ଭାରତରେ ଅନ୍ଲାଇନ୍ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ ।କେନ୍ଦ୍ର ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ଲାଟଫର୍ମଗୁଡ଼ିକୁ ଏପରି ତାଲିକା ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନର ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ […]
ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟ ବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ଫୋନ ନବନାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ମୁଁ ଚାହୁଁନାହିଁ ଆପଣ ଭାରତରେ ଆପଲର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ, ଭାରତ ତା’ର ନିଜ କଥା ନିଜେ ବୁଝିବ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ […]
ରାୟଗଡ /୧୫/୦୫ ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ ସମ୍ପର୍କରେ ଦେଶବାସୀ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଇବା ଅବସରରେ ଭାରତୀୟ ସେନାର ମନବଳକୁ ଆହୁରି ଦୃଢ଼ କରିବା ଓ ଆମ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଆୟୋଜିତ ହୋଇଛି । ଜିଲ୍ଲା ପ୍ରଶାସନ […]
ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ହେବାର ଆଶଙ୍କାରହିଛି। ସେହିଭଳି କେନ୍ଦ୍ରାପଡା, ଜଗତସିଂପୁର, ସୁନ୍ଦରଗଡ଼ ଏବଂ କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ […]
ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥ ଯାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। । ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସ୍ ରେ ୨୫ ଦିନ ପାଇଁ ଭ୍ରମଣ ଆରମ୍ଭ କରିଥିଲେ । ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ବାହାରି ଗତକାଲି ଗୟାରୁ ପୁରୀ ଅଭିମୁଖେ ଯାଉଥିଲେ । […]
ବିଡ଼ିଓମାନଙ୍କୁ ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଲେ, ମୋ ଛୋଟିଆ ବ୍ରେନ୍ରେ ସବୁ ସେଭ୍ ଅଛି। ସେକାଳ ପଖାଳ ଆଉ ନାହିଁ। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ। ମୁଁ କ୍ଷମା ଦେବିନି, ଆମ ଲାଇନ୍ରେ ସେଟଅପ୍ ହେବାକୁ ପଡ଼ିବ। ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି। […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପକ୍ଷରୁ ଆଜି ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୂର୍ଗା ପ୍ରସାଦ ମନ୍ଦିର ଠାରୁ ନୟାଗଡ଼ ପୁରୁଣା ସହର୍ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଅନୁଷ୍ଠିତ ଏକ ବାଇକ ରାଲିକୁ ସକାଳ ୮ଟାରେ ଉଦଘାଟନ କରିଥିଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଅପରେସନ ସିନ୍ଦୁରର ସଫଳତା ଓ ଵୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ଅବସରରେ ଏହି ବାଇକ ରାଲି ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ପରିଷଦ ଅଧ୍ୟକ୍ଷ […]
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା […]
ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତାମିଲନାଡୁ ମାମଲାରେ ଶୁଣାଣି ସୁପ୍ରିମକୋର୍ଟ ଦେଇଥିବା ରାୟର ମାସଟେ ପରେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ୧୪ଟି ପ୍ରଶ୍ନ ପଚାରିଛନ୍ତି। ।ଏହି ଧାରା ମାଧ୍ୟମରେ ରାଷ୍ଟପ୍ରତି କୌଣସି ଆଇନଗତ ସମସ୍ୟା ଉପରେ କୋର୍ଟଙ୍କ ସହ ପରାମର୍ଶ କରିପାରିବେ । ଧାରା […]
ଇସ୍ତଫା ଦେଲେ ମୁନା ଖାନ୍! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍। ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା । ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପୁଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । […]
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା। ଫଳରେ ପଛ ଗୋଡ଼ ଚାଲିରେ ଅସୁବିଧା ସୃଷ୍ଟି ହେଉଥିଲା।। କିଛି ଦିନ ହେବ ସିଂହ ଆକାଶ ଖାଦ୍ୟ ଖାଉନଥିଲା କି ଛିଡ଼ା ହୋଇପାରୁନଥିଲା । ସେ କେବଳ ଶୋଇରହୁଥିଲା । ଗତ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଛି l ବ୍ୟବଚ୍ଛେଦ […]
ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ମୃତକଙ୍କ ପରିଚୟ ନୟାଗଡ଼ ଜିଲ୍ଲାର ସୋନାଲୀ ମହାପାତ୍ର ବୋଲି ଜଣାପଡ଼ିଛି। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତମୁଖର ଶବ ଉଦ୍ଧାର କରିଛି।ଘଟଣା ସମୟରେ ସୋନାଲୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ରୁମରେ ଥିଲେ, ଯିଏ ତାଙ୍କର ହେବାକୁ ଥିବା ସ୍ୱାମୀ ବୋଲି କୁହାଯାଉଛି। ଉଭୟଙ୍କର ଆଗାମୀ ମାସରେ ବିବାହ ହେବାର […]
