ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ମନ୍ଦିର ପରିଚାଳନା କରୁଥିବା ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ (ଟିଡିବି) ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ମନ୍ଦିର ଏବଂ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛି। […]
ଓଡିଶା ଦର୍ପଣ ( ଭୁବନେଶ୍ୱର )ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ […]
ଏଥର ଆଗୁଆ ଆସିବ ମୌସୁମୀ। ଏନେଇ ‘X’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହା ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଓଡିଶା ଦର୍ପଣ ( ଭୁବନେଶ୍ୱର )ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍ ନୁହେଁ ।କିନ୍ତୁ ସେପଟେ ଜିଦରେ ଅଟଳ […]
ରାୟଗଡା, ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି I ଉକ୍ତ ମାମଲା ଆଧାର ରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି ର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି I ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର Iନଅ ଦିନର ଏକ ଶିଶୁକନ୍ୟା ସହିତ ଜଡିତ ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ […]
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ତିନି ଘଣ୍ଟାର ଖୋଜାଖୋଜି ପରେ, ସେ ମଧ୍ୟପ୍ରଦେଶର ସିହୋରା ରୋଡ ରେଳ ଷ୍ଟେସନରେ, ପ୍ରାୟ ୧୬୨ କିଲୋମିଟର ଦୂରରେ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଆହତ ଅବସ୍ଥାରେ ମିଳିଥିଲେ।ଗଣମାଧ୍ୟମ […]
ଶ୍ରୀମନ୍ଦିର ସୁରକ୍ଷା ନେଇ ଏନଏସଜିର ସ୍ବତନ୍ତ୍ର ଟିମ୍ ପୁରୀରେ ପହଞ୍ଚିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବ। ଏହି ଟିମ୍ରେ NSG କମାଣ୍ଡାଣ୍ଟଙ୍କ ସହିତ ଦୁଇ ଜଣ ଅଧିକାରୀ ଅଛନ୍ତି । ତେବେ ସୋମବାର ଠାରୁ ଏହି ଟିମ୍ ପୁରୀ ଗସ୍ତରେ ଆସିଛନ୍ତି ।ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା […]
ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ।। ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ […]
ସଦ୍ୟ ପ୍ରକାଶିତ ମାଟ୍ରିକ୍ ଫଳର ସାର୍ଟିଫିକେଟ୍ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍ସାଇଟ୍ରେ ସୋମବାର ସନ୍ଧ୍ୟା ୭ଟାରୁ ଉପଲବ୍ଧ ହୋଇଛି। ୱେବ୍ସାଇଟ୍ରେ ୭ ଦିନ ଯାଏଁ ମାଗଣାରେ ଉପଲବ୍ଧ ରହିବ ମାଟ୍ରିକ ସାର୍ଟିଫିକେଟ୍। ପାସ୍ କରିଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ଘରେ ବସି ମଧ୍ୟ ପାଇପାରିବେ। ହ୍ବାଟ୍ସଆପରେ ମେସେଜ କଲେ ଆସିଯିବ ସାର୍ଟିଫିକେଟ୍ । ଏନେଇ ବୋର୍ଡ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । 7710085192 ମେସେଜ କରି ଛାତ୍ରଛାତ୍ରୀମାନେ ଆରାମରେ ନିଜର […]
ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା । ୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ […]
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। କମିଛି ତାତି। ଗରମ, ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି। ଆସନ୍ତା ତିନିଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଜି ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୭ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ମେ ୮ରୁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ […]
ମାଲଗାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ନାୟବ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ୍ ଇନ୍ଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କ ଗଳାକାଟି ହତ୍ୟା କରିଛନ୍ତି ।ମୃତକ ହେଲେ ମୁଚାକି ରାମା । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ତେବେ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ସଫା କରିବା ପାଇଁ ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି । ଏହି ଅପରେସନକୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଏବଂ […]
