ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ୍ ଚାକିରୀ ଆଶାରେ ଟାଇମ୍ସ ଜବ୍ ରେ ପ୍ରଥମେ ଚାକିରୀ ଆବେଦନ କରିଥିଲେ । ଦୁଇଟି ସୋପାନ ଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ଏହାପରେ ଉକ୍ତ କଂପନୀର ଅଧିକାରୀ ମାନେ […]
ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ | ତେବେ ତଥ୍ୟାନୁସାରେ, ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୪ କଲରାପତରିଆ ବାଘଙ୍କ ଜୀବନ ଯାଇଛି । ଏହାମଧ୍ୟରୁ ୧୭ଟି ବାଘଙ୍କର ଶିକାରରେ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୩ଟି ଆଉ […]
ପାଇପ୍ ଭିତରେ କଟୁଥିଲା ଜୀବନ। ଉପରେ କଲର୍ଭଟ୍ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ସୁନ୍ଦରଗଡ଼ ଲହୁଣିପଡ଼ା ଥାନା ରେଙ୍ଗାଲବେଢା ଗାଁରେ ଏହି ଅଭାବନୀୟ ଖବର ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ରେଙ୍ଗାଲବେଢା ଗାଁର ଯୋହନ କାଣ୍ଡୁଲାନା ଏମିତି ଗତ ୨ ମାସ ହେଲା କଲଭର୍ଟରେ ରହୁଥିଲେ। ଟେନସା – ବାରସୁଆଁ ରାସ୍ତାର କଲଭର୍ଟ ତଳେ […]
ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବିଗତ ଦିନରେ ବଢିଛି ଦାଦନ ସମସ୍ୟା।ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହରାଇଛନ୍ତି । ଓଡିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ ପଦାକୁ ଆଣୁଛି ବୋଲି ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ […]
ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଥିଲେ। ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।ସେଠାରୁ ସିଧା ଯିବେ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି […]
ଆସନ୍ତା ସପ୍ତାହ ସୁଦ୍ଧା ଆଳୁ ଦର ଖସିବ । ବଜାରକୁ ନୂଆ ଆଳୁ ଆସିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା । ଦୈନିକ ୪ ହଜାରରୁ ୪୫୦୦ ମେଟ୍ରିକ ଟନ୍ ଆଳୁ ଦରକାର । ଏବେ କ୍ବିଣ୍ଟାଲ ପିଛା ୩୧ ଶହରୁ ୩୩ଶହ ଟଙ୍କା ରହିଛି । ଖାଉଟି ସ୍ବାର୍ଥକୁ ଗୁରୁତ୍ବ ଦେବା ବ୍ୟବସାୟୀଙ୍କ କର୍ତ୍ତବ୍ୟ। ନୀତି ନୈତିକତା ସଚ୍ଚୋଟ ରହିବା ଦରକାର । ଆଳୁ ଦର ନେଇ ସରକାରଙ୍କ ସହ କୌଣସି […]
ଏପଟେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି, ଆଉ ସେପଟେ କିଏ ରାଜ୍ୟସଭା ଯିବ, ସେନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଶ୍ୱେଶ୍ୱର କହିଛନ୍ତି ଯେ, ଆଲୋଚନା ତ ଅନେକ ହେବ । ହେଲେ ତାଙ୍କୁ ଲାଗୁଛି ଯେ, ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପଠାଯିବ । ତେବେ ଯେହେତୁ ଏହା ପୂର୍ଣ୍ଣାଙ୍ଗ କାର୍ୟ୍ୟକାଳ ନୁହେଁ, ତେଣୁ ମମତା ମହନ୍ତଙ୍କ […]
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର । ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା […]
କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି […]
ବାଙ୍କୀ- ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥରରେ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ବେଶରେ ଯାଇ ଧରିଲେ ବୈଦେଶ୍ବର ଥାନା ଅଧିକାରୀ । ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ପୂର୍ବରୁ ନଭେମ୍ବର ୨୮ରେ ମଧ୍ଯ ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଥିଲା । ଏହି ଘଟଣାରେ ୪ ଯୁବତୀଙ୍କୁ ଉଠାଇ ନେଇଥିଲା […]
