ଆସନ୍ତା ୩୦ ତାରିଖ ମଧ୍ୟରେ ସହରି ଶିକ୍ଷକ ଯିବେ ଗାଁ ସ୍କୁଲ।

ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରିବା ସହ ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ପଠାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ […]

ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ

ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା । ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ […]

ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କୁ ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା

ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ […]

ନବ ଦାସ ହତ୍ୟା ମାମଲା,ଅଭିଯୁକ୍ତ ଗୋପାଳ ପରିବାରକୁ ପଚରାଉଚରା

ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାରର ସଦସ୍ୟମାନଙ୍କୁ ପଚରାଉଚରା କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ । ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ରହିଛି । ଗୋପାଳଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । […]

ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ବାହାରିଲା ।

ଦେହରୁ ବାହାରିଲା ଚାଖଣ୍ଡେ ଲମ୍ବର ଛୁରୀ । ତିନି ବର୍ଷ ଧରି ଫୁସଫୁସରେ ଫସି ରହିଥିବା ଛୁରୀ ଶେଷରେ ଅପରେସନ ପରେ ବାହାରିଲା । ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରମାନେ ଏକ ବିରଳ ଅପରେସନ କରିବାରେ ସଫଳ ହୋଇଛନ୍ତି। ୩ ବର୍ଷ ଧରି ଜଣେ ଯୁବକଙ୍କ ଛାତି ଭିତରେ ଥିବା ୮ ସେମି ଲମ୍ବର ଏକ ଛୁରିକୁ ଅ‌େ‌ସ୍ତ୍ରାପଚାର କରି ଡାକ୍ତର ବାହାର କରିଛନ୍ତି। ଛୁରିଟି ସଂପୃକ୍ତ ଯୁବକଙ୍କ ବାମ ପଟ ବେକ ତଳେ […]

ଆହୁରି ୨ ଦିନ କଲବଲ କରିବ ତାତି, ଏହି ଜିଲ୍ଲାରେ ଗୁଳୁଗୁଳି ସହ ବର୍ଷା

ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି ଜୀବନ। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ୨୭ରୁ ଆରମ୍ଭ ହେବ କାଳବୈଶାଖୀ । ଏହି ବର୍ଷା ହିଁ ଆଣିବ ଆଶ୍ୱସ୍ତି । ଯଦିଓ ସାମୟିକ ଆଶ୍ୱସ୍ତି ପରେ ପୁଣି ମେ ପହିଲାବେଳକୁ ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୌଦ୍ଧ, ବଲାଙ୍ଗୀର, […]

କଟକରେ ଅସଲି ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ମଦ ବେପାର ।

କଟକ ଚୌଦ୍ୱାର କପାଳେସ୍ଵରରେ ଚାଲିଥିଲା ଏହି ବେଆଇନ ଓ ଅପମିଶ୍ରିତ ମଦ ଫ୍ୟାକ୍ଟ୍ରି । ଯେଉଁଟି ତିଆରି ହେଉଥିଲା ଅସଲି ନାଁରେ ନକଲି ମଦ । ଗତକାଲି ରାତିରେ ଏହି ଫ୍ୟାକ୍ଟ୍ରିକୁ ଜିଲ୍ଲା ଅବକାରୀ ଠାବ କରି ଚଢ଼ାଉ କରିବା ପରେ ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିଛି । ଏହି ମାମଲାରେ ଫ୍ୟାକ୍ଟ୍ରି ଇନଚାର୍ଜ ମଧୁସୂଦନ ରାଉତ ଗିରଫ କରିଛି ଅବକାରୀ ଟିମ । ଜବତ ହୋଇଥିବା ବେଆଇନ ମଦର ମୂଲ୍ୟ ୧୫ ଲକ୍ଷ […]

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା ।

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ବାଘ ରହିଛନ୍ତି । ପୂର୍ବରୁ ରାଜ୍ୟ ସରକାର 2007 ମସିହାରେ ଏହି ଅଭୟାରଣ୍ୟର 1994 ବର୍ଗ କିମି ଅଞ୍ଚଳକୁ ବାଘଙ୍କ ରହଣି […]

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ

ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । INS ଚିଲିକାର ଟ୍ରେନିଂ କରେସପଣ୍ଡେଣ୍ଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବା ବେଳେ ଏଥିରେ ନାଭି ଅଧିକାରୀ ମାନଙ୍କ ସମ୍ପୃକ୍ତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ […]

ରାୟଗଡ ନଗର ରେ ଜାମ୍ମୁ କାଶ୍ମୀର ଆତଙ୍କ ବାଦୀ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା।-ହିନ୍ଦୁ ଏକତା ମଞ୍ଚ, ରାୟଗଡ ଜିଲ୍ଲା।

ଜାମ୍ମୁ କାଶ୍ମୀର ରେ ହିନ୍ଦୁ ପର୍ଯ୍ୟଟକ ମାନଙ୍କ ଉପରେ ହୋଇଥିବା ଆତଙ୍କ ବାଦୀ ଆକ୍ରମଣ ବିରୋଧରେ ଆଜି ରାୟଗଡ ନଗର ରେ ହିନ୍ଦୁ ଏକତା ମଞ୍ଚ ତରଫରୁ ଏକ ପ୍ରତିବାଦ ସଭା ସହ ଦୁଇ ଚକିଆ ଜାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ଶୋଭାଯାତ୍ରା ରେ ପାକିସ୍ତାନ ସରକାର ମୁର୍ଦାବାଦ, ହିନ୍ଦୁ ହିନ୍ଦୁ ଭାଇ ଭାଇ ସହ ଆତଙ୍କ ବାଦୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା।ଏହି ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ […]

ଓଡ଼ିଶା ଅକ୍ଷୟ ଶକ୍ତି: ୧୧୯୧.୪୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ

ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ କରାଯାଇଛି। ଏହା ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।ଅନୁମୋଦିତ ପୋର୍ଟଫୋଲିଓରେ ନିମ୍ନଲିଖିତ ପ୍ରକଳ୍ପ ଅନ୍ତର୍ଭୁକ୍ତ:ଦୁଇଟି ପବନ ଶକ୍ତି ପ୍ରକଳ୍ପ: ମୋଟ ୯୫.୭ ମେଗାୱାଟ |ଚାରୋଟି […]

ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଦିଘାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ ଉତ୍ସବରେ କେହି ସେବକ ରହିବେନି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ […]