କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି । କନ୍ଧମାଳ ଓ ଗଞ୍ଜାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କନ୍ଧମାଳ ରାଇକିଆରେ 30 ଜଣ ମିଳିମିଳା ରୋଗୀ ଥିଲେ । ସମସ୍ତେ ଭଲ ଅଛନ୍ତି । ପ୍ରାୟ ସୁସ୍ଥ ହୋଇଗଲେଣି । 5 ଜଣ ଏବେ ବି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୦ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଧୂପ,ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା […]
ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ତ୍ରେତୟା ଯୁଗର ପଥର ଭାସୁଥିବା କଥା ଆପଣମାନେ ପୁରାଣରୁ ଶୁଣିଥିବେ । ପଥର ଦ୍ୱାରା ତିଆରି ହୋଇଥିବା ସେତୁ ଉପରେ ପାଦ ରଖି ପ୍ରଭୁ ଶ୍ରୀରାମ ଲଙ୍କାକୁ ଯାଇ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ତେବେ ଏହା ମଧ୍ୟରେ ଶତାଧିକ ବର୍ଷର ପୁରୁଣା କାହାଣୀ ସତେ ଯେମିତି ଓଡ଼ିଶାରେ ପୁନର୍ଜନ୍ମ ନେଇଛି । ତ୍ରେତୟା ଯୁଗରେ ପଥରେ ଯେପରି ପାଣିରେ ଭାସୁଥିଲା, ଏବେ ମଧ୍ୟ ଓଡ଼ିଶାର […]
ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ଜିନ୍ନତ ଏବେ ଝାଡ଼ଖଣ୍ଡର ଚାକୁଳିଆ ନିକଟସ୍ଥ ଚିଆବାନ୍ଧି ଜଙ୍ଗଲରେ ଥିବାରୁ ସେଠାରେ ହାଇଆଲର୍ଟ ଜାରି କରାଯାଇଛି । ବାଘୁଣୀ ଭୟରେ ମଙ୍ଗଳବାର ଠାରୁ ୪ଟି ଗାଁରେ ସ୍କୁଲ ବନ୍ଦ ରହିଛି । ଏଥିସହ ଗାଁ ଲୋକ ଅଯଥାରେ ଘରୁ ନବାହାରିବାକୁ ସତର୍କ କରାଯାଇଛି । ଏହି ଅଂଚଳରେ ୧୬୩ […]
ସାବାଡ ହେବେ ନକଲି ସାମ୍ବାଦିକ । କାରଣ ଏବେ ଦିନକୁ ଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । କମିସନରେଟ ପୋଲିସ ଵିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାଵ ଵୃଦ୍ଧି ପାଇଵାରେ ଲାଗିଛି ।ମନଇଚ୍ଛା ଗାଡିରେ ପ୍ରେସ ଲେଖି ଵୁଲୁଛନ୍ତି । ବେଳେ ବେଳେ ବଡ ବଡ ଉଦ୍ୟୋଗପତି କିମ୍ୱା ସାମାଜିକ କର୍ମୀଙ୍କୁ ଟଙ୍କା ମାଗିବାର ବି ନଜର ଆସୁଛି। ତେଣୁ ସେମାନଙ୍କୁ ସାଵାଡ କରିଵା ପାଇଁ ଖୁଵ୍ ଶୀଘ୍ର କମିସନରେଟ ପୋସଲିସ୍ ପକ୍ଷରୁ ସ୍ୱତନ୍ତ୍ର […]
ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ତିନି ଅଟକ । ସମସ୍ତଙ୍କୁ ଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟା ସନ୍ଦେହରେ ଚାଲିଛି ପଚରାଉଚରା ।ଘଟଣା ଅନୁଯାୟୀ, ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡାପାଲି ଗାଁରେ ଦେବେନ ବେହେରା ଓ ତାଙ୍କ ସ୍ତ୍ରୀ ଶୋଇଥିଲେ। ବିଳମ୍ବିତ ରାତିରେ ଶୌଚ ହେବା ପାଇଁ ଦେବେନଙ୍କ ସ୍ତ୍ରୀ ସୋମ୍ୟାମୟୀ ବାହାରିବା ସମୟରେ କେହି ମୁଖ୍ୟ ଦ୍ୱାରରେ କବାଟ ବାଡେଇବା ଶବ୍ଦ […]
ଭାଟ୍ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ଭିଜିଲାନ୍ସ ଜାଣିବାକୁ […]
ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ । ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ । କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍ । ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ପରେ ଟ୍ରକ୍ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ପଳାଇ ଯାଉଥିଲେ। ହେଲେ ଦୂତି ଗୋଡ଼ାଇ ଗୋଡ଼ାଇ ଉକ୍ତ ଟ୍ରକ୍କୁ କାବୁ କରିଥିଲେ। […]
ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ଥିବାବେଳେ ରାଉରକେଲା ୧୦.୨, ଝାରସୁଗୁଡ଼ା ୧୦.୪, କିରେଇ ୧୦.୭, କେନ୍ଦୁଝର ୧୧.୨, ଅନୁଗୁଳ ୧୧.୬, କୋରାପୁଟ ୧୧.୮, ଫୁଲବାଣୀ […]
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, […]
ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ । ବିଗତ ବର୍ଷମାନଙ୍କ ତୁଳନାରେ ପକ୍ଷୀ ସଂଖ୍ୟା କମ୍ ପରିଲକ୍ଷିତ ହେଉଛି । ଅନ୍ୟପଟେ ପକ୍ଷୀ ଶିକାର ରୋକିବାକୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଅକ୍ଟୋବର ମାସ ୦୧ ତାରିଖରୁ ମାର୍ଚ୍ଚ ମାସ ୩୧ ତାରିଖ ଯାଏ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, […]
ଆଗାମୀ ଡିସେମ୍ବର ୧୬ ତାରିଖ ରେ ୟୁନିଟ୍-୫ ,ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗତ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ।ଏହି ସମସ୍ତ ଆବେଦନକାରୀ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ […]
