ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଛି ତୁର୍କୀ । ଆତଙ୍କବାଦୀ ପାକିସ୍ତାନ ସହିତ ଠିଆ ହୋଇ ନିଜର ପ୍ରକୃତ ଚେହେରା ଦେଖାଇଛି ତୁର୍କୀ। ଭାରତକୁ ଆକ୍ରମଣ କରିବାକୁ ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ତୁର୍କୀର ବୋଲି ସୂଚନା ରହିଛି ।ତେବେ ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ “ତୁର୍କୀ ବ୍ୟାନ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାକୁ ନିଷ୍ପତ୍ତି […]
ପାରାଦୀପ ବନ୍ଦର ଏସ୍ପିଏମ୍ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ପାକିସ୍ତାନୀ ନାଗରିକ ଭାରତ […]
lରାୟଗଡ:-ତା. ୧୩/୦୫-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରପଗଡ଼ ଓ ଚରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହା ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ […]
ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ଡ୍ରୋନର ଅପରେଟର କହିଛନ୍ତି ।ଏହାଛଡା ୩ ଜଣ ନେଭି ଅଫିସର ତାଳସାରୀ ସାମୁଦ୍ରିକ ଥାନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି […]
ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି। ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ। ବାକି ଥିବା ବିଷୟ ହେଉଛି ପାକିସ୍ତାନ […]
ଯାଜପୁର ଛତିଆରେ ବୋମା ବିସ୍ଫୋରଣ ରେ ୨ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବୋମା ବିସ୍ଫୋରଣରେ ୨ଟି ବାଇକ ଜଳିଯାଇଥିବା ଜଣାପଡ଼ିଛି। ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଦେହକୁ ପୋଲିସ ଜବତ କରିଛି । ସ୍ଥାନୀୟ ପୋଲିସ ଘଟଣାରେ ପହଞ୍ଚି, ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ […]
ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ ଆଜି ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ୍ ସଞ୍ଜୀବ ଖନ୍ନା। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ […]
ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ । କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୃନ୍ଦାବନ ଯାଇଛନ୍ତି । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା […]
ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ରହିଛି ୯୨.୬୪ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି ୯୧.୬୩ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା […]
ରାଜ୍ୟରେ ଖରାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗରମ ଓ ଗୁଳୁଗୁଳି ପାଇଁ ୨୮୨ ଜଣ ଲୋକ ଅସୁସ୍ଥ ହୋଇପଡିଲେଣି। ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅସୁସ୍ଥ। ଝାରସୁଗୁଡାରେ ୭୨ଏବଂ ମୟୂରଭଞ୍ଜରେ ୪୨ ଜଣ , ସୋନପୁରରେ ୧୭ଜଣ ,ବାଲେଶ୍ୱରରେ ୨୪ ଜଣ, ଦେବଗଡରେ ୧୫ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା […]
ମେ ୧୫ ତାରିଖ ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣର ଶେଷ ଦିନ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ରୁ ୩୫ ଲକ୍ଷ ଲୋକ ପିଏମ୍ ଆବାସ ପଞ୍ଜୀକରଣ କଲେଣି । ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର […]
ବରିଷ୍ଠ IAS ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ନୂଆ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE)ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ତାଙ୍କୁ ସୌରଶକ୍ତି ନିଗମର ଅଧ୍ୟକ୍ଷ ଓ ଏସଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ […]
