ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି। ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ କର୍ମଚାରୀ। ଏହି କର୍ମଚାରୀଜଣକ ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାରେ ଚାକିରି କରୁଥିଲେ। ଏଥିରେ ୭୪ ଜଣଙ୍କ ଖୋଳତାଡ଼ ଚାଲିଛି।ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି।
ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍ରେ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଜୟ ମା ତାରିଣୀ କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ। ପରେ ପରେ ହିନ୍ଦୀରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ […]
ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ୍ ସାନବାର୍ଲି ପଞ୍ଚାୟତରେ ଅଛି ବଡ଼ବାର୍ଲି ଗାଁ। ଏହି ଗାଁ ୧୦୦ ବର୍ଷରୁ ଅଧିକ ପୁରୁଣା। କିନ୍ତୁ ୧୦୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁର ପ୍ରମୁଖ ସମସ୍ୟା ଦୂର ହୋଇପାରି ନାହିଁ। ଗାଁର ପ୍ରମୁଖ ସମସ୍ୟା ହେଉଛି ପାଣି।ଏହି ଗାଁରେ ଅନ୍ୟ କୌଣସି ଗାଁର ଲୋକେ ସେମାନଙ୍କ ଝିଅଙ୍କୁ ବାହା କରିବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ବଡ଼ବାର୍ଲି ଗାଁରେ ଏବେ ପ୍ରାୟ ୮୦ ଜଣ ବିବାହଯୋଗ୍ୟ ଯୁବକଙ୍କ ବାହାଘର ହୋଇପାରୁନାହିଁ। […]
ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି। ରିଲି କୁମାରୀ ଲୁଲୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ। ବିଏସଏଫ ସଭାପତି ପଦ ବଜାୟ ରଖିଲେ ଶ୍ରୀକାନ୍ତ ତରାଇ।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଇସକ୍ରିମ୍ ସାଧାରଣ ସମସ୍ତଙ୍କ ପ୍ରିୟ। ତେବେ ହାଇଦ୍ରାବାଦରେ ମିଳୁଛି ଏହି ସୁନାର ଆଇସ୍କ୍ରିମ୍ । ଏହାକୁ ‘ହୁବର ଆଣ୍ଡ ହଲି’ ନାମକ ଏକ ରେଷ୍ଟୁରାଣ୍ଟ ତିଆରି କରିଛି । ଯାହାକୁ ଲୋକେ ସୋସିଆଲ ମିଡିଆରେ ‘ଅମ୍ବାନୀ ଆଇସ୍କ୍ରିମ୍’ ବୋଲି କହୁଛନ୍ତି । କାରଣ ଏହି ଆଇସ୍କ୍ରିମ୍ ଉପରେ ଦିଆଯାଇଛି ସୁନାର ପ୍ରଲେପ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହାର ଦାମ୍ । ଏହା ଏତେ ଅଧିକ ଯେ ଶୁଣିବା ମାତ୍ରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଏପ୍ରିଲ ୧୦ ତାରିଖରୁ ସମଗ୍ର ରାଜ୍ୟରେ ସରକାରଙ୍କ ପକ୍ଷରୁ ଅନ୍ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ମିଳିତ ବୈଠକ ଜିଲ୍ଲା ପ୍ରାଥମିକ […]
ପୁଣି ଚିନ୍ତା ବଢ଼ାଇଲା ସୁନା ଦର। ଏକାଥରେ ବଢ଼ିଲା ୨୭୦୦ ଟଙ୍କା। ଏପ୍ରିଲ ୧୦ ଅର୍ଥାତ୍ ଗୁରୁବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି । ଦୁଇ ଚାରି ଦିନର ହ୍ରାସ ପରେ ପୁଣି ବଢିଛି ସନା ରୁପା ଦର। ହେଲେ ଯେତିକି କମି ନଥିଲା ତା ଠାରୁ ଅଧିକ ବଢ଼ିଯାଇଛି […]
ଓ୍ବକ୍ଫ ବିଲ୍କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍ପି ସସ୍ମିତ ପାତ୍ର। ସେ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।ଦଳ ପକ୍ଷରୁ କୁହାଗଲେ ପ୍ରତିକ୍ରିୟା ରଖିବେ ବୋଲି କହିଲେ ସସ୍ମିତ ପାତ୍ର। ରାଜ୍ୟ ସଭାରେ ୱାକଫ୍ ବିଲ୍ ସମର୍ଥନରେ ଭୋଟ୍ ଦେବା ପରେ ବିବାଦରେ ରହିଛନ୍ତି ସସ୍ମିତ। ଏହା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାସ୍କେଣ୍ଟ୍ରୁ ଗସ୍ତ କରିଥିଲେ […]
ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍ ନୋଟ୍ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ଏସ୍ଟିଏଫ୍ ଟିମ ଦ୍ୱାରା ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ ଜବତ ହୋଇଛି। ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ।ହାଇ କ୍ୱାଲିଟି ଜାଲ୍ ନୋଟ୍ ଛାପୁଥିବା ନେଇ ଏସଟିଏଫ ଟିମ୍ ଖୋଳତାଡ କରୁଛି । ଆନ୍ତଃରାଜ୍ୟ ଲିଙ୍କ୍ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।
ଦୀର୍ଘ ୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ଆୟୋଜକଙ୍କ ପକ୍ଷରୁ ବୁଧବାର ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଟି-୨୦ ଫର୍ମାର୍ଟରେ ଖେଳାଯିବ । ସବୁଠାରୁ ବଡ କଥା ହେଉଛି, ସୂଚନା ଅନୁସାରେ ପୁରୁଷ କ୍ରିକେଟ ହେଉ କି ମହିଳା କ୍ରିକେଟ, ବିଶ୍ୱର କେବଳ ୬ ଟି କ୍ରିକେଟ ଦଳ ୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଅଲିମ୍ପିକ୍ସରେ କ୍ରିକେଟ ପାଇଁ ଅନ୍ତର୍ଜାତୀୟ […]
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍ସିକ୍ ସାଇନ୍ସ ସର୍ଭିସ୍ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ ପବ୍ଲିକ ପ୍ରସିକ୍ୟୁଶନ ନିର୍ଦ୍ଦେଶାଳୟରେ ୨୬୭ ପଦ ସୃଷ୍ଟି ହୋଇଛି।ସେଥିମଧ୍ୟରେ ଗୋଟିଏ ଯୁଗ୍ମ ନିର୍ଦ୍ଦେଶକ ପଦ ରହିଥିବାବେଳେ ୨ଟି ଉପନିର୍ଦ୍ଦେଶକ, ୨୦ ସହନିର୍ଦ୍ଦେଶକ, ୬୫ ବରିଷ୍ଠ ସାଇନ୍ସ ଅଫିସର, ୭୧ ସାଇନ୍ସ ଅଫିସର, ୨୧ ବରିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ଓ ୬୭ କନିଷ୍ଠ ଫରେନ୍ସିକ ଆଟେଣ୍ଡାଣ୍ଟ ପଦ ରହିଛି। ସେହିପରି ପବ୍ଲିକ୍ ପ୍ରସିକ୍ୟୁଶନ […]
ଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାରରୁ ଶବ ଚୋରି । ଏହି ଗ୍ରାମର ତାପସ ସାମଲଙ୍କ ମା’ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ସ୍ୱର୍ଗଦ୍ଵାରରେ ଶବକୁ ପୋତା ଯାଇଥିଲା । ଏହା ପରେ ଆଜି ଦଶାହ କର୍ମ ଥିବା ବେଳେ ପରିବାର ଲୋକେ ଦଶାହ କର୍ମ ପାଇଁ ସେଠାକୁ ଯାଇଥିଲେ । ସେଠାରେ ରୁକ୍ମଣୀ ପୋତା ହୋଇଥିବା ସ୍ଥାନକୁ କେହି ଖୋଳି ଶବ ନେଇ ଯାଇଥିବା ପରିବାର ଲୋକ ଦେଖିବା ପାଇଛନ୍ତି ।ଏପରିକି […]
