ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାପାଙ୍କୁ ମିଳିଲା ଆୟୁଷ୍ମାନ କାର୍ଡ, ସୂଚନା ଦେଲେ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ

ଏବେ ଧିରେ ଧିରେ ରାଜ୍ୟରେ ବଣ୍ଟାଯାଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ କାର୍ଡ ଆୟୁଷ୍ମାନ କାର୍ଡ ତଥା ବୟୋବନ୍ଦନା କାର୍ଡ। ଆଉ ଏହି କାର୍ଡ ପାଇଁ ବିଶେଷ କିଛି ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ରାୟ ଅଧିକାଂଶ ଲୋକ ଏହି କାର୍ଡର ଲାଭ ପାଇପାରିବେ। ଏହି ଯୋଜନା ଅଧିନରେ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି । ଏହି କ୍ରମରେ ସ୍ୱାସ୍ଥ୍ର୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବାପା ମୀନକେତନ ମହାଲିଙ୍ଗଙ୍କୁ ମିଳିଛି […]

ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ- ରାଜସ୍ୱ ମନ୍ତ୍ରୀ

ଛୁଟିରେ ସ୍କୁଲ ଖୋଲିଲେ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ଘୋରଇ ସ୍କୁଲ ଗୁଡିକୁ ତାଗିତ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି, ସ୍ଥିତି ନିୟନ୍ତ୍ରଣରେ ରହିଥିବା ମନ୍ତ୍ରୀ କହିଛନ୍ତି। ଏଥିସହିତ ସତର୍କ କରାଇ ମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅଂଶୁଘାତ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ସିଏଚ୍‌ସି ଏବଂ ପିଏଚ୍‌ସିକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି […]

୫୭ ଲକ୍ଷର ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାରଙ୍କୁ ଗିରଫ

ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ତେବେ ଠିକାଦାର ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ଅର୍ଥ ହଡ଼ପ କରିଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ADSC (ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସହ ପ୍ରକଳ୍ପ […]

ପାକିସ୍ତାନୀଙ୍କୁ ଚିହ୍ନଟ କରି ବିଦା କରିବାକୁ ଦେଲେ ନିର୍ଦ୍ଦେଶ

ପାକିସ୍ତାନ-ଭାରତ ଯୁଦ୍ଧ ଆଶଙ୍କା ଭିତରେ କଠୋର ହୋଇଛନ୍ତି ଭାରତ ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ […]

ଶିମିଳିପାଳରେ ବଢ଼ିଲା ମହାବଳଙ୍କ ସଂଖ୍ୟା

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ।ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳରେ ଅଛନ୍ତି ୪୦ ମହାବଳ ବାଘ । ୪୦ ମହାବଳ ଭିତରୁ ୬ଟି ଶାବକ, ୧୭ଟି ବାଘୁଣି ରହିଛନ୍ତି ।ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ କୁମାର ପ୍ରକାଶ କରିଛନ୍ତି। ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ।ଶିମିଳିପାଳରେ ଥିବା ମହାବଳଙ୍କ […]

ରାଜ୍ୟରେ ଗଠନ ହେଲା ୪୬ ନୂଆ ସିଭିଲ୍ ଜଜ୍‌ କୋର୍ଟ ।

ରାଜ୍ୟରେ ଗଠନ ହେଲା ୪୬ ନୂଆ ସିଭିଲ୍ ଜଜ୍‌ କୋର୍ଟ । ହାଇକୋର୍ଟଙ୍କ ପରାମର୍ଶରେ ସିଭିଲ୍ ଜଜ କୋର୍ଟ ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର […]

ଅନ୍ତୋଦୟ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ ।

ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ଆଉ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ କରାଯିବ ।ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆବାସ ସର୍ଭେ ଚାଲିବ ବୋଲି କହିଲେ ମନ୍ତ୍ରୀ ।ଅନ୍ତଦ୍ୱୟ ଗୃହ ଯୋଜନାରେ ଆଉ ୧ ଲକ୍ଷ ହିତାଧିକାରୀଙ୍କୁ ସାମିଲ […]

ମହାନଦୀ ଘାଟରେ କୁମ୍ଭୀର ଆତଙ୍କ।

ମହାନଦୀ ଘାଟରେ କୁମ୍ଭୀର ଆତଙ୍କ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ନୂଆପାଟଣା ନଦୀପଠାରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି। ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି।ଫଳରେ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ନରସିଂହପୁର ବନ ବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି । ଘଡ଼ିଆଳ କୁମ୍ଭୀର ମହାନଦୀରେ ବୁଲୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ କୁମ୍ଭୀର ଉପରେ ବନ ବିଭାଗ କଡ଼ା […]

ସାମାନ୍ୟ କମିଲା ସୁନା ଦର; ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ ?

କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଥିଲା। ତାପରେ ଧିରେ ଧିରେ ସୁନା ଦର ଖସିବାରେ ଲାଗିଛି। ଆଜି ମଧ୍ୟ ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୨୪୦, ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୦୫୦ ଟଙ୍କା ଛୁଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା […]

ଆସନ୍ତା ୩୦ ତାରିଖ ମଧ୍ୟରେ ସହରି ଶିକ୍ଷକ ଯିବେ ଗାଁ ସ୍କୁଲ।

ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରିବା ସହ ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ପଠାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ […]

ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ

ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା । ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ […]

ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କୁ ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା

ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ […]