ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ। ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। ଖୋଜୁଛି କ୍ରାଇମ୍ବ୍ରାଂଚ । ନବଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୋପଳ ସହ ଅନ୍ୟ କିଏ ଜଡ଼ିତ ତାର ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଅନ୍ୟ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରାଯିବ।ତେବେ ଗତକାଲି ପୁଣି ବାପା ନବ ଦାସଙ୍କ ହତ୍ୟାକାଣ୍ଡର […]
ବିସିସିଆଇ ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ଘୋଷଣା କରିଛି । ଏଥିରେ ୩୪ ଜଣଙ୍କ ଖେଳାଳିଙ୍କ ନାମ ରହିଛି । ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ ରହିଛି । ତେବେ ଗତବର୍ଷ ବିଦା ହୋଇଥିବା ଶ୍ରେୟସ ଆୟର ଏବଂ ଈଶାନ କିଶନ ପୁଣି ବାର୍ଷିକ ଚୁକ୍ତିକୁ ଫେରିଛନ୍ତି ଶ୍ରେୟସ । ଶ୍ରେୟସ ଗ୍ରେଡ ବିରେ ସାମିଲ ହୋଇଥିବା ବେଳେ ଗ୍ରେଡ ସିରେ ସାମିଲ ହୋଇଛନ୍ତି ଈଶାନ କିଶନ । ଗ୍ରେଡ୍ A+: ରୋହିତ ଶର୍ମା, […]
ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଏଥିରେ ସମ୍ପୃକ୍ତି ନେଇ ୩ ମାଷ୍ଟରମାଇଣ୍ଡ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି ।ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଗତକାଲି ଚାଲିଥିଲା ହେଇ ଫେକ ନିଯୁକ୍ତି ମେଳା । ଯେଉଁଠାରେ ଓଡ଼ିଆ ଯୁବକ ମାନଙ୍କୁ ଚାକିରି ପାଇଁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରି ଆଶାୟୀଙ୍କ ଠାରୁ ୭୦ ହଜାର […]
ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି: “ପବିତ୍ର ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖ ସମୟରେ ବିଶ୍ୱ କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ସମବେଦନା। ପୋପ୍ ଫ୍ରାନ୍ସିସ୍ ସର୍ବଦା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା କରୁଣା, ନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବରେ ମନେ ରହିବେ।” ତେବେ ଭାଟିକାନ୍ ସିଟିରେ […]
ଛଟପଟ୍ ରାଜ୍ୟବାସୀ । ରୌଦ୍ରତାପଜନିତ ଅସୁସ୍ଥତା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିିକିତ୍ସା କରାଯାଉଛି । ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।ରବିବାର ଝାରସୁଗୁଡା ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଥିବା ବେଳେ ସୋମବାର ମଧ୍ୟ ଏଠାରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୪.୮ ଡିଗ୍ରୀ […]
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି।। ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ମହିଳା ହେଲେ ଅନିତା ସୋରି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ସେବା ଅନୁଷ୍ଠାନ ନୟାଗଡ଼ ଠାରେ ଅନୁଷ୍ଠାନର ମାନସିକ ରୋଗୀ ଓବୁଦ୍ଧିମାନ୍ଦତା ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି ସ୍ଵାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଉକ୍ତ ଶିବିରଟିକୁ ସଚିବ ଅଞ୍ଜଳୀ ମଛଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ନିଜ […]
ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୦ ହଜାର ଡେଇଁଲା ୨୨ କ୍ୟାରେଟ ସୁନା ।୨୪ କ୍ୟାରେଟ ସୁନା ୯୮ ହଜାର ପାର୍ କରିଛି।ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ମହଙ୍ଗା […]
ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ ଯୋଗ ଦେବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କୁ ସୁପ୍ରିମୋଙ୍କ ଡାକରା ଯାଇଥିଲା। ଡାକରା ପାଇ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ଏଥିସହିତ ପ୍ରତାପ ଦେବ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।। ଦୁଇ ଦିନ ତଳେ ନବୀନ ପଟ୍ଟନାୟକ ସଭାପତି […]
କଳାକାର ଓ ଯାତ୍ରା ମାଲିକ ସଂଘ କଳିରେ ବଳି ପଡୁଛି ଯାତ୍ରା କମିଟି। ଯାତ୍ରା ଦେଖିବାକୁ ଦର୍ଶକଙ୍କ କମିଲାଣି ଆଗ୍ରହ। ଭଲ ଦର୍ଶକ ହେଉନଥିବାରୁ କ୍ଷତି ସହୁଛନ୍ତି ଯାତ୍ରା କମିଟି। ଯାତ୍ରା ମାଲିକଙ୍କ ଏକଚାଟିଆ କାରବାର ପାଇଁ ଆରମ୍ଭ ହୋଇଛି ବିବାଦ । ବିବାଦ ଛାଡ଼ି ଯାତ୍ରା ମାଲିକ ସଂଘ ସମସ୍ୟାର ସମାଧାନ ନକଲେ ଯାତ୍ରା ବୁଡ଼ି ଯିବ ବୋଲି କହିଲେ ଯାତ୍ରା କମିଟି ମହସଂଘ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ। ଅନ୍ୟପଟେ ଯାତ୍ରା ମାଲିକ- […]
ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ […]
ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ ।ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ […]
