ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ବଦଳି ଆବେଦନ

୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସଂଶୋଧିତ କ୍ୟାଲେଣ୍ଡର ପ୍ରକାଶ ପାଇଛି। ତେବେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଶିକ୍ଷକ (ପ୍ରାଥମିକ ଓ ମାଧ୍ୟମିକ)ଙ୍କ ବଦଳି ସୁପାରିସ କରିପାରିବେ ବିଧାୟକ ଓ ସାଂସଦ।ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ଜୁନ ୩ରେ ବିଇଓଙ୍କ […]

ବିଷ ପିଇ ଗୋଟେ ପରିବାରର ସମସ୍ତଙ୍କ ଜୀବନ ସଫା

ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଶୁଭାଶିଷ ପାଣିଗ୍ରାହୀ ଗତକାଲି ମଧ୍ୟାହ୍ନରେ ନିଜ ପୁଅ, ଝିଅଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ନିଜେ ମଧ୍ୟ ପିଇଥିଲେ । […]

ଧର୍ମଶାଳା ABDOଙ୍କ ଘରେ ପଶିଲା ଭିଜିଲାନ୍ସ ।

ଧର୍ମଶାଳା ABDOଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ଅତିରିକ୍ତ ବ୍ଲକ୍‌ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଯାଜପୁର ରୋଡ୍ କହ୍ନେଇପୁରରେ ଥିବା ତାଙ୍କ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଥିବା ମେଟ୍ରୋ ଆପାର୍ଟମେଣ୍ଟରେ ଚଢାଉ ହେଉଛି । ସେହିପରି ଯାଜପୁର ଗରଡେଶ୍ବରରେ ଥିବା ପୈତୃକ ଘର, ଧର୍ମଶାଳରେ ଥିବା ସରକାରୀ ବାସଭବନ ଓ ଅଫିସରେ ରେଡ୍ ହେଉଛି । ଏହା […]

ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଣାଣି ହେଉଥିବା ଜନସାଧାରଣଙ୍କ ଅଭିଯୋଗର ମୁଖ୍ୟ ମାଧ୍ୟମ ଅଭିଯୋଗ ସେଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ଶୀଘ୍ର ନୂଆ ସ୍ଥାନକୁ ସ୍ଥାନାନ୍ତର ହେବ। ଅଶୋକ ନଗରର ମଣ୍ଡଳ ସାଧନ କେନ୍ଦ୍ର, ଯୁନିଟ-୨ରେ ନୂଆ ସୁବିଧା ଯୋଜନା ହୋଇଛି। ନୂଆ ସ୍ଥାନ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ସେବା ତମ୍ବୁ ବ୍ୟବସ୍ଥାରେ ଚାଲିବ।ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ସେଲ୍‌ ୨୦୨୪ ଜୁଲାଇ ୧ରେ କାର୍ଯ୍ୟ ଆରମ୍ଭ କରିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ […]

‘ଭାର୍ଗବାସ୍ତ୍ର’ର ପରୀକ୍ଷଣ ସଫଳ, ଅନେକ ଡ୍ରୋନକୁ ଆକ୍ରମଣ କରିବାକୁ ସକ୍ଷମ ।

ଭାରତ ଏବେ ଡ୍ରୋନ ବିପଦକୁ ରୋକିବା ପାଇଁ ଏକ ନୂଆ ତଥା ସ୍ୱଳ୍ପ ବ୍ୟୟର ସମାଧାନ ଖୋଜି ବାହାର କରିଛି। ‘ଭାର୍ଗବାସ୍ତ୍ର’ ନାମକ ଏହି ହାର୍ଡ କିଲ ମୋଡ କାଉଣ୍ଟର ଡ୍ରୋନ ଡିଫେନ୍ସ ସିଷ୍ଟମକୁ ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ (ଏସଡିଏଲ) ଡିଜାଇନ ଓ ବିକଶିତ କରିଛନ୍ତି। ଏହି ଭାର୍ଗବାସ୍ତ୍ର ଏକକାଳୀନ ଆସୁଥିବା ମେଞ୍ଚାମେଞ୍ଚା ଡ୍ରୋନକୁ ଆକାଶରେ ନିଶେଷ କରିଦେବ। ଏହି ଡ୍ରୋନ ଡିଫେନସ ସିଷ୍ଟମ ଏହାର ପ୍ରଥମ ପରୀକ୍ଷଣରେ ହିଁ ଉତୀର୍ଣ୍ଣ ହୋଇଛି। ୧୩ […]

ଖୁବ୍‌ଶୀଘ୍ର ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ସରିଲା ଉଭୟ ପକ୍ଷ ଓକିଲଙ୍କ ଆର୍ଗୁମେଣ୍ଟ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମଧ୍ୟ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହୋଇଥିଲା । ଖୁବ୍‌ଶୀଘ୍ର ଏହି ମାମଲାର ଫଇସଲା ଆସିବ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲଙ୍କ କହିବା ଅନୁସାରେ ବୁଧବାର ଉଭୟ ପକ୍ଷର ଆର୍ଗୁମେଣ୍ଟ ସରିଯାଇଛି । ଖୁବ୍‌ଶୀଘ୍ର କୋର୍ଟ ନିଜର ଫଇସଲା ଶୁଣାଇବେ ।ଅନ୍ୟ ପକ୍ଷରେ ପୀଡିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନଗୋଙ୍କ କହିବା ଅନୁସାରେ ଠିକ୍ […]

ଇଭି ଷ୍ଟେସନ ନିର୍ମାଣ ଓ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି: ଶ୍ରୀ ସିଂହଦେଓ

ଭାରତ ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇପାରିଛି l ଏଥିରେ ଓଡ଼ିଶାର ମଧ୍ୟ ଯୋଗଦାନ କିଛି କମ୍ ନୁହେଁ l ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ| ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ। ପିଏମ୍ […]

ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।

ଓଡ଼ିଶା ରାଜ୍ୟ ମନ୍ତ୍ରୀମଣ୍ଡଳୀ ରାଜ୍ୟର ‘ମମତା’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି।ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବୃଦ୍ଧିପ୍ରାପ୍ତ ପ୍ରୋତ୍ସାହନ: ପୂର୍ବରୁ ଅଙ୍ଗନବାଡ଼ି କର୍ମୀ (AWW) ଏବଂ ଅଙ୍ଗନବାଡ଼ି ସହାୟିକା (AWH) ମାନେ ପ୍ରୋତ୍ସାହନ ରାଶି ଭାବେ […]

ନୂଆ ସଂରକ୍ଷଣ ଲାଗୁ କଲେ ଓଡିଶା ସରକାର| ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ ।

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୬ଟି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରି ଦିଆଯାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ହୋଇଛି । ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା […]

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଜଣେ ଯୁବକ ମୃତ ।

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଯୁବକ ଜଣଙ୍କ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ୧ ଘଣ୍ଟା ଖୋଜା ଖୋଜି କରିବା ପରେ ଉଦ୍ଧାର କରାଯାଇଛି । ମୃତଦେହ ନ ମିଳିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚାପ ଖେଳାଯିବ ନାହିଁ ବୋଲି କୁହାଯାଉଥିଲା । ତେବେ ଅସୁସ୍ଥ ଯୁବକଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଦୀଘାକୁ ଜଗନ୍ନାଥ ଧାମ କହିବା ପଛରେ ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି।

ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ବଢ଼ିବାରେ ଲାଗିଛି । ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ଏହି ଲେଖିଥିବା ଚିଠିର ଆସିଛି ଉତ୍ତର।ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ ଧରାପଡ଼ିଛି। ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ ଆହୁରି ଖୁଲାସା କରିଛି। ଚିଠିରେ ଇସ୍କନ […]

ଅସିତ ମହାପାତ୍ର ORERAର ନୂଆ ଅଧ୍ୟକ୍ଷ

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ORERA)ରେ ଗୁରୁତ୍ଵପୂର୍ଣ୍ଣ ନେତୃତ୍ଵ ପରିବର୍ତ୍ତନ ହୋଇଛି। ଅସିତ ମହାପାତ୍ର ORERAର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ। ଏନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହା ବ୍ୟତୀତ ସରକାର ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମ ସୁନ୍ଦର ଦାଶଙ୍କୁ ଓରେରାର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି।ଏହି […]