ଶାଳୀକୁ ନିଜର କରିବା ଆଶାରେ ଭିଣେଇର ଜୀବନ ଗଲା

ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଭିଣେଇ ହୀନ ୬ ବର୍ଷ ପୂର୍ବେ ମାମୁଁ ଝିଅ ପି. ପୂଜାଙ୍କୁ ବିବାହ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ଏହାରି ଭିତରେ ହୀନର ନଜର ପଡ଼ିଥିଲା ଶାଳୀ ଲିଜାଙ୍କ […]

ହିତାଧିକାରୀଙ୍କ ଖାତାକୁ ଗଲା ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିବା ସହିତ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ତେବେ ଏହି ସଭାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ କହିଛନ୍ତି ଯେ, ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ।ଏହି ଷଷ୍ଠ […]

୫୦ ଲକ୍ଷ ଭୂତ ରାସନ୍ କାର୍ଡ ଅଛି। ହେଲେ କୁଡେ଼ ଗଲେ ଭୁତ ।

ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।ରାଷ୍ଟ୍ରୀୟ ପଞ୍ଜାୟତି ରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି ।୫୦ […]

ଦ୍ବିତୀୟ ବିବାହ କରିବାକୁ ପୁଅକୁ ହତ୍ୟା କରିଦେଲା ବାପା ।

ଯାଜପୁର ଧର୍ମଶାଳାରେ ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର ଇଚ୍ଛା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଁର ବାଉରୀବନ୍ଧୁ ରାଉତ ୭ ବର୍ଷ ପୂର୍ବେ ସେହି ଗାଁରେ ବିବାହ କରିଥିଲେ । ହେଲେ ସ୍ତ୍ରୀର ମାନସିକ ସମସ୍ୟା ଥିବା ଅଭିଯୋଗ କରି ଅନେକ ସମୟରେ ଅତ୍ୟାଚାର କରୁଥିଲେ […]

ସୀମାରେ ୨ ହଜାର ନକ୍ସଲ, ପୋଲିସର ଏନକାଉଣ୍ଟରରେ ୫ହାର୍ଡକୋର ମାଓବାଦୀ ନିହତ ।

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଉପରେ ବଡ଼ ପ୍ରହାର। ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଖବର ଅନୁଯାୟୀ, ଛତିଶଗଡ଼ ଏବଂ ତେଲେଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ କରୁଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ୪ ରାଜ୍ୟର ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ […]

ପହଲଗାମ୍ ଆତଙ୍କୀ ହମଲା ପରେ ସଜାଗ ରାଜ୍ୟ ସରକାର

ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର। […]

ଭାରତରରେ ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ବ୍ୟାନ୍

ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ତେବେ କାହିଁକି ଏବଂ କେଉଁ କାରଣରୁ କେକ୍‌ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆକ୍ରମଣକୁ ନେଇ ଲଗାତାର ଭାବେ ବୈଠକ କରାଯାଉଛି। ଏହି ସମୟରେ ଦିଲ୍ଲୀରେ ପାକିସ୍ତାନ […]

୧୧ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି

ଦିନକୁ ଦିନ ବଢିବ ଖରାର ପ୍ରକୋପ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଲାଗି ରହିବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି।ଝାରସୁଗୁଡ଼ା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କଳାହାଣ୍ଡି, ନୂଆପଡା, ଦେବଗଡ ଓ ଅନୁଗୋଳ ଜିଲ୍ଲାକୁ ଗ୍ରୀଷ୍ମ […]

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ।

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀରରୁ ମିଳିଛି ତାଙ୍କୁ ଏହି ଧମକ । ୨୩ ଏପ୍ରିଲରେ ଦିଲ୍ଲୀ ପୋଲିସରେ ଏହି ମାମଲାରେ ଏଫଆଇଆର ଦାଖଲ କରିଛନ୍ତି ଗମ୍ଭୀର । ସେ ତାଙ୍କ ପରିବାର ପାଇଁ ସୁରକ୍ଷା ମଧ୍ୟ ଦାବି କରିଛନ୍ତି। କୁହାଯାଉଛି ଯେ ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଆସିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । […]

ଆଜିଠାରୁ କଲେଜକୁ ଛୁଟି

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ ।ବିଭାଗର ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ଏନେଇ ସମସ୍ତ ରେଜିଷ୍ଟ୍ରାର, ପିଜି କାଉନସିଲ୍‌ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ପତ୍ର ଲେଖି […]

ଆଜି ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ

ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ତେବେ ୧୯୫୭ରେ ତତ୍କାଳୀନ ସାଂସଦ ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ୧୯୫୯ ଅକ୍ଟୋବର ୨ରେ ରାଜସ୍ଥାନର ନାଗୌରଠାରେ ଉଦ୍‌ଘାଟିତ ହୋଇଥିଲା। ସମୟ ସ୍ରୋତରେ ଅନେକ ସଂଶୋଧନ, ପରିବର୍ତ୍ତନ ଓ ପରୀକ୍ଷା ନିରୀକ୍ଷା ପରେ ୧୯୯୨ […]

ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା

ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି ମରଶରୀର। । ବିମାନବନ୍ଦରରେ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତ ଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରା ଗାଁ ଶୋକରେ ବୁଡିଛି, ଆଉ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ […]