ବରୁ […]

ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ  ଏକ ଗର୍ଭବତୀ କୁଟୁରାକୁ  ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ  ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ […]

ମିଳୁନାହିଁ ଚିଟ୍‌ଫଣ୍ଡ କାଗଜ ପତ୍ର-ମନମୋହନ,ସେହିଭଳି ଅରୁଣ ସାହୁ କହିଛନ୍ତି….

ଚିଟ୍‌ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ […]

କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍‍ ପାଇଁ ପଠାଯିବ । ଏନେଇ […]