ନନ୍ଦନକାନନରେ ବାଘର ଲାଇଭ୍ ହରିଣ ଶିକାର ! ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ

ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ ଫଟୋ ଯାହାର ପ୍ରମାଣ ଦେଉଛି। ଯେଉଁଠି ଏକ ବାଘ ନିରୀହ ହରିଣକୁ ଖିନ୍‌ଭିନ୍‌ କରି ଖାଉଛି। ଏହି ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ପ୍ରାୟ ୪ ଦିନ ତଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଥିବା ବେଳେ, ଶିକାର ସମୟର ଦୃଶ୍ୟକୁ କିଛି ପର୍ଯ୍ୟଟକ ନିଜ ମୋବାଇଲରେ କଏଦ କରିଥିବା ଜଣାପଡ଼ିଛି। ତେବେ ଚିଡ଼ିଆଖାନା ଭଳି ନିୟନ୍ତ୍ରିତ ପରିବେଶରେ ଏପରି ଘଟଣା କିପରି ଘଟିଲା, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତେବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମୀରା କହିଛନ୍ତି ଯେ ଯେହେତୁ ଏହା ଏକ ଚିଡ଼ିଆଖାନା ସହ ଅଭୟାରଣ୍ୟ ଅଟେ ଅନ୍ୟପଟେ ବାଘ ସଫାରୀ ମଧ୍ୟ ଜଙ୍ଗଲ ପରିବେଶରେ ରହିଛି ସେଠାରେ ମୁକ୍ତରେ ବିଚରଣ କରୁଥିବା ହରିଣଙ୍କୁ ବାଘରସ୍ବେଭାବ ଅନୁଯାୟୀ ଆକ୍ରମଣ କରି ମାରି ଖାଇପାରିବ। ଏଥିରେ ଅସୁବିଧା କିଛି ନାହିଁ ।ଘଟଣାର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ବାଘ ସଫାରୀ ଭିତରକୁ ହରିଣ କେମିତି ପହଞ୍ଚିଲା? ହରିଣଟି ପୂର୍ବରୁ ସେହି ଅଞ୍ଚଳରେ ଥିଲା କି, ନା ଚନ୍ଦକା ଅଭୟାରଣ୍ୟ ପଟୁ କୌଣସି ଉପାୟରେ ସଫାରୀ ଅଞ୍ଚଳକୁ ପ୍ରବେଶ କରିଥିଲା—ତାହା ସ୍ପଷ୍ଟ ହେବା ବାକି ରହିଛି।

ଅଧିକ ପଢନ୍ତୁ