ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ଜଣ ବାଂଲାଦେଶୀ । ଦୁଇଟି ମାଛଧରା ବୋଟ୍ ରେ ଅଛନ୍ତି ୭୮ ଜଣ ବାଂଲାଦେଶୀ। ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସମସ୍ତ ବାଂଲାଦେଶୀଙ୍କୁ କୋଷ୍ଟଗାର୍ଡ ପାରାଦୀପ ଆଣୁଥିବା ସୂଚନା ମିଳିଛି । ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ […]
ବସ୍ତି ଲୋକଙ୍କ ସଂଖ୍ୟା ବଢ଼ୁଛି । ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧ ଲକ୍ଷ ୯୫ ହଜାର ୯୫ ବସ୍ତି ପରିବାର । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦ ହଜାର ୫୨୦ ପରିବାର । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫ ହଜାର ୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩ ହଜାର ୨୯୬ ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮ […]
ରାଜଧାନୀରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT । ଘରୋଇ ସଂସ୍ଥା ଗୁଡ଼ିକ ଠାରୁ CRUT ଟେଣ୍ଡର୍ ଆହ୍ବାନ କରିଥିବା ଜଣାପଡିଛି । ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଚଳାଚଳ କରିବା ପାଇଁ CRUT ଯୋଜନା କରିଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ, […]
ଆସନ୍ତା ମାସରେ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ ହେବ I ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ। ଏଥିମଧ୍ୟରୁୁ କେବଳ ନଳବଣକୁ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀ ଆସିଛନ୍ତି।ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁଃପାର୍ଶ୍ଵରେ ଥିବା […]
ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ଚଳିତ ଥର ହେବ ହୋମ ଷ୍ଟେ ବ୍ୟବସ୍ଥା, ଲୋକଙ୍କ ଘରେ ରହିବେ ଅତିଥି। ଲୋକେ ନିଜ ଘରେ ପ୍ରବାସୀ ଅତିଥି ମାନଙ୍କୁ ରଖିବାକୁ ରଖିବାକୁ ପୋର୍ଟାଲ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ। ଆସନ୍ତା ଜାନୁଆରୀ ୮ରୁ ୧୦, ୩ ଦିନ ଧରି ଭୁବନେଶ୍ବରରେ ଚାଲିବ ପ୍ରବାସୀ ଭାରତୀୟ ଦିବସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ହାଇ ପାୱାର କମିଟି ବୈଠକ ସରିଛି । ଆମର […]
ପୋଖରୀ କୂଳରେ ଥିବା ଗଛରେ ଝୁଲୁଛି ମୃତଦେହ । ଆଉ ଗଛ ତଳେ ଜଗିବସିଛି ପୋଷା କୁକୁର । ମୃତଦେହ ପାଖକୁ ଯିଏ ବି ଗଲେ କୁକୁରଟି ଭୁକିବା ସହ କାମୁଡ଼ି ଗୋଡ଼ାଉଛି । ଏଭଳି ଦୃଶ୍ୟ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଅଞ୍ଚଳରେ । ପୋଖରୀ ନିକଟରେ ଥିବା ଏକ ଜମ୍ବୁ ଗଛରେ ମୃତଦେହ ଝୁଲି ରହିଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି । ମଣିଆଙ୍କ ସମ୍ପର୍କୀୟମାନେ ପୋଖରୀ ନିଲାମ ନେଇଥିବା ମାଲିକଙ୍କ […]
ଗିରଫ ହେଲେ କନିଷ୍ଠ କିରାଣୀ ଦେବଜାନୀ କର। ସୋମବାର ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ। ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ।ତଲାସି ବେଳେ ନଗଦ ୧୫ ଲକ୍ଷ ନଗଦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା ।ଭିଜିଲାନ୍ସ ସୂଚନା ଅନୁସାରେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ […]
ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ଗୃହରେ ଚର୍ଚ୍ଚା ହୋଇଛି । ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା […]
ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ […]
ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି । ଏଥିପାଇଁ ଉତ୍ସବ ଆୟୋଜନ ସ୍ଥଳ ଜନତା ମଇଦାନରେ ଭୂମିପୂଜନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର […]
ମଙ୍ଗଳବାର ସକାଳେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା। ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ବୋଲି ପୂର୍ବାନୁମାନ ରହିଛି । ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ ।୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ […]
ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ହେବ । କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ହେବ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ […]
