ଯାହା ଅଭିଯୋଗ ଉଠିଥିଲା, ସତ ହେଲା । ପାଖାପାଖି ୧୪୦ ଡିସିମିଲ ସରକାରୀ ଜାଗା ମାଡ଼ି ବସି ଛିଡ଼ା ହୋଇଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ଜମିରେ ଗଢ଼ାଯାଇଛି ବେଆଇନ୍ ମଣ୍ଡପ, କୋଠା ଆଉ ରୋଷଶାଳା ।ତେବେ ଖୁବ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା। ଆଶ୍ରମଟି […]
ଡିସେମ୍ବର ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ୩ ତାରିଖରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ ବୋଲି ତାଙ୍କ ଗସ୍ତ ସୂଚୀରୁ ଜଣାପଡ଼ିଛି।ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବେ […]
ରାଜଧାନୀ ଦିଲ୍ଲୀରେ ଆଜି ଵି ଭୟଙ୍କର ପ୍ରଦୂଷଣରୁ ନିସ୍ତାର ନାହିଁ । କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ୫୦୦ ପାର କରିସାରିଲାଣି । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମ୍ରେ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ ।ଏମ୍ସିଡି କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ଯ୍ୟାଳୟ […]
ଆଗକୁ ଆହୁରି ଥରାଇବ। ୧୫ ଡିଗ୍ରୀ ତଳେ ୧୬ ସହର । ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଜିଲ୍ଲାଗୁଡ଼ିକର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, […]
ଭୁବନେଶ୍ୱର ଏମ୍ସ ଡାକ୍ତଙ୍କୁ ମିଳିଛି ଐତିହାସିକ ସଫଳତା। ଡାକ୍ତରୀ ଉତ୍କର୍ଷତା ଏବଂ କାର୍ଯ୍ୟପ୍ରତି ସମର୍ପିତ ଭାବର ଏକ ଅଦ୍ଭୁତ ପ୍ରଦର୍ଶନରେ ଏମ୍ସ ଭୁବନେଶ୍ୱରରେ ଉତ୍ସର୍ଗୀକୃତ ଡାକ୍ତରୀ ଟିମ୍ ଉନ୍ନତ ଏକ୍ସଟ୍ରାକୋରୋରାଲ୍ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (eCPR) ପ୍ରଣାଳୀ ମାଧ୍ୟମରେ ୨୪ ବର୍ଷ ବୟସ୍କ ଯୁବକଙ୍କ ଜୀବନ ରକ୍ଷା କରି ଏକ ଚମତ୍କାର ସଫଳତା ହାସଲ କରିଛନ୍ତି।୨୪ ବର୍ଷୀୟ ଯୁବକ ଶୁଭକାନ୍ତ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମସ୍ରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ପହଞ୍ଚିବାର ୨ ଘଣ୍ଟା […]
ରାଜ୍ୟରେ ଆହୁରି କମିବ ତାପମାତ୍ରା । ବଢିବ ଶୀତର ପ୍ରକୋପ । ନଭେମ୍ବର ତୃତୀୟ ସପ୍ତାହରୁ ଶୀତ ଅନୁଭବ ହେଉଛି । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବାର ନ ଥିବା ବେଳେ ଆଗାମୀ ୭ ଦିନ ଯାଏ ପାଗ […]
ରାଜଧାନୀର ବୈକୁଣ୍ଠଧାମ ବାବା ‘କଳକୀ ମାଧବ’ଙ୍କ ପିଛା ଛାଡ଼ୁନି ବିବାଦ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍ ବାଇକ୍ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି। କାଫେ ଓ କ୍ଲବ୍ ଯାଆନ୍ତା। ଏପରି ଅଭିଯୋଗ ଆଣିଛନ୍ତି ବୈକୁଣ୍ଠଧାମ ଆଶ୍ରମ ଆସିଥିବା ଜଣେ ଭକ୍ତ କହିଛନ୍ତି। ସେ କୁଆଡେ ନିଜ ଆଖିରେ ଏ ସବୁ ଦେଖିଛନ୍ତି।ଏକାଧିକ ଯୁବତୀଙ୍କ ସହ ଥିଲେ। ଏପରିକି ଆଶ୍ରମ ଭିତରେ ପଶିବା ପରେ ବାବାଙ୍କ ଦେହରେ ତୁଳସୀ ଲାଗିଥିବା ଦେଖିବାକୁ […]
ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୨୫ ପର୍ଯ୍ୟନ୍ତ ମାଟ୍ରିକ ଫର୍ମ ପୂରଣ ଅବଧି ବଢ଼ିଲା । ବାର୍ଷିକ ଏଚଏସସି ସହ ଏସଓଏସସି ଫର୍ମ ପୂରଣ ଅବଧି ବଢ଼ିଲା । ତେବେ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ପୂରଣ। ନଭେମ୍ବର ୧୮ […]
ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଦେବା ପୂର୍ବରୁ ସିଲ୍ କଟା ଯାଇଥିବା ହୃଷୀକେଶ ଦାସ ନାମକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ସକାଳ ୯ଟାରୁ ୯ଟା ୪୫ ରିପୋର୍ଟିଂ ସମୟ ରହିଥିବା ବେଳେ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଦିଆଯିବା ସମୟରେ ପରୀକ୍ଷାର୍ଥୀ ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ […]
ଆସନ୍ତା ୨୦ତାରିଖରୁ ବରଗଡ଼ରେ ଏବଂ ୨୨ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି। ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ । […]
ମହଙ୍ଗା ପଡ଼ିଲା ଡାକ୍ତରଙ୍କୁ ଲାଞ୍ଚ ନେବା । ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ଡାକ୍ତର ଅଶୋକ ଦାସଙ୍କ ପାଖକୁ ଚେକଅପ୍ ପାଇଁ ଆସିଥିଲେ। ଚେକଅପ୍ ବେଳେ ପିଲା ଜନ୍ମ ପାଇଁ […]
ଆରପାରିରେ ସମୀର ଦେ’ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । 67 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।ଗତ କିଛିଦିନ ଧରି ସେ ଅସୁସ୍ଥ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କଟକର ଘରୋଇ ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ହେଉଥିଲା । […]
