ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ ।ଏହା ସହ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କ୍ୟାମ୍ପ କରାଯିବ। ଲୋକ ଏହି କର୍ମଶାଳାରେ ଯୋଗ ଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ […]
୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଏହି ସମୟ ଭିତରେ ଶାହା ମଧ୍ୟ ରହିବେ। ତେବେ ଦଳୀୟ କାର୍ଯ୍ୟକ୍ରମ ନେଇ ଭାଜପା ରାଜ୍ୟ […]
ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।ପଶ୍ଚିମବଙ୍ଗ ବେଲଦାରେ ଗତକାଲି ରାତିରୁ ଶତାଧିକ ଆଳୁ ଟ୍ରକ ଅଟକି ରହିଛି । ଗାଡିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ […]
ବରଗଡ଼ ଜିଲ୍ଲା ପଦ୍ମପୁର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଜଳିଗଲା ୧୦ ଏକର ଧାନ ଫସଲ । ହୁତୁ ହୁତୁ ହୋଇ ଜଳିଯାଇଥିଲା ଧାନ ଫସଲ । ଧାର କରଜ କରି ବହୁ ପରିଶ୍ରମରେ ଚାଷ କରିଥିଲେ, ହେଲେ ଘରକୁ ପହଞ୍ଚିବା ଆଗରୁ ନିଆଁରେ ପୋଡ଼ି ପାଉଁଶ କରିଦେଲା । ଗତକାଲି ରାତିରେ କେହି ଦୁର୍ବୃତ୍ତ ନିର ମେହେରଙ୍କ ଚାଷ ଜମିରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। […]
ବୈକୁଣ୍ଠ ଧାମ ଆଶ୍ରମରେ ପତ୍ନୀଙ୍କୁ ବନ୍ଧକ ରଖିବା ଅଭିଯୋଗ ଘଟଣାରେ ଟ୍ବିଷ୍ଟ୍। ସାମ୍ନାକୁ ଆସିଲେ ସହିଦ୍ ନଗର ଥାନାରେ ଅଭିଯୋଗ କରିଥିବା ଜିତେନ୍ ଗିରିଙ୍କ ପତ୍ନୀ। କହିଲେ ସ୍ବଇଚ୍ଛାରେ ସେ ବୈକୁଣ୍ଠ ଧାମ ଆଶ୍ରମରେ ରହିଛନ୍ତି। ତାଙ୍କୁ କେହି ବାଧ୍ୟ କରିନାହାନ୍ତି। ଓଲଟା ସ୍ବାମୀଙ୍କ ସହ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା କହିଛନ୍ତି। କାହାର ପ୍ରରୋଚନାରେ ନୁହେଁ ବରଂ ସ୍ବାମୀ ଜୀତେନ ତାଙ୍କ ଉପରେ ଅନେକ ଅତ୍ୟାଚାର ମାର ପିଟ କରୁଥିଲେ ଡରେଇ ଧମକେଇ ରଖୁଥିଲେ। ଏପରିକି […]
ମଣ୍ଡିରେ ବେଆଇନ କାର୍ଯ୍ୟ ହେଲେ ତୁରନ୍ତ ହେବ ଆକ୍ସନ। ମଣ୍ଡିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରଙ୍କୁ ସିଧାସଳଖ ଅଭିଯୋଗ କରିପାରିବେ ଚାଷୀ। ଏଥିପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଯୋଗାଣ ବିଭାଗ ଏହା ଉପରେ ୨୪ ଘଣ୍ଟା କାଳ ନଜର ରଖିବ । ଏଥିସହ ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ରୋକିବାକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତା ହାର ଦେବୀଙ୍କ ବିୟୋଗ ଘଟିଛି। ଗତକାଲି ରାତ୍ର ୧୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଉଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୫ ପୁଅ, ବୋହୁ ଏବଂ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ। […]
ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ବେଳକୁ ଯୁବତୀ ଯଦି ୨୦ ବୟସରୁ ୨୧ ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ ବୋଲି କହିଛନ୍ତି । ପ୍ରଥମ କିସ୍ତିର ଶେଷ ଦିନ ହେବ ମାର୍ଚ୍ଚ ୭ । ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ଦିଆହେବ । ବ୍ୟସ୍ତ ନହେବା ପାଇଁ କହିଛନ୍ତି […]
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି।ମଙ୍ଗଳବାର କୁମାରଖୁଣ୍ଟି ହାତୀ ପାଠଶାଳାରେ ପହଞ୍ଚିଛି ରାଧିକା। ୪ ମାସର ଏହି ହାତୀର ମା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ । ଏହା ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲିଥିବାରୁ ସେଠାରେ ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନାନ୍ତରିତ କରାଯାଇଛି। ଚନ୍ଦକାରେ ଏହି ଛୁଆ […]
ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରି କହିଛନ୍ତି, ଆଜି ୯୪୧ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶ୍ରୁତି ପାଳନ କରିଛୁ।ନିକଟରେ ୧୬ ହଜାର ୯ ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ। ଖୁବ୍ଶୀଘ୍ର ୨ ହଜାରରୁ ଊଦ୍ଧର୍ବ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ତେବେ ଅଗ୍ନିଶମ ବାହିନୀରେ ନିଯୁକ୍ତ ହୋଇପାରନ୍ତି ମହିଳା। ମହିଳାଙ୍କ ନିଯୁକ୍ତି ନେଇ ବିଚାର କରିବେ ସରକାର। ଫାୟାରମ୍ୟାନ୍ ନାଁ ବଦଳି ଫାୟାର ଫାଇଟର ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ […]
୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ କମିଟି ସହ ୬ ଟି ସବ କମିଟି । ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ […]
ଗାଁ ରାସ୍ତାରେ ଅସଦାଚରଣ କରିଥିଲେ ବୋଲି ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ ଓ ବେକରେ ଜୋତା ମାଳ ପକାଇଲେ ପୀଡ଼ିତା ନାବାଳିକା। ତା’ପରେ ଅଭିଯୁକ୍ତଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ। ଏପରି କଙ୍ଗାରୁ କୋର୍ଟ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଗାଁରେ ବସିଛି।ଯାହା ସୂଚନା ମିଳିଛି ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ମହଙ୍ଗା ପଡିଛି ଏଇ ଯୁବକକୁ । ଏଭଳି ଏକ ସାଙ୍ଘାତିକ ଅଭିଯୋଗରେ ଦୁଷ୍କର୍ମକାରୀ ଯୁବକ ମୁହଁରେ କାଳି ବୋଳି, ବେକରେ ଜୋତାମାଳ […]
