ରାତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ ମରାମତି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଓ ରାଜ୍ୟ ସରକାରଙ୍କ […]
ରାୟଗଡ:-ତା.୧୬/୧୨-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପୂଝlରୀ ଦିନିକିଆ ରୟାଗଡ଼ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ମାନ୍ୟବର ରlୟଗଡ଼ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା, ମାନ୍ୟବର ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ […]
ଚିଲିକାରେ ୨୯ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର ସହ ଶିକାରୀକୁ ଗିରଫ କରାଯାଇଛି । ଚିଲିକା ବାଲିନାସୀ କୂଳରୁ ବିଦେଶାଗତ ପକ୍ଷୀ ଶିକାରୀ ଗିରଫ ହୋଇଛି। ସେ ବ୍ୟବହାର କରୁଥିବା ବାଇକ, ମୋବାଇଲ ସହ ବାଇନାକୁଲାର ମଧ୍ୟ ପୁଲିସ ଜବତ କରିଛି। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ଦଳ ଉପରେ ନଜର ରଖୁଥିଲା ଶିକାରୀ। ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ମାରୁଥିଲା ଶହ ଶହ […]
ଆଇଏଏସ୍ ବିଷ୍ଣୁପଦଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ସୋମବାର ମହୁମାଛି ଆକ୍ରମଣ କରିଛନ୍ତି। ବିଚ୍ ରାସ୍ତାରେ ମହୁମାଛି ଆକ୍ରମଣ କରିବାରୁ କଂଗ୍ରେସ କର୍ମୀ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ।ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ। ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ। ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି […]
ନୟାଗଡ଼,(ଓଡିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ରାଜ୍ୟସ୍ତରକୁ ସାତୋଟି ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରେ ରହିଛି ବାମନ ଅବକାଶ ସରକାରୀ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଆଶୁତୋଷ ମହାରଣାଙ୍କ ଗବେଷଣାଧର୍ମୀ ପ୍ରକଳ୍ପ ” ହାଇଡ୍ରୋପୋନିକ୍ କୃଷି”।ଏହି ପଦ୍ଧତି ଦ୍ୱାରା ବିନା ମାଟିରେ କୃଷି କାର୍ଯ୍ୟ ହୋଇପାରିବ।ଏହା ମୁଖ୍ୟତଃ ଏକ ପୋଷଣୀୟ ଦ୍ରବଣର ସହାୟତାରେ ସମ୍ପାଦିତ ହୋଇଥାଏ। ବର୍ତ୍ତମାନ ସମୟରେ ଆଶାତୀତ […]
ରାଜ୍ୟ ସରକାରଙ୍କ ତାଗିଦ୍ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି |ଏହା ପରେ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।। ଉଭୟଙ୍କ ମଧ୍ୟରୁ କେହି ବି ଥାନାରେ କାହା ନାଁରେ ଏତଲା ଦେଇନାହାନ୍ତି ।ଅଭିଯୋଗ ହେଉଛି ଶ୍ରଦ୍ଧାଳୁଙ୍କୁ ପାଦୁକା ବଣ୍ଟନ ବେଳେ ପାଉଣା […]
ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସବୁ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଅଭିଯୋଗ ଜଣାଇବା ପାଇଁ ବାଲେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି ଜଣକ । ଘରେ ଭାଇ […]
ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।୧୪ ଗୋଟି ରଙ୍ଗମଞ୍ଚରେ ଅଭିନୟ କରିବେ କଳାକାର। ବରଗଡ଼ ଧନୁଯାତ୍ରାରେ ଦର୍ଶକ ମଧ୍ୟ ଜଣେ ଜଣେ କଳାକାର ପାଲଟି ଯାଇଥାନ୍ତି।ଚଳିତ ବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣ କରିବା ପାଇଁ ଜୋରଦାର ପ୍ରସ୍ତୁତ ହୋଇଛି। […]
ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରି ୧୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ।ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର […]
ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର । ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ । E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି। ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ […]
ପୁରୀ ଜ଼ିଲ୍ଲା କଣାସ ବ୍ଲକ ବୀରକେଶରପୁର ଗାଁର ହରଚଣ୍ଡୀ ପ୍ରସାଦ କଣାସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲିଲା ତାଲା । ରୋଗୀ ସେବା ବାଧାପ୍ରାପ୍ତ । ଆଜିକୁ ୫ଦିନ ଧରି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକରେ ଝୁଲୁଛି ତାଲା । ମେଡିକାଲର ଡାକ୍ତର ସମ୍ବିତ ଜେନା ହସ୍ପିଟାଲରେ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ ।ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୀ କଣାସ ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ପଞ୍ଚାୟତବାସୀ ସ୍ବାସ୍ଥ୍ୟ […]
ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ୱାରି ସୋଲାର ଏନର୍ଜୀ କାରଖାନା । ଢେଙ୍କାନାଳର ନେଉଳପୋଇରେ ପଚିଶ ହଜାର କୋଟିର ସୋଲାର ପାୱାର କଂପାନୀ ହେବାକୁ ଯାଉଛି । ସୋଲାର ପାୱାର ପ୍ଲାଣ୍ଟର ଭୂମି ପୂଜନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର |ଏହି ଅବସରରେ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କୃଷ୍ଣ ପାତ୍ର ଉପସ୍ଥିତ ଜନସାଧରଣଙ୍କୁ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡିଶାର […]
