ଟ୍ରପଲାଇନର ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା। ଆଜି ସକାଳ ୮ଟା ୩୦ ଯାଏଁ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ୨୭ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ । ୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । […]
ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି। ଆଜି (ବୁଧବାର) ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମକୁ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ସହିତ ଏକ ଆଲୋଚନା […]
ନୂଆଗାଁ ପଞ୍ଚାୟତ ସମିତି ମଧ୍ୟରେ ଥିବା ସଭା ଗୃହରେ ଆଜି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକରେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ବିଡ଼ିଓ ବାସୁଦେବ ନାୟକ,ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା, ଡବ୍ଲୁ ଇ ଓ ଯଜ୍ଞେଶ୍ଵର ନାୟକ, ଉପସ୍ଥିତ ଥିଲେ।ବୈଠକ ଆରମ୍ଭରେ ପୂର୍ବ ବର୍ଷର ବିବରଣୀ ପଠନ କରାଯାଇଥିଲା।ଚଳିତ ବର୍ଷ କିଭଳି ଭାବରେ ବ୍ଲକ ପ୍ରଶାସନ ସ୍ୱାଧୀନତା ଦିବସକୁ ସଠିକ […]
କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲା ବ୍ୟତୀତ) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarships.gov.inରେ ଆବେଦନ କରିପାରିବେ।ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା […]
ପାଞ୍ଚ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ। ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। ୫ଜଣ ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି […]
ବହୁ ଚର୍ଚ୍ଚିତ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ଼୍ବର ଲିଙ୍କ୍ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ଗିରଫ ପରେ ଅଭିଯୁକ୍ତ ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ବି ନେଇଛି ସିବିଆଇ । ଖବର ଅନୁଯାୟୀ, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଛାନ୍ଭିନ୍ ଜାରି ରଖିଛି । ଏହିକ୍ରମରେ ଶନିବାର ଦିନ ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ବ୍ୟକ୍ତି […]
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ସି ଏଚ୍ ସି ମହିପୁର ଦ୍ଵାରା ଜାତୀୟ କୃମି ନାଶକ ଦିବସ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଆୟୁଷ ଡାକ୍ତର ରଶ୍ମିରଞ୍ଜନ ସାମନ୍ତ ସିଂହାର ,ବି ପି ଏମ ଡାଏନା ରାଣୀ ଦାଶ ଉପସ୍ଥିତ ରହି କୃମି […]
ଆଳୁ ଗଦିରେ ଆଳୁ ସଙ୍କଟ, ପୁଣି ବଢିପାରେ ଆଳୁଦର। ଭୁବନେଶ୍ବର ଆଇଗିଣିଆ ଗଦିରେ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଟ୍ରକ।ଆନନ୍ଦପୁର ଆଳୁ ଗୋଦାମ ମାଲିକମାନେ ନିର୍ଭର କରିଥାନ୍ତି ଭଦ୍ରକ ଓ ଯାଜପୁରର ହୋଲସେଲ ଗୋଦାମ ଉପରେ । ତେବେ ଭଦ୍ରକ ଓ ଯାଜପୁର ଗୋଦାମରେ ଆଳୁ ନଥିବା ଆନନ୍ଦପୁରକୁ ଆଳୁ ଆସିପାରୁନଥିବା କହିଛନ୍ତି ଗୋଦାମ ମାଲିକ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ […]
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ଭୁବନେଶ୍ବର ଓ ଭଦ୍ରକରୁ ୩ ମହଲା କୋଠା ଠାବ ହୋଇଥିଲା। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍ଆଣ୍ଡବି […]
କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନରେ ଅନେକ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁନି । ଏବେବି ଅନେକ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇଥିବା କିମ୍ବା ଅନ୍ୟ କେଉଁଠି ଥିବା ନିଖୋଜଙ୍କର ସନ୍ଧାନୀ କୁକୁର ଷ୍ଟର୍ମ ସନ୍ଧାନ ଦେବା ଆଶା କରାଯାଉଛି । […]
ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଟିମର ନାମ ଘୋଷଣା କରାଯାଇଛି। କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ପ୍ରତାପ କେଶରୀ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ ପାତ୍ର, ପ୍ରତାପ ଜେନା, ଶରଦ ପ୍ରସାଦ ନାୟକ, ସୁଦାମ […]
