ଆଠଗଡ ବିଡିଓଙ୍କର ଅମାପ ସଂପତି। ଘରର ଥାକରେ ବିଡା ବିଡା ଟଙ୍କା, କପ ବୋର୍ଡରେ ସୁନା, ରୂପା ସହିତ ହୀରା ହାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘରେ ଚଢାଉ କରିଛଇ ଭିଜିଲାନ୍ସ। ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ସୂଚନା ଅନୁସାରେ ଭୁବନେଶ୍ୱରର ଗୌତମ ନଗର ସ୍ଥିତ ବାସଭବନ, ଆଠଗଡରେ ଥିବା କାର୍ଯ୍ୟାଳୟ ଓ କ୍ୱାଟର, ରାଜସୁନାଖଳାରେ ପୈତୃକ ବାସଭବନରେ […]
ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହା ଦେଶର ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଅନେକ । ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ । ୨୦୧୫ରୁ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ବା ହ୍ୟାଣ୍ଡଲୁମ୍ ଡେ’ ଭାବେ ପାଳିତ ହେଉଛି । ୧୯୦୫ ମସିହା ଅଗଷ୍ଟ ୭ ତାରିଖରେ ସ୍ୱଦେଶୀ ଆନ୍ଦୋଳନ ଡାକରା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଅଞ୍ଜଳି ମଛଖଣ୍ଡ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୟାଗଡ଼ ଯଜଙ୍ଗୀସାହି ଠାରେ ଅଧିବାସୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନା ବର୍ଣ୍ଣନା କରିବା ସହିତ ଅଭିଯୋଗ ଶୁଣାଣି କରିଥିଲେ ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟନିବାହି ଅଧିକାରୀ ସ୍ନେହଲତା […]
୫ ସ୍ବାମୀଙ୍କ ସ୍ତ୍ରୀ ସତ୍ୟଜିତ୍ ସାମଲଙ୍କ ପ୍ରେମିକା ତାଲିକାରେ ୪୯ ନୁହେଁ ଥିଲେ ୯୯ ମହିଳା। ରିମାଣ୍ଡରେ ତାଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଅଭିଯୁକ୍ତ କେତେ ମହିଳାଙ୍କ ଭିଡ଼ିଓ ସୁଟ କରିଛି, ତାର ଭିଡ଼ିଓ ଭର୍ତ୍ତି ପେନଡ୍ରାଇଭ ଜବତ କରିଛି ପୁଲିସ । ସେହିପରି ଫେକ ପୁଲିସ ଆଇଡି ସହ ପାସପୋର୍ଟ ଜବତ କରିଛି। ସେହିପରି ୬ଟି ଭାଷାରେ କଥା […]
ସେଭିଂସ୍ ଆକାଉଣ୍ଟ୍ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ ଦ୍ୱାରା ଜରିମାନା ଲାଗୁ କରାଯାଇଛି, ଯେଉଁମାନେ ନିଜ ଆକାଉଣ୍ଟରେ ଆବଶ୍ୟକ ପରିମାଣ ଟଙ୍କା ରଖିବାରେ ବିଫଳ ହୋଇଛନ୍ତି । ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖି ନଥିବାରୁ ଗତ ୫ ବର୍ଷ ମଧ୍ୟରେ ସରକାରୀ […]
ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପ ନିର୍ବାଚନ ହେବ। ଓଡ଼ିଶାର ଗୋଟିଏ ଆସନ ପାଇଁ ଉପ ନିର୍ବାଚନ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ଗୋଟିଏ ଆସନ ପଡ଼ିଛି। ତେଣୁ ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ ହେବ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍ । ଏନେଇ ନିର୍ବାଚନ […]
ଓଡ଼ିଆ ଆଇପିଏସ୍ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁଙ୍କୁ ମିଳିଛି ଗୁରୁ ଦାୟିତ୍ଵ। ଜାମ୍ମୁକଶ୍ମୀର ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ରଶ୍ମୀରଞ୍ଜନ। ଜାଣିରଖିବା ଉଚିତ୍ ଯେ, ୧୯୯୧ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ରଶ୍ମୀରଞ୍ଜନ ସ୍ୱାଇଁ । ଜାମ୍ମୁକାଶ୍ମୀରର ଡିଜିପି ହେବା ପୂର୍ବରୁ ସେ ଶ୍ରୀନଗର ଓ ଜମ୍ମୁରେ ଏସଏସପି ମଧ୍ୟ ରହିସାରିଛନ୍ତି । ୨୦୦୧ରୁ ୨୦୦୩ ପର୍ୟ୍ୟନ୍ତ ସେ ଶ୍ରୀନଗର ଓ ୨୦୦୩ରୁ ୨୦୦୪ ପର୍ୟ୍ୟନ୍ତ ସେ ଜମ୍ମୁରେ ଏସଏସପି ଦାୟିତ୍ୱରେ ଥିଲେ ।। ସେପ୍ଟେମ୍ବର ୩୦ […]
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଆଉଁଳି ଫାର୍ମ ହାଉସ୍ରେ ଆତଙ୍କ ଖେଳାଇଥିବା ଭାଲୁକୁ କାବୁ କଲା ବନ ବିଭାଗ । ଟ୍ରଙ୍କୁଲାଇଜ ଟିମ୍ ସହାୟତାରେ ଭାଲୁକୁ ଧରି ପିଞ୍ଜରାରେ ଭର୍ତ୍ତି କରିଛି ବୋରିଗୁମ୍ମା ବନ ବିଭାଗ ।କାବୁ କରିବାବେଳେ ରେସକ୍ୟୁ ଟିମ୍ ର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୩ ଦିନ ହେବ ଫାର୍ମ ହାଉସରେ ଭାଲୁଟି ଆତଙ୍କ ଖେଳାଇଥିଲା। ଦୁଇ […]
ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ନେଇ ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଯୋଜନା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସୁଛି। ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ କୋଠାପଲ୍ଲୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଲଙ୍କା ଗୁଣ୍ଡ ଦିଆଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେଉଥିବା ଏଜେନ୍ସି ଛାତ୍ରମାନଙ୍କୁ ଲଙ୍କା ଗୁଣ୍ଡ ଏବଂ ତେଲ ମିଶା […]
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନ ଚୁଲିମାଲ ଗାଁରେ ପୁଲିସ ପିସ୍ତଲର ଗୁଳିରେ ୨ ଜଣଙ୍କର ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି। ଏପରିକି ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଏକ ଖୋଲା ପଡ଼ିଆରୁ ୨ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଛି।ସୂଚନା ଯୋଗ୍ୟ, ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମର ବୋଲି ଜଣାପଡିଛି। ଏପରିକି ମୃତକ ଜଣକ […]
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନ ଚୁଲିମାଲ ଗାଁରେ ପୁଲିସ ପିସ୍ତଲର ଗୁଳିରେ ୨ ଜଣଙ୍କର ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି। ଏପରିକି ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଏକ ଖୋଲା ପଡ଼ିଆରୁ ୨ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଛି।ସୂଚନା ଯୋଗ୍ୟ, ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମର ବୋଲି ଜଣାପଡିଛି। ଏପରିକି ମୃତକ ଜଣକ […]
ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। କାରଣ ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି ଆଳୁ ଦର। ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ୨ରୁ ୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ି ଚାଲିଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା […]
