ମହିଳା ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାରେ ଜାମିନ ଖାରଜ ହେବା ପରେ ଜୟନାରାୟଣଙ୍କ ଅଜବ ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ ଜୟନାରାୟଣଙ୍କୁ ସମାଲୋଚନା କରିଛି ବିଜେଡି । ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଶ୍ରୀ ମିଶ୍ରଙ୍କ ବିଶୃଙ୍ଖଳିତ ଆଚରଣ ଓ ବିଜେପି ସରକାରଙ୍କ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଦୋହରା ମାପଦଣ୍ଡ ପାଇଁ କଟୁ ସମାଲୋଚନା କରିଥିଲେ। ଗୋଟିଏ ପଟେ, ବିଜେପି […]
ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଲକ୍ଷ ବିଦ୍ୟାର୍ଥୀ ପାଉଛନ୍ତି ମଧ୍ୟାହ୍ନ ଭୋଜନ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ଯୋଗ ଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ […]
ଆଉ ଭାସିବନି କାଗଜ କି ସୋଲ ଡଙ୍ଗା । ପରିବେଶ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଏଥର ଭାସିବ ଗୋବର ଡଙ୍ଗା । ଓଡ଼ିଶାରେ ପ୍ରଥମ କରି ତିଆରି ହୋଇଛି ଗୋବର ଡଙ୍ଗା । ଗୋବରରେ ପ୍ରସ୍ତୁତ ଡଙ୍ଗା ଓ ଦୀପ ପରିବେଶକୁ ସ୍ବଚ୍ଛ ରଖିବ । ଏହି ଗୋବର ଡଙ୍ଗା ଲୋକ ମାନଙ୍କର ମଧ୍ୟ ମନ ଜିଣୁଛି । କାରଣ ଏହି ଡଙ୍ଗା ଗୋବର ଓ ଗୋମୂତ୍ରରେ ତିଆରି କରାଯାଇଛି । ମୁଖ୍ୟତଃ ଏହି […]
ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ପାଇଁ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ପାଇଁ ଦମନ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି।ସେହିଭଳି ୨୦୨୧ ପାଇଁ ଶଙ୍କର ପ୍ରଧାନଙ୍କୁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପାଇବେ । ଅରୁନ୍ଧତୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବିଶ୍ୱାସ ଫିଲ୍ମ ପାଇଁ ନବନୀତ […]
କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ଆସିଥିଲା ଅଦିନିଆ ବନ୍ୟା! ଆଉ ଚାହୁଁ ଚାହୁଁ ସମସ୍ତଙ୍କ ଘରେ ପଶି ଯାଇଥିଲା ପାଣି। ଆଉ ଶୋଇଥିବା ବେଳେ ଭିଜିଯାଇଥିଲା ବିଛଣା ସମେତ ଖାଦ୍ୟ ସାମଗ୍ରୀ। ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଛା ଯାଇଛି ପାଇପ୍। ତେବେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଯୋଡା ପୌରାଞ୍ଚଳ ୧୦ ନମ୍ୱର ୱାର୍ଡ଼ ହନୁମାନ ହଟିଂ ଦେଇ ଯାଇଥିବା ପାନୀୟ ଜଳ ପାଇପ୍ ଫାଟି ଯାଇଥିଲା। […]
ଆସନ୍ତା ଫେବ୍ରୁଆରୀ ୨୧ ରୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ଆଜି ତାରିଖ ଘୋଷଣା କରିଛି ବୋର୍ଡ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଫେବ୍ରୁଆରୀ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ।୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ୨୭ରେ ଗଣିତ ଓ ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ […]
OSSTET (Odisha Secondary School Teacher Eligibility Test) -2024 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ।ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ କେବଳ ଅନ୍ଲାଇନରେ ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ୍ www.bseodisha.ac.inକୁ ଯାଇ ସେମାନେ ଆବେଦନ କରିପାରିବେ। ନଭେମ୍ବର ୧୯ ତାରିଖରୁ ଅନ୍ଲାଇନ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହା ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଫି’ […]
ଭରତପୁର ଥାନା ହାଜତ ନିର୍ଯାତନା ମାମଲାରେ ତଦନ୍ତ କମିଶନଙ୍କ ଶୁଣାଣି । ଘଟଣାସ୍ଥଳ ପରିଦର୍ଶନ କରିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ । ୧୯ ତାରିଖରେ ଘଟଣାସ୍ଥଳକୁ ଯିବେ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ କମିଶନଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା । ସତ୍ୟପାଠ ଗୁଡ଼ିକୁ ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ। ମୋଟ ୧୬ […]
ଆଜି ପବିତ୍ର କାର୍ତ୍ତିକମାସ ପଞ୍ଚକ ବ୍ରତର ତୃତୀୟ ଦିନ । ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରାଯାଇଛି । ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଥାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି । ତେବେ ଶୁକ୍ରବାର ପବିତ୍ର କାର୍ତ୍ତିକ […]
ଫାୟାରମ୍ୟାନ୍ ପଦରେ ନିଯୁକ୍ତି ପ୍ରସଙ୍ଗରେ ଗୃହରକ୍ଷୀଙ୍କୁ ନ୍ୟାୟ ମିଳିଛି। ମୋଟ ପଦବିର ୧୦ ପ୍ରତିଶତ ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ବାରା ପୂରଣ କରାଯିବ।ସରକାରଙ୍କ ପକ୍ଷରୁ ଏହି ଅନୁସାରେ ପ୍ରସ୍ତୁତ ଏକ ସାନି ଚୟନ ତାଲିକାକୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଦା ଲଫାଫାରେ ଦାଖଲ କରିଥିଲେ । ଓଡ଼ିଶା ଫାୟାର ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ ଦି ଗ୍ରୁପ୍-ସି ଅଫିସର୍ସ) ନିୟମାବଳୀ, ୨୦୨୧ର ନିୟମ ୪ ଓ ୫ […]
ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ଜୀବନ। ଲୁଟର ଶିକାର ହୋଇଥିବା ମହିଳାଙ୍କ ଓଉଟ ରେ ମୃତ୍ୟୁ । ହତ୍ୟା ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି। ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପଛରେ ବସିଥିଲେ। ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା […]
କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍ରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଡ୍ୟୁଟିରେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ଏଥି ସହ ଉଭୟ ତଳ ଓ ଉପର […]
