ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ।

ଦେଶର ଏକାଧିକ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା ଦିଆଯାିଛି। ଡିସେମ୍ବର ୩ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୧୦ ତାରିଖ ନାମାଙ୍କନର ଶେଷ ଦିନ। ଅନ୍ୟପକ୍ଷେ ରାଜ୍ୟ ସଭା ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ହେବ। […]

ସମ୍ବିଧାନ ଦିବସ ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ବିଧାନ ଦିବସ ଆୟୋଜିତ ହୋଇଯାଇଅଛି।ଉକ୍ତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ସଭାପତିତ୍ବ କରିଥିବାବେଳେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନ ଓ ଏହାର ସାଧାରଣ ଜୀବନରେ ଉପାଦେୟତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ଭାବରେ ସମ୍ବିଧାନର ପ୍ରିଆମ୍ବଲ୍ ପାଠ କରାଯାଇଥିଲା। ଏହି ଅବସରରେ “ଏକ ରାଷ୍ଟ୍ର-ଏକ ନିର୍ବାଚନ” ବିଷୟ ସମ୍ପର୍କରେ ଏକ ଆଲୋଚନା ଚକ୍ର […]

ବାଂଲାଦେଶୀ ଯୁବତୀଙ୍କୁ ସେକ୍ସ ରାକେଟରେ ଘଟଣା : ଆଉ ଦୁଇ ଜଣଙ୍କୁ ଉଠାଇନେଲା ପୁଲିସ୍

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ଦୁଇ ବ୍ୟକ୍ତିଙ୍କୁ ନେଇ କଟକ ମଧୁପାଟଣା ଥାନା ପୁଲିସ୍ ପଚରାଉଚରା କରୁଛି। ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର […]

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ଜାତୀୟ ସଙ୍ଗୀତ ଗାନରୁ ଅଧିବେଶନ ଆରମ୍ଭ ହୋଇଇଛି। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ସମୀର ଦେ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ପୂର୍ବତନ […]

ସପ୍ତାହକୁ ୩ ଦିନ ଉଡ଼ିବନି ବିମାନ!

ରାଉରକେଲାରେ ବିମାନସେବା ନିମ୍ନଗାମୀ ହେବାରେ ଲାଗିଛି। ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ଯୋଗୁଁ, ବିମାନସେବା ଏବେ ପ୍ରହସନ ପାଲଟିଲାଣି। କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ସେବା ବନ୍ଦ ହେଉଛି ତ ପୁଣି କେତେବେଳେ ମରାମତି କାରଣ ଦର୍ଶାଇ ବନ୍ଦ କରିଦିଆଯାଉଛି। ଏବେ ବିମାନ ଅଭାବ ଯୋଗୁଁ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ାଣକୁ ୩ ଦିନ ବନ୍ଦ କରିଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୯ ତାରିଖରୁ କୋଲକାତା-ରାଉରକେଲା-ଭୁବନେଶ୍ବର-ରାଉରକେଲା-କୋଲକାତା ବିମାନ ସେବା ବନ୍ଦ ହୋଇଯାଇଥିଲା। ଅକ୍ଟୋବର ୮ ତାରିଖରେ ବିମାନ କୋଲକାତାରୁ […]

ସୁଭଦ୍ରା ଟଙ୍କା ଆସିନଥିଲେ ହୁଅନ୍ତୁ ନାହିଁ ବ୍ୟସ୍ତ, ନିଶ୍ଚିନ୍ତ ମିଳିବ ଟଙ୍କା

ନଭେମ୍ବର ୨୪ରେ ମିଳିଲା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି । ବାଦ ପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସାମିଲ୍ ହୋଇଛନ୍ତି । ଯେଉଁ ମହିଳା ମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କର ଯୋଗ୍ୟତା ଓ ଫିଜିକାଲ ଭେରିଫିକେସନର ଯାଞ୍ଚ ଚାଲିଛି । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖୁସିର କଥା ହେଉଛି […]

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି।Sarus crane ଓ Spoonbill ପକ୍ଷୀ, Mouse deer, Bonnet macaque ମାଙ୍କଡ଼, Russell’s vipeR ଏବଂ Red sand boaଭଳି ବିରଳ ସାପକୁ ଦିଆଯାଇ ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କରୁ […]

ଆଜି ଦେଶ ପାଳୁଛି ସମ୍ବିଧାନ ଦିବସ ।

ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି […]

ମହାନଦୀ ମାଇନ୍ସ ମିନୋରାଲ ଯୁଵାଖୋଲ ଗ୍ରାମରେ ଖଣି ଖନନ ପାଇଁ ଜମି ଅକ୍ତିଆର କରି ନେଇଛି।

ବରଗଡ଼: ଜୈବ ବିବିଧତା ଭରପୁର ଏହି ଅଞ୍ଚଳ। ମାଟି ପାହାଡ଼ରେ ଭରି ରହିଛି ପ୍ରକୃତିର ଅତି ମୂଲ୍ୟବାନ ସମ୍ପଦ ବିଶ୍ବାସ ଓ ଭାବ ଵେଗରେ ବନ୍ଧା ଏ ଅଞ୍ଚଳର ସଂସ୍କୃତି । ୧୬ଶହ ଏକଡ ପାହାଡ଼ ଚାରିପଟେ ଘେରି ରହିଛି ବ୍ରାହ୍ମଣି ,ଲାବେନ,ଉଚୁ୍କୁ,ବାରପୁଟା , କି ମନୋରମ ଦୃଶ୍ୟ ମହୁଲ,ଵିଜା, ଗମ୍ଭେର, ପିପଲ ବରଗଛ ଆନେକ ପ୍ରଜାତିର ଗଛ ଓ ବନ୍ୟ ଜନ୍ତୁ ରହି ଛି ଗାଁ ରେ ମହୁଲ ଫୁଲ ସଂଗ୍ରାହ କରି ଚାଷ ଵାସ […]

ଯାତ୍ରା ମଞ୍ଚରେ କଳାକାରଙ୍କ ଉପରକୁ ଚେୟାର ମାଡ଼

ମଞ୍ଚରେ ଯାତ୍ରା ପରିବେଷଣ ବେଳେ ଚେୟାର ମାଡ଼ କଲେ ଦର୍ଶକ । ସୋର ଥାନା ବିଦୁ ନିକଟରେ ଯାତ୍ରା ସ୍ୱର୍ଣ୍ଣମହଲ ତିନିରାତି ପାଇଁ ଯାତ୍ରା ପରିବେଷଣ କରିବ । ଗତକାଲି ପ୍ରଥମ ରାତିରେ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ଯାତ୍ରା ପରିବେଷଣ କରାଯାଇଥିଲା । ଏଥିରେ କଳାକାର ଡାଇଲଗ ଡେଲିଭରି ସମୟରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ କରି ତୁମ ଜଗନ୍ନାଥ ମୋ ପାଦ ତଳେ ବୋଲି କହିଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ଜଣେ […]

ଗୋପାଳପୁର ବନ୍ଦରରେ ଆଇଏନଏସ କୁଠାର

ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ଆଇଏନଏସ କୁଠାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବା ନିମନ୍ତେ ପୂର୍ବାହ୍ନ ୯ ଟାଠାରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରଖାଯାଇଛି। ସେହିଭଳି ପାରାଦୀପରେ ପହଞ୍ଚିଛି ନୌସେନା ଜାହାଜ ଆଇଏନଏସ ସତପୁରା । ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ଉପଲକ୍ଷେ ପାରାଦୀପରେ ପହଞ୍ଚିଥିବା ସୂଚନା । ଗତକାଲି ଠାରୁ ପାରାଦୀପ ବନ୍ଦରରେ ପହଂଚିଛି ଭାରତୀୟ ଜଳବାହିନୀର […]

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା

ବରଗଡ ଧନୁଯାତ୍ରା ପାଇଁ କଂସ ବଛାଯିବ । ଚଳିତ ଧନୁଯାତ୍ରାରେ କଂସ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ ୪ଜଣ କଳାକାର । ଆର୍ତ୍ତତ୍ରାଣ ସୁନାମି , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର ପ୍ରଧାନ , ସୁଶୀଲ କୁମାର ମେହେର ଚୟନ ପ୍ରକ୍ରିୟାରେ ସାମିଲ ନେବେ । ୨୦୨୨ ଚୟନ ପ୍ରକ୍ରିୟାରେ ଭାଗନେଇଥିବା ଏହି ୪ଜଣ ପୁଣି ଥରେ କଂସ ଚରିତ୍ରରେ ଭାଗନେବା ପାଇଁ ଅଡ଼ିସନ ଦେବେ । ୨୨ ତାରିଖରେ ଅନୁଷ୍ଠିତ […]