ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର

ରାଜ୍ୟ ସଭା ପାଇଁ ସୁଜିତ୍‌ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସେପ୍ଟେମ୍ବର ୭ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏବଂ ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହୋଇଥିଲେ।

ସରକାରୀ ଚାକିରି ପ୍ରତିଶ୍ରୁତି ଦେଇ ଠକେଇ

ଚାକିରି ଠକେଇ ମାମଲାରେ ରବିବାର କଟକରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ଭାଇ ଅର୍ଜିତ ମହାନ୍ତି ଏବଂ ଅର୍ପିତା ମହାନ୍ତି ବୋଲି ଜଣାପଡିଛି।ପ୍ରତି ଆଶାୟୀଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ ଠାରୁ ଏକ ଦାମୀ କାର, ଏକ ସ୍କୁଟି, ଦୁଇଟି ଫୋନ, ନଗଦ […]

୫ ନକଲି ମାଓବାଦୀ ଗିରଫ । ମାଓବାଦୀ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ

ହଙ୍ଗା ପଡିଲା ନିଜକୁ ମାଓବାଦୀ କହି ଲୋକଙ୍କୁ ପ୍ରଜାକୋର୍ଟରେ ଧମକ ଦେଇ ବଟି ଆଦାୟ କରିବା । ପୋଲିସ ହାତରେ ଧରାପଡିଲେ ପାଞ୍ଚ ଜଣ ନକଲି ମାଓବାଦୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।ଚିତ୍ରକୋଣ୍ଡା ଥାନା ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ପାଞ୍ଚ ଜଣଙ୍କ […]

ଓଏଏସ୍‌ ଅଫିସରଙ୍କ ଲାଗି ଚେତାବନୀ

ଓଏଏସ୍‌ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍‌ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରି ନ ଥିବାରୁ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍‌ ୧୧ ତାରିଖରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି କୁହାଯାଇଛି।ସୂଚନା ଅନୁସାରେ ଅଗଷ୍ଟ ୧୭ ଏବଂ […]

ମହାକୁମ୍ଭ ମେଳା; ୟୁପିରୁ ଆସିଲା ମୋହନ ମାଝୀଙ୍କୁ ନିମନ୍ତ୍ରଣ ।

ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।ଏହାସହ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କୁ ନିମନ୍ତ୍ରଣ ଦେବାକୁ ଓଡିଶା ଆସିଛନ୍ତି ଉତ୍ତରପ୍ରଦେଶ ସରକାରର ଦୁଇ ମନ୍ତ୍ରୀ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭରେ ୪୩ କୋଟିରୁ ଅଧିକ ତୀର୍ଥ ଯାତ୍ରୀ, ସାଧୁସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରଖିଛି […]

ଆଜି ୬ ଜିଲ୍ଲାରେ ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।ସୋମବାର ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ୬ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲାଗୁଡିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, […]

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪.”ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ”

ତା. ୮/୧୨/୨୦୨୪.ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମାରୀଚଗୁଡା ଠାରେ ଚଇତି -୨୦୨୪ ଶୁଭାରମ୍ଭ ହୋଇଛି l ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀ ମାନଙ୍କର ଭାଷାର ଉତ୍ପତିସ୍ଥଳ ଓ ମୂଖ୍ୟ ଉପାସନା ପୀଠ ଅକ୍ଷର ଧାମ୍‌ ମନ୍ଦିରରେ ସ୍ଥାନୀୟ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା l ଏଥିରେ ରାୟଗଡ଼ା ଜିଲ୍ଲାର ୧୧ଗୋଟି ବ୍ଲକକୁ ୧୧ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇ […]

ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ,ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ […]

ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଯାଞ୍ଚରୁ ଏଭଳି ମ୍ୟାସେଜ୍ ରାଜସ୍ଥାନର ଅଜମେରରୁ ପଠାଯାଇଛି। ପୋଲିସ ସୂଚନା ଅନୁସାରେ ମୁମ୍ବାଇ ଟ୍ରାଫିକ ପୋଲିସ ହେଲପ୍ ଲାଇନ ହ୍ୱାଟସଆପ ନମ୍ବରରେ କିଛି ଘଣ୍ଟା ତଳେ ଏହି ମ୍ୟାସେଜ ଆସିଥିଲା। ଏପରି ମ୍ୟାସେଜ କରିଥିବା ସନ୍ଦିଗ୍ଧର ସନ୍ଧାନ ନିମନ୍ତେ ଏକ ପୋଲିସ ଟିମକୁ […]

ଆସନ୍ତାକାଲି ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ମିଳିବ

ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ। ରବିବାର ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ। ସୂଚନାମୁତାବକ ୨୦୨୪ ସାଧାରଣ ନିର୍ବାଚନରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା […]

ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ

ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମିଛ ଅଭିଯୋଗରେ ୫ ଆଦିବାସୀ ଗିରଫ। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍‌ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି।ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ […]

ଜଙ୍ଗଲରେ ବନ୍ଧୁକ ତିଆରି ମେସିନ ଜବତ

ଯବାନଙ୍କୁ ମିଳିଲା ବଡ଼ ସଫଳତା। ସର୍ଚ୍ଚ ଅପରେସନ୍‌ ବେଳେ ଘଞ୍ଚ ଜଙ୍ଗଲରେ ଠାବ ହେଲା ବନ୍ଧୁକ କାରଖାନା। ଛତିଶଗଡ଼ର ନାରାୟଣପୁର ଜିଲ୍ଲା କୋହକମେଟା ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ କରିଛି ବିଏସଏଫ। ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରି ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ମାଓବାଦୀ ।ଯବାନମାନେ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ ଭଳି ଅନେକ ସାମଗ୍ରୀ ଜବତ କରିଥିଲେ। […]