ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି ।

ରାଜ୍ୟରୁ ଗାଏବ ହୋଇଛି ଶୀତ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି । ଆହୁରି ୪ ଦିନ ଏଭଳି ସ୍ଥିତି ରହିବ । ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି । କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ ହେବ ।ଆଜିଠୁ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା […]

ଏଚଏମପିଭି ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ।

ଦେଶରେ ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ସଦ୍ୟତମ ରିପୋର୍ଟ ଅନୁସାରେ କେତେକ ରାଜ୍ୟରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେଉଛି। ତେବେ ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ […]

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ ହୋଇଛି।୮୯ ବର୍ଷ ବୟସରେ ତାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।ମାଆଙ୍କ ମୃତ୍ୟୁ ଖବର ଶୁଣି ପୈତୃକ ଗାଁ ନିଭରଣରେ ପହଞ୍ଚଛନ୍ତି ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ ।ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ […]

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁର ବାର୍ଷିକ ଉତ୍ସବ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ,ସମ୍ମାନୀତ ଅତିଥି ଭାବେ ମହିପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜର ପାର୍ବତୀ ଶ୍ୱର ଘେରା ,ଅବସର ପ୍ରାପ୍ତ ଶିକ୍ଷକ ପରିକ୍ଷିତ ମାଝୀ ,ଦୟାନିଧି ଗୋଚ୍ଛାୟତ ,ପ୍ରଶାନ୍ତ କୁମାର […]

ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ ।

ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ଝିଅ ଦୀପାଳି । ‘ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ ।ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି । ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ? ଆମ ପରିବାରକୁ ଆକ୍ଷେପ କରାଯାଉଛି, ଆମ ସହ ଠିଆ ହେବେକି ।ତା ସହ ଯେଉଁ ବିଧାୟକମାନେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ କଥା କହୁଛନ୍ତି, ସେମାନେ ତାଙ୍କ ପରିବାର […]

ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା।

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ଧ ହୋଇଗଲା ବାପା । ବଲାଙ୍ଗିର ଜିଲ୍ଲାରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି।ଅଭିଯୁକ୍ତ ଛଦ୍ମ ନାମ (କୁନା) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ସ୍ତ୍ରୀ ୭ବର୍ଷ ହେବ ବାପ ଘରେ ରହୁଥିଲେ। କୁନାଙ୍କ ୨ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପା ଓ ୧୬ ବର୍ଷୀୟ […]

ଧାମରା ଠାରେ ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି । ୮ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମ୍ପୃକ୍ତ ଯାତ୍ରୀବାହୀ ବୋଟ ଚାଳକର ଅସାବଧାନତା ଯୋଗୁ ସମ୍ପୃକ୍ତ ଚାଳକ ନିଜର ବୋଟକୁ ନେଇ ଏକ ମାଛ ଧରା ଟ୍ରଲରରେ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା। ମାଛ ଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୮ଜଣ ବୋଟ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ଧାମରା […]

ଜନସେବା ଦିବସରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

“ରାୟଗଡ:-ତା. ୧୫/୦୧-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ସିଧା ପ୍ରସାରଣ ମାଧ୍ୟମରେ କେଉଁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରlୟଗଡ଼ ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟ. ୩୫୦୦/- ଙ୍କା ବଣ୍ଟନ କରିଛନ୍ତି l ଓଡିଶା ସରକାରଙ୍କ […]

ଓଏଏସ୍ ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ନିଯୁକ୍ତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।ସେହିଭଳି, ଅନ୍ୟ ଓଏଏସ ଅଧିକାରୀ ପଦ୍ମ ଚରଣ ସାହାଙ୍କୁ ମଧ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଡେପୁଟି ସେକ୍ରେଟେରୀ ଭାବରେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ତାଙ୍କୁ ଖୋର୍ଦ୍ଧା ସବ୍-କଲେକ୍ଟର ଭାବରେ ସ୍ଥାନାନ୍ତର କରାଯାଇଥିଲା। ସବ୍-କଲେକ୍ଟର ଭାବରେ ଖୁରଡା, ନୟାଗଡ଼ ବିଡିଏ ଷ୍ଟାଣ୍ଡ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ପୋଷ୍ଟିଂ ବାତିଲ […]

ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଏନଇପି ୨୦୨୦ । 

ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ଜାରି ହେଲା ବିଜ୍ଞପ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି ନିଷ୍ପତ୍ତି ନେଇଛନ୍ତି ସରକାର ।ତେବେ ଓଡିଶା ପାଇଁ କରିକୁଲମ୍‌ ପ୍ରସ୍ତୁତି ବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯିବ। ୧୦+୨ ବଦଳରେ ହେବ ୫ +୩+୩+୪ । ସ୍କୁଲ ଓ ଗଣଶିକ୍ଷା […]

ତୁଟିଲା ବିବାଦ, ସ୍ବାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।

ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ତୁରନ୍ତ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଳ୍ଲାପାଳ । ସେବା ବିଭ୍ରାଟ ନେଇ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରିବାକୁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଳ୍ପ ସମୟ ମଧ୍ୟରେ ନୀତିକାନ୍ତି ଆରମ୍ଭ ହେବ |ରିପୋର୍ଟ ଆସିବା ପରେ ଯେଉଁ ସେବାୟତଙ୍କ ତ୍ରୁଟି ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିବାଦ ଦିନ […]

ଶ୍ରୀମନ୍ଦିରରେ ଟଳି ପଡ଼ିଲେ ସେବାୟତ

ଶ୍ରୀମନ୍ଦିରରେ ଘଟିଲା ଅଘଟଣ । । ମନ୍ଦିର ଭିତରେ ଟଳିପଡିଲେ ସୁଆର ବଡୁ ସେବାୟତ । ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ।ତେବେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସେବାୟତଙ୍କ ନାମ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡିଛି ।ଛାତିରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ସେ ପଡିଯାଇଥିଲେ ।ଜଗନ୍ନାଥଙ୍କ ଘର […]