ଯୁଦ୍ଧ ଖବର ପରିବେଷଣ ବେଳେ ବାଜିବନି ସାଇରନ୍‌

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ୍‌ । ଏୟାର ରେଡ୍‌ ସାଇରନ୍‌ ନବଜାଇବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି । ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ମହାନିର୍ଦ୍ଦେଶାଳୟ ଏକ ପରାମର୍ଶରେ କହିଛି ଯେ ନାଗରିକ ପ୍ରତିରକ୍ଷା ଆଇନ, ୧୯୬୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସମସ୍ତ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଇଛି […]

ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ : ସୁରେଶ ପୂଜାରୀ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର […]

ଭାରତର ’ଅପରେସନ୍ ସିନ୍ଦୂର’ vs ପାକିସ୍ତାନର ’ଅପରେସନ୍ ବୁନୟାନ୍-ଅଲ୍-ମାର୍ସୁସ୍

ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ ।ତେବେ ଆଜି ଭୋର୍ ସମୟେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଫତାହ-୧ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା। ଭାରତର ଅପରେସନ୍ ସିନ୍ଦୂର […]

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ !

ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ମୌସମୀ ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ […]

ଜମ୍ମୁ ଓ ଉତ୍ତରାଖଣ୍ଡରୁ ସୁରକ୍ଷିତ ଫେରିଲେ ଓଡିଆ ଛାତ୍ରଛାତ୍ରୀ

ବାଲେଶ୍ବରକୁ ଫେରିଆସିଛନ୍ତି ଛାତ୍ର ଛାତ୍ରୀ । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର ବାରିପଦା , ଜଳେଶ୍ଵର ଓ ଲଙ୍ଗଳେଶ୍ବର ଅଞ୍ଚଳ ବୋଲି ଜଣାପଡିଛି । ଆହୁରି ୮ ଜଣରୁ […]

ଅତ୍ୟାବଶ୍ୟକ ସାମଗ୍ରୀ ନେଇ କଟକ ମାଲଗୋଦାମ ବଜାରରେ କିପରି ରହିଛି ସ୍ଥିତି ? ଜାଣନ୍ତୁ

ଭାରତ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାର ଲାଗିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ ନୂଆ ନୂଆ ତଥ୍ୟ ଆସିବାର ଲାଗିଛି । ଯାହାକୁ ନେଇ ଦେଶରେ ହାଇ ଆର୍ଲଟ ଜାରି ହୋଇଛି | ଯଦି ଉଭୟ ଦେଶ ମଧ୍ୟରେ ଯଦି ଏପରି ଉତ୍ତେଜନା ଲାଗି ରହେ, ଓଡିଶାରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀର ସ୍ଥିତି କେମିତି ରହିବ । ଏହା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ କି ! ମାଲଗୋଦାମରେ ଅତ୍ୟାବଶ୍ୟକ ଗ୍ରସୋରି ସାମଗ୍ରୀ […]

ଏଟିଏମ୍‌-ୟୁପିଆଇକୁ ସାଇବର ସୁରକ୍ଷାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରବିଆଇ, ଏନପିସିଆଇ ଓ ମୁଖ୍ୟ ବ୍ୟାଙ୍କ ଗୁଡିକୁ ସାଇବର […]

‘ଅପରେଶନ ସିନ୍ଦୂର’: ପଞ୍ଜୀକରଣ କରିବାକୁ ୧୫ଫିଲ୍ମ ନିର୍ମାତା ଇଛୁକ

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। ଭାରତର ‘ଅପରେଶନ ସିନ୍ଦୂର’କୁ ବହୁ ସଂଖ୍ୟକ ବଲିଉଡ ସେଲିବ୍ରିଟି ସମର୍ଥନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୧୫ଜଣ ଫିଲ୍ମ ନିର୍ମାତା ଏବଂ ବଲିଉଡ ଷ୍ଟୁଡିଓ ଅପରେଶନ ସିନ୍ଦୂର ଟାଇଟଲ ପଞ୍ଜୀକରଣ କରିବାକୁ ଆଗେଇ ଆସିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମହାବୀର ଜୈନଙ୍କ କମ୍ପାନୀ ପ୍ରଥମେ ପଲିଟିକ୍ସ, ଥ୍ରିଲ୍, ସେନାର ସାହସ ଏବଂ ନାରୀ ଶକ୍ତିର କାହାଣୀ କହିବା ପାଇଁ ‘ଅପରେସନ୍ ସିନ୍ଦୂର’ ଟାଇଟଲ ରେଜିଷ୍ଟର ପାଇଁ ଆବେଦନ କରିଥିଲା […]

ଭାରତ-ପାକିସ୍ତାନ ଯୁଦ୍ଧ ଭୟ ! ଓଡ଼ିଶା କିଣିବ ୧୦୦ଟି ନୂଆ ସାଇରନ୍‌

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଓ ପରେ ଭାରତ ପକ୍ଷରୁ ଅପରେସନ୍‌ ‘ସିନ୍ଦୂର’ ପରେ ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢ଼ିଛି। ଯୁଦ୍ଧ ଭୟ ଭିତରେ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପତ୍ର ଲେଖି ବେସାମରିକ ପ୍ରତିରକ୍ଷା (ସିଭିଲ୍‌ ଡିଫେନ୍‌ସ) ନିୟମ-୧୯୬୮ ଲାଗୁ କରିଛନ୍ତି। ଏଥିରେ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଜରୁରି କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୧୦୦ଟି ନୂଆ ସାଇରନ୍ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ସାଇରନ୍‌ […]

ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ୪୪ ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନ୍‌ସନ

ଓଡିଆ ଅସ୍ମିତାର ନିଦର୍ଶନ ସ୍ବରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି ।ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍) ବନ୍ଦୀମାନଙ୍କୁ ପେନ୍‌ସନ […]

ଆସନ୍ତା ୭ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଜାରି ରହିବ ।

ଆସନ୍ତା ୭ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ଜାରି ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ ସହ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ରହିଛି ।୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, […]

ଆତଙ୍କୀ ପୋଷୁଥିବା ପାକିସ୍ତାନକୁ ଆଇଏମଏଫର ସହାୟତା

ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ନିଷ୍ପତ୍ତି ନେଇଛି । ଭାରତର ବିରୋଧ ସତ୍ତ୍ୱେ ଆଇଏମ୍ଏଫ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଛି ।ହେଲେ କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନକୁ ଆର୍ଥିକ ସହାୟତା ଦେଇ ବଡ଼ ଆଶ୍ବସ୍ତି ଦେଇଛି ଆଇଏମଏଫ୍ । ପାକିସ୍ତାନକୁ ଋଣ ଦେବା ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି ଭାରତ ବାରମ୍ବାର କହିଆସୁଛି । ସେହିପରି ଆଇଏମ୍ଏଫ୍ ନିକଟରେ ପାକିସ୍ତାନର […]