ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆଗାମୀ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି। କାଳବୈଶାଖୀ ଓ ଟ୍ରପଲାଇନର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ତେବେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ […]
ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସାଟେଲାଇଟ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ମଧ୍ୟ ହେବ। ଜଗତସିଂହପୁର, ସୁନ୍ଦରଗଡ଼ ସହ ୨୦ଟି ଜଲାରେ ସର୍ଭେ ହେବ। ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ […]
ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଶ୍ରୀପଦ । ବଦଳି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ କରିଥିଲେ । ଜଷ୍ଟିସ ଶ୍ରୀପଦଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ । ଜଷ୍ଟିସ ଶ୍ରୀପଦ ଖୁବଶୀଘ୍ର ଓଡିଶା ହାଇକୋର୍ଟରେ ଯୋଗଦେବେ ।୨୦ ଜୁଲାଇ, ୧୯୬୪ […]
ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଟୁନଟି କିଏ ଆଙ୍କିଛି ତାର ତଥ୍ୟ ଜଣାପଡ଼ିନାହିଁ । କାର୍ଟୁନରେ ବଙ୍ଗଳା ଭାଷାରେ ଲେଖାଯାଇଥିବାରୁ ପଶ୍ଚିମବଙ୍ଗର କେହି ଆଙ୍କିଥିବା ଅନୁମାନ କରାଯାଇଛି ।କାର୍ଟୁନରେ ଦେଖାଯାଇଛି ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ହାତ ଧରି ପୁରୀରୁ ଟାଣିଟାଣି ନେଇ ଯାଉଛନ୍ତି । କହୁଛନ୍ତି ‘ଚାଲ,ଏଖୁନୀ […]
ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି । ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟନ ନିକଟରେ ରହିଛି । ସେନେଇ ଡ୍ରାଫ୍ଟକୁ ମଧ୍ୟ ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ । ଆପର୍ଟମେଣ୍ଟ ଡ୍ରାଫ୍ଟ ମଧ୍ୟ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଛି […]
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଦ୍ୱାରା ୨୦୨୫ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏହି ରେଜଲ୍ଟ ଅପରାହ୍ନ ୪ଟାରେ କଟକସ୍ଥିତ ବିଏସ୍ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ କରାଯାଇଛି । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହା ପରେ, ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର […]
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୧୦ ଏବଂ ୧୧ ତାରିଖରେ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ପ୍ରଦାନ କରିଛନ୍ତି । । ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଜଟଣା ଯିବେ। ଆଉ ଜଟଣୀରେ ଫରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ। ପରେ ୧୦ ତାରିଖ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। […]
ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ। । ପାଖାପାଖି ୧୦ ହଜାର ଲିଟର ଦେଶୀ ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦେଶୀ ମଦ ସହ ୩ଟି ଚାରି ଚକିଆ ଗାଡି , ଦୁଇଟି ବାଇକ୍ ଏବଂ ଗୋଟିଏ […]
କିଟ୍ରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ନେପାଳର ଉଦେ୍ବେଗ । ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଟ୍ବିଟ୍ କରି ଉଦ୍ବେଗ ପ୍ରକାଶ କରିଛନ୍ତି । ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସୁରେଶ ପୂଜାରୀ କହିଛନ୍ତି, କିଟରେ ଏମିତି ବାରମ୍ବାର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବାସ୍ତବରେ ଚିନ୍ତାଜନକ। ସରକାର ଘଟଣା ଉପରେ ନଜର ରଖିଛନ୍ତି। ସରକାର ଅନୁଧ୍ୟାନ […]
ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି । ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି । ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ତେବେ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ପ୍ରେସ୍ ମିଟ୍ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ମନ୍ଦିର […]
ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହା ପରେ ପୁରୀ ଏସପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି ।ବୈଠକର ନିଷ୍ପତ୍ତି ମୁତାବକ ଘରୋଇ ସଂସ୍ଥାଙ୍କଠାରୁ ଟେଣ୍ଡର […]
ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟଫାଟକ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଏହା ସହିତ ଚାରି ଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲା ଯାଇଛି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ପୋର୍ଟାଲ ଉନ୍ମୋଚନ କରିଛନ୍ତି। ୧୦୮ କ୍ଵିଣ୍ଟାଲ ଫୁଲରେ ଝଲସୁଛି ପୁରା ମନ୍ଦିର। ଆଜି ସକାଳ ୭ଟାରେ ରୀତି ନୀତି ସହ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ […]
