୧୦ ତାରିଖଠାରୁ ରାଜ୍ୟରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା

ଆସନ୍ତା ୭ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ-ଭାରତର ସଂଲଗ୍ନ ସମତଳ ଅଞ୍ଚଳରେ ୮ ତାରିଖରେ ରହିବ। ଏହା ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ସହ ୧୦ ତାରିଖଠାରୁ ରାଜ୍ୟରେ ଥଣ୍ଡା ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଆଜି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଏବଂ ମାଲକାନଗିରି ଜିଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର […]

ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା ।

ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା । www.bseodisha.ac.in ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ। ଜାନୁଆରୀ ୮ରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ପରୀକ୍ଷାର୍ଥୀ । ପେପର୍‌-୧ରେ […]

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ।

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏବଂ ବରଗଡ଼ର ୯ଟି ସ୍ଥାନରେ ରେଡ୍ କରାଯାଉଛି। ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଛି। ACFଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ କରାଯାଇଛି।ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ […]

ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ସିପାହି କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ଓଡିଶା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ବାଟାଲିୟନରେ ୧୩୬୦ଟି କନେଷ୍ଟବଳ ସିପାହୀ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ । ଏ ସଂପର୍କରେ ଓଡ଼ିଶା ପୋଲିସ ସିଲେକ୍ସନ୍ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ […]

ବରଗଡ଼ ଧନୁଯାତ୍ରାରେ ବଦଳିଲେ ଶ୍ରୀକୃଷ୍ଣ, ବଳରାମ ଓ ଶ୍ରୀରାଧା

ବିଶ୍ଵ ପ୍ରସିଦ୍ଧ ବରଗଡ଼ ୭୭ ତମ ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ପାଇଁ କଳାକାର ଚୟନ ହୋଇଛି। ସ୍ଵପ୍ନିଲ ମହାପାତ୍ର କୃଷ୍ଣ ଭୂମିକାରେ ଅଭିନୟ କରିବାକୁ ଚୟନ ହୋଇଥିବା ବେଳେ ଦିବ୍ୟାଂଶୁ ବିର୍ତ୍ତିଆ ବଳରାମ ଏବଂ ସାଇନା ପ୍ରଧାନ ରାଧା ଭୂମିକାର ଅଭିନୟ କରିବେ।ସୂଚନାଥାଉକି, ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଜାନୁୟାରୀ ୦୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଏଗାର ଦିନ ଆୟୋଜିତ ହେବ ମହୋତ୍ସବ । […]

ମାଣ୍ଡିଆ ରାଣୀଙ୍କୁ ମିଳିଲା ଡକ୍ଟରେଟ ସମ୍ମାନ

ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତ ନୂଆଗୁଡାର ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଇଟି)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି।ସମ୍ମାନିତ ହେବା ପରେ ନିଜ ସଂଘର୍ଷର କାହାଣୀ କହିଛନ୍ତି ରାଇମତି । ସ୍କୁଲ ସମୟରେ ନିଜ ଘରେ ପାଠ ପଢିବା ସମୟ ରେ ନିଜ […]

ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ

ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍‌ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବର ଦାସ । ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ […]

୬ରୁ ଆରମ୍ଭ ହେଉଛି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଆସନ୍ତା ୬ ତାରିଖରୁ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯିବ।ଚଳିତ ବର୍ଷ ପୁସ୍ତକ ମେଳାରେ ପ୍ରାୟ ୪୦୦ଟି ଷ୍ଟଲ୍‌ ରହିବ l ଏଥିସହ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ। ଚଳିତବର୍ଷ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, […]

ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋହତ୍ୟା, ଗୋ ମାଂସ ଓ ଗୋଚାଲାଣ ।

ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ ।ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ […]

ବିଶ୍ବ ଏଡ଼ସ୍ ଦିବସ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ। ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ […]

ଲୋକଲଜ୍ଜାରୁ ନବଜାତ ଶିଶୁ ଚୋରି ହାଇଡ୍ରାମା

ରାଜସୁନାଖଳା ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ ହାଇଡ୍ରାମା ଘଟଣା ଘଟିଛି । ନବଜାତ ଶିଶୁ ଚୋରିର ମିଛ ଅଭିଯୋଗ କରିଥିବା କହିଲେ ଦମ୍ପତ୍ତି । ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍‌ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ। ସେହି ଅପବାଦରୁ ମୁକୁଳିବା ପାଇଁ ଉଭୟ ପିଲା ଚୋରିର ନାଟକ କରିଥିଲେ। । ମାମଲା […]

ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ ।

୨୨ ବର୍ଷୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍‌ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ ଆତ୍ମହତ୍ୟା କରିଥିବା […]