ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର

ନିଜ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ।ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ […]

କାନ୍ଦେନା ଲୁହ ସରିଯିବ ସାମାଜିକ ନାଟକ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମରେ ମା ଖମ୍ବେଶ୍ବରୀ ଯୁବ ଡ୍ରାମାଟିକ କ୍ଳବର ୧୫ତମ ସାମାଜିକ ନାଟକ *କାନ୍ଦେନା ଲୁହ ସରିଯିବ , ଏହାକୁ ଦେଖିବା ପାଇଁ ଦୁଇ ହଜାର ରୁ ଅଧିକ ଦର୍ଶକ ସମାଗମ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଭାଇଚାରା ସୃଷ୍ଟି ହେବା ସହ ଲୁକାୟିତ […]

ନକ୍ସଲ ବିରୋଧୀ ଅପରେସନରେ K9 ରୋଲୋ ସହିଦ

ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳର କାରେଗଟ୍ଟା ଜଂଗଲରେ ଗତ ୨୦ ଦିନ ଧରି ୧୦ ହଜାର ସିଆରପିଏଫ ଯବାନ ଅପରେସନ କରୁଥିବା ବେଳେ ତାଂକ ସହ ସନ୍ଧାନୀ କୁକୁର ରଲୋ ମଧ୍ୟ ଥିଲା। ରଲୋ ଅପରେସନ ବେଳେ ଲ୍ୟାଣ୍ଡମାଇନ ଖୋଜିବାରେ ସିଦ୍ଧହସ୍ତ ଥିଲା। ସେ ଯବାନଙ୍କର ଜୀବନ ବହୁ ଥର ବଞ୍ଚାଇଛି। ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କାରେଗୁଟ୍ଟା ପାହାଡ଼ (KGH) ରେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ମହୁମାଛିମାନେ ହଠାତ୍ ଆକ୍ରମଣ […]

‘ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି

୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜୁନ ୨୮ରୁ ଜୁଲାଇ ୬ ଭିତରେ ରତ୍ନଭଣ୍ଡାର ଚଟାଣ ମରାମତି ସରିବ। ଭିତର ଭଣ୍ଡାରର କବାଟକୁ ସୁନା ଛାଉଣୀ ପାଇଁ ପ୍ରସ୍ତାବ ଦିଆଯାଇଛି। ବାହାର ରତ୍ନଭଣ୍ଡାରରେ ରୂପା ଛାଉଣୀ କରାଯିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବନ୍ଦ ରହିଛି ଭଣ୍ଡାରର ମରାମତି କାର୍ଯ୍ୟ। ଏପ୍ରିଲ ୨୯ରୁ ଜୁନ ୨୭ […]

କାଠ ଫାଳିଆ ମାଡ଼ରେ ମହିଳାଙ୍କ ମୃତ୍ୟୁ, ଅନୈତିକ ସମ୍ପର୍କରୁ ହତ୍ୟା ଅଭିଯୋଗ

ଅନୈତିକ ସମ୍ପର୍କରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା କରଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ କାଠ ଫାଳିଆରେ ମାରି ହତ୍ୟା କରାଯାଇଛି ।ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି(୨୫) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ରାମନାଗୁଡ଼ା ପୁଲିସ୍ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା […]

ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ

ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) ୬୦ ବର୍ଷରୁ […]

କିନ୍ନରଙ୍କ ପାଇଁ କଲ୍ୟାଣ ବୋର୍ଡ ଗଢ଼ିଲେ ରାଜ୍ୟ ସରକାର

ଓଡ଼ିଶା ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହା ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ । ଓଡ଼ିଶା ସରକାର ୨୦୨୧ ମସିହାରେ କାର୍ଯ୍ୟକାରୀ କରିଥିବା ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ନିମନ୍ତେ ପ୍ରାବଧାନ ରହିଥିଲା । ତେବେ ଦୀର୍ଘଦିନ ପରେ ଗୁରୁବାର ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ […]

ସାମ୍ବାଦିକଙ୍କ ଅସହାୟ ପିତାମାତାଙ୍କୁ ପ୍ରେସ୍ ୟୁନିଅନ ର ସହାୟତା ସବୁଦିନ ପରିବାର ପାଇଁ ପ୍ରହରୀ ସଜୀବ ୟୁନିଅନ

ରାୟଗଡ ଜିଲ୍ଲା – ରାୟଗଡ ପ୍ରେସ୍ ୟୁନିଅନ ର ସଭ୍ୟ ସ୍ୱର୍ଗତ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତାମାତାଙ୍କୁ ପ୍ରେସ୍ ୟୁନିଅନ ତରଫରୁ ସମସ୍ତ ସଭ୍ୟଙ୍କ ଅନୁଦାନ କ୍ରମେ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା .ରାୟଗଡ ପ୍ରେସ୍ ୟୁନିଅନ ର ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ତଥା ସାହାଣ ମେଲା ଓଡ଼ିଆ ଖବର କାଗଜ ର ପ୍ରତିନିଧି ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ର ଆଜି ଦ୍ୱାଦଶ ଦିନ l […]

ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା

ପ୍ରତିଦିନ ମହଙ୍ଗା ହେଉଛି ସୁନା । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨୦୦ଟଙ୍କା ‍ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୧୨୦୦ଟଙ୍କା ବୃଦ୍ଧି ପାଇଛି । […]

୧୬ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

ଓଡ଼ିଶା ସରକାର ଲୋକ ସେବା ଭବନରେ ନିକଟରେ ନିଯୁକ୍ତ ହୋଇଥିବା ୧୬ ଜଣ ଯୁଗ୍ମ ସଚିବ, ଆଇଏଏସ୍ ଅଫିସରମାନଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତ କରିଛନ୍ତି।୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଧରମ ହାଂସଦା, ରୀନା ମହାପାତ୍ର, ଲିଲି କୁମାରୀ କୁଲୁ, ଅରାଧନା ଦାସଙ୍କୁ ପଦ‌ୋନ୍ନତି ମିଳିଛି। ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରହରି ସେଠୀ, ମଧୁମିତା ରଥ, ଦେବାଶିଷ ସିଂ, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା […]

ଆଗାମୀ ୨ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଶୁକ୍ରବାର ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି। ତେବେ ଏହି ୧୧ ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ାରେ କାଳେବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବ।ଏସବୁ ଜିଲ୍ଲାକୁ କୁଆପଥର ମାଡ ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହା ସହ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ […]

ଭୁବନେଶ୍ୱରରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ

ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ। ଏହି କ୍ରମରେ ବିଏମ୍‌ସି କାର୍ଯ୍ୟାଳୟରେ ବଏମ୍‌ସି ମେୟର କୁକୁର ଉଦ୍ଧାର ଗାଡ଼ିର ଶୁଭାରମ୍ଭ କରିଛନ୍ତି। । ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ୨ଟି ଗାଡ଼ି ବୁଲିବ । ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି । ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି ବିଏମ୍‌ସି । ସେମାନଙ୍କୁ […]