ଆଜି ମିଳିବ ସୁଭଦ୍ରା ଟଙ୍କା। ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର। ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ଏହି ଘୋଷଣା କରିଛନ୍ତି। ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା। ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ।ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏପ୍ରିଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ତେବେ ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ […]
ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ ହରାଇଛନ୍ତି। ଏହି ଖବର ବୁଧବାର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ । ଦିନେଶ ଲାଠୋର ଗ୍ରାମର ସ୍ବର୍ଗତ ପ୍ରୟାଗଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ l ସେ ଗ୍ରାମର ଶ୍ରୀ ଦୁର୍ଗେଶ୍ୱରୀ ଉଚ୍ଚ […]
ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି। ସମାଧାନ ହେଲାନି ଯାତ୍ରା କଳାକାର ଓ ଯାତ୍ରା ମାଲିକ କଳି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଯାତ୍ରା କଳାକାର। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯାତ୍ରା ବିବାଦ ବିଷୟରେ ଜଣାଇବାକୁ ନେଇଛନ୍ତି ନିଷ୍ପତ୍ତି। ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା। ଯାତ୍ରା ଜଗତରେ ଚାଲିଥିବା ବିବାଦ ସମ୍ପର୍କରେ ବାପି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ନିଜ ଜୀବନ ପ୍ରତି ବିପଦ […]
ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୨୦ ଏନଏସି ପାଇଁ ଜିଲ୍ଲାରୁ ରିପୋର୍ଟ ଆସିଛି। ରିପୋର୍ଟ ମିଳିବା ପରେ ଏହାର ତର୍ଜମା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବର୍ତ୍ତମାନ ୧୭% ସହରାଞ୍ଚଳ ରହିଛି ଏହାକୁ ୩୦% ବୃଦ୍ଧି ପାଇଁ ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି।ପଞ୍ଚାୟତିରାଜ ବିଭାଗ ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ […]
ଗତ ଅକ୍ଟୋବର ମାସରେ ହୋଇଥିବା ରାଜସ୍ଵ ନିରୀକ୍ଷକ(ଆରଆଇ), ସହକାରୀ ରାଜସ୍ଵ ନିରୀକ୍ଷକ(ଏଆରଆଇ), ଆଇସିଡିଏସ ସୁପରଭାଇଜର ଏବଂ ଅମିନ ପରୀକ୍ଷା ଦେଇଥିବା ସମସ୍ତ ପରିକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ ପାସ୍ ହୋଇଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ବୁଧବାର ଏ ନେଇ ସୂଚନା ଦିଆଯାଇଛି । କମିଶନଙ୍କ ଅନୁଯାୟୀ, ପରୀକ୍ଷାରେ କପି କରି ଧରାପଡ଼ିଥିବା ନଅ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି। ମୁଖ୍ୟ ପରୀକ୍ଷା ଲାଗି ଖୁବଶୀଘ୍ର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଗତକାଲି କାଶ୍ମୀରର ପହେଲେଗାଓ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ଅତ୍ୟନ୍ତ ବର୍ବୋରଚିତ ତଥା ହୃଦୟ ବିଦାରକ ନରସଂହାର ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ନାମ ଏବଂ ଧର୍ମ ପଚାରି ଯେପରି ୨୭ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲା ତାହାଠାରୁ ଘୃଣ୍ୟ କାର୍ଯ୍ୟ ଆଉ କଣ ଥାଇପାରେ। ଏହି ଘୃଣ୍ୟ କାର୍ଯ୍ୟର ଦୃଢ଼ ନିନ୍ଦା ଏବଂ ପ୍ରତିବାଦ ତଥା ଦିବଂଗତ ଆତ୍ମା ମାନଙ୍କର ସଦଗତି ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ପୁରୁଣା ସହର ସ୍ଥିତ […]
କାଶ୍ମୀରର ପହଲଗାମରେ ସାଧାରଣ ଲୋକଙ୍କ ରକ୍ତରେ ହୋଲି ଖେଳିଥିବା ଆତଙ୍କୀ ଓ ତାଙ୍କ ଗୁରୁମାନଙ୍କ ଉପରେ ଖୁବଶୀଘ୍ର ପ୍ରଚଣ୍ଡ ପ୍ରହାର ହେବ । ଏନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଅପରେସନ ପହଲଗାମ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ସରକାର ପ୍ରତିଟି ମାମଲାର ପ୍ରତିଶୋଧ ନେବେ ଯାହା ଜରୁରି ଓ ଉପଯୁକ୍ତ ।ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ […]
ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ଏହାସହ ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନ ହୋଇଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ଟି ପଦବି ତିଆରି କରାଯିବ । ଅବକାରୀ କନେଷ୍ଟବଳ ଡିଭିଜନ ବଦଳାଯାଇ ଜିଲ୍ଲା କ୍ୟାଡର କରାଯାଇଛି […]
ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅନୁମୋଦନ କରିବା ପରେ ବିଜ୍ଞପ୍ତି ଜାରି କରାଯାଇଛି।ଏହି ତିନୋଟି କୋର୍ଟ ଗଠନ […]
ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା କେବଳ ଦେଶ ନୁହେଁ ପୁରା ବିଶ୍ୱ ମଧ୍ୟ ସ୍ତମ୍ଭୀଭୂତ ହୋଇଯାଇଛି। ତେବେ ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଓ ରାହୁଲ ଗାନ୍ଧୀ କଡ଼ା ନିନ୍ଦା କରିଛନ୍ତି। ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ […]
ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ଆହତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହ କଥାବାର୍ତ୍ତା ଆଧାରରେ ଏହି ସ୍କେଚ ପ୍ରସ୍ତୁତ କରାଯାଇଛି।ଏମାନଙ୍କୁ ଧରିବାକୁ ଜୋରଦାର କସରତ ଜାରି ରହିଛି । ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡିଛି । ସେପଟେ ଜମ୍ମୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ […]
