ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ଜାଳିଦେଲେ ଜ୍ବାଇଁ

ନୟାଗଡ଼ ଜିଲା ନେଳିଗୁଡ଼ା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ଶ୍ବଶୁର ଘର ଆଗରେ ଯୌତୁକ ସାମଗ୍ରୀ ରଖି ନିଆଁ ଲଗାଇ ପୋଡି ଦେଇଛନ୍ତି ଜ୍ବାଇଁ। ଯୌତୁକରେ […]

୩ ଜୀବନ ନେଲା ଗୁଗୁଲ ମ୍ୟାପ୍‌ , ଜାଣନ୍ତୁ କିପରି

ରାସ୍ତା ଭଟକି ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗୁଲ ମ୍ୟାପ୍‌। ହେଲେ ଏବେ ସେହି ଗୁଗୁଲ ମ୍ୟାପ୍‌ ମୃତ୍ୟୁର କାରଣ ସାଜିଛି। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ୍ ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗ୍ରାମବାସୀ ରାମଗଙ୍ଗା ନଦୀକୁ ଯାଇଥିବା […]

ସୁନାପୁର ବେଳାଭୂମିରେ ବିରଳ ସାର୍କ ମାଛ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ବିରଳ ସାର୍କ ମାଛ l ମାଛଟି ସାତ ରୁ ଆଠ ଫୁଟ ଥିବା ଅନୁମାନ କରାଯାଉଛି l ମାଛଟି ଆହତ ଅବସ୍ଥାରେ ଥିବା ଯୋଗୁଁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଇଥିବା ଧୀବର ଜାଲରେ ଲାଗିଯାଇଥିବା ଅନୁମାନ l ବିରଳ ଏହି ସାର୍କ ମାଛ ସମୁଦ୍ର ଭିତରେ ରହିଥାଏ l ତେବେ ବନ ବିଭାଗ ସାର୍କ ମାଛକୁ ଉଦ୍ଧାର କରିବା ପାଇଁ ପହଞ୍ଚିଛି l ମାଛକୁ ଦେଖିବା ପାଇଁ […]

ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱରଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । ତେବେ ଗାଡ଼ି ଚଳାଉଥିବା ଲୁଟେରା ଡ୍ରାଇଭର ଏବେ ବି ଫେରାର୍ ରହିଛି । ଫେରାର ଅଭିଯୁକ୍ତକୁ ଗିରଫ କରିବାକୁ ତନାଘନା ଚଲାଇଛି ପୋଲିସ । ସୂଚନାମୁତାବକ ଗତ ୧୧ ତାରିଖର ଘଟଣା । ଏୟାରଫିଲ୍ଡ ଥାନା ଲବଣଗିରିର ୟୁ.ବିଷ୍ଣୁ ପାତ୍ର ସ୍ବାମୀଙ୍କ ସହ ବାଇକରେ ଯାଉଥିବାବେଳେ ୨ […]

ମୋଦି ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ 

ନଭେମ୍ବର ୨୯ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଡିସେମ୍ବର ୧ ଅପରାହ୍ନ ଯାଏଁ ଓଡ଼ିଶାରେ ରହିବ କାର୍ଯ୍ୟକ୍ରମ ।ଓଡ଼ିଶାରେ ହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମ୍ମିଳନୀ ଶେଷ ହେବ ଯାଏଁ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ।ଆଇନ ମନ୍ତ୍ରୀଙ୍କ ପୂର୍ବରୁ ଡିଜିପି ୱାଇ. ବି […]

କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ

ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲୁରହିବ।ଏହି ଅଧିବେଶନ ଆରମ୍ଭ ଦିନରେ ହିଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ତେବେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗ, ଓ୍ବାକଫ୍ ବୋର୍ଡ ପ୍ରସଙ୍ଗ ଭଳି […]

ରାଜ୍ୟରୁ ଗଞ୍ଜେଇ ଚାଷ ଶେଷ ପାଇଁ ଆକ୍ସନରେ ପୋଲିସ ।

ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍‌ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା ଦେଇ କହିଛନ୍ତି,ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ ହୋଇଛି। ୫୩୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ୮୦ ଜଣଙ୍କୁ ଗିରଫ କରାଯାଇଛି। ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ଟି ଗାଡି ଜବତ ହୋଇଛି। ରାଜ୍ୟରେ ୮ଟି ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଚାଷ […]

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼, (ଓଡ଼ିଶା ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’’ ସମ୍ମାନ ପାଇବା ପାଇଁ ଯଶସ୍ବୀ ସାରସ୍ଵତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍.ଓ  ଏଚ୍.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ ‘ପଠାଣି ସାମନ୍ତ ପ୍ରତିଭା […]

ଅଳିଆ ଗଦାରେ ଅଭିଯୋଗ ପତ୍ର ।

ଅଳିଆ ଗଦାରେ ଅଭିଯୋଗ ପତ୍ର। ଜଣେ ଅସହାୟ ଲୋକର ଅନୁରୋଧ କୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ।ସିଡିଘର ତଳେ ପଡିରହିଛି ଲୋକଙ୍କର ଗଦା ଗଦା ଆବେଦନ ପତ୍ର ସହିତ ଦରକାରୀ କାଗଜପତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ ପତ୍ର ଓ କାର୍ଯ୍ୟାଦେଶ ପତ୍ର ପଡି ରହିଛି । ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଆବଶ୍ୟକତା […]

ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ

ମହଙ୍ଗା ପଡ଼ିଲା ବିନା ହେଲମେଟରେ ଗାଡ଼ି ଚଳାଇ ରିଲ୍ସ କରିବା । ଗାଡ଼ି ଜବତ ସହ ଜୋରିମାନା କଲା ଆରଟିଓ । ରାନୀ ପ୍ରିୟଦର୍ଶିନୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ଟ୍ବିଟ୍‌ କରି ଆରଟିଓକୁ ଜଣାଇଥିଲେ ନାରାୟଣ ବିଶ୍ବାଳ ନାମକ ଜଣେ ବ୍ୟକ୍ତି । ତେବେ ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ। ଏନେଇ ସୋଶାଲ ମିଡିଆରେ ବିଭିନ୍ନ […]

ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ବର୍ତ୍ତମାନ ସୁଦ୍ଧା ତିନିଟି ପର୍ଯ୍ୟାୟରେ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଗଲାଣି। ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ,ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ଓ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ […]

ସରିଲା ଐତିହାସିକ କଟକ ବାଲିଯାତ୍ରା। ୯ ଦିନରେ ୨୫୦ କୋଟି ଟଙ୍କା ବେପାର

ଶାନ୍ତ ହୋଇଛି ମହାନଦୀ ପଠା। ଧିମେଇ ଯାଇଛି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ସାଙ୍ଗକୁ କୋଳାହଳ। ଭିଡ କମିଛି ଆଉ ଘରବହୁଡା ସାଜିଛନ୍ତି ବ୍ୟବସାୟୀ। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ଚଳିତ ବର୍ଷ ବାଲିଯାତ୍ରାରେ ରେକର୍ଡ଼ ଅଢେଇ ଶହ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଓରମାସ୍ ଗତ ବର୍ଷ ୩୫କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ୪୦କୋଟି ଟଙ୍କାର ବ୍ୟବସାୟ […]