ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ବା ସୁଡଙ୍ଗ ନାହିଁ

ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ବି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ । ତେବେ ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏହା ଜଣାପଡିଛି । ଆଉ ଚୂଡାନ୍ତ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ ରହିଛି । କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି ହେବ । ରତ୍ନ […]

ଅଯୋଗ୍ୟ ହିତାଧ୍‌କାରୀ କେମିତି ଟଙ୍କା ପାଇବେ ସେଥି ପାଇଁ ଗାଇଡଲାଇନ୍ ଆସିବ

ସୁଭଦ୍ରା ଯୋଜନାରେ ତିଆରି ହେବ ନୂଆ ଗାଇଡ ଲାଇନ । ଅଯୋଗ୍ୟ ହିତାଧ୍‌କାରୀ କେମିତି ଟଙ୍କା ପାଇବେ ଏବଂ କିଭଳି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ନୂଆ ଗାଇଡ ଲାଇନ ଆସିବ । । ଦିନ ୩ଟା ରେ ଏନେଇ ବସିବ ବିଭାଗର ବଡ଼ ବୈଠକ। ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ […]

ସ୍କ୍ରବ୍ ଟାଇଫସରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି।

ସ୍କ୍ରବ୍ ଟାଇଫସରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ଲେକ୍ରୁ ସାହୁ (୫୮)। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଆଖିଦାଦର ଗାଁରେ |ସେ ନିଜ ଧାନ ଚାଷରେ ସାର ସିଞ୍ଚନ କରିବା ପାଇଁ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ସ୍କ୍ରବ ଟାଇଫଓ ପୋକ କାମୁଡିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ […]

ଆଜି ଖୋଲିଲା କୁଲଡିହା ଅଭୟାରଣ୍ୟ |

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ ତାରିଖରୁ ବନ୍ଦ ରହିଥିଲା କୁଳଡିହା ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ ତାରିଖରୁ ଅଭୟାରଣ୍ୟ ଖୋଲିବା ନେଇ ବନ ବିଭାଗ ତରଫରୁ ପ୍ରାକ୍ ପ୍ରସ୍ତୁତି ସରିଛି ।ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, […]

ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, […]

SBI କ୍ରେଡିଟ୍ କାର୍ଡ ଓ ମ୍ୟୁଚୁଆଲ ଫଣ୍ଡର ନିୟମରେ ପରିବର୍ତନ

ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ସହିତ ଜଡିତ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୧ରୁ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ୧ ରୁ ଆପଣଙ୍କୁ ଅନସେଫ SBI କ୍ରେଡିଟ୍ କାର୍ଡ ଉପରେ ପ୍ରତି ମାସରେ ୩.୭୫ ଟଙ୍କା ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ବିଦ୍ୟୁତ୍, ଓ୍ଵାଟର ବିଲ୍, ଏଲପିଜି ଗ୍ୟାସ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବାରେ ୫୦,୦୦୦ ରୁ ଅଧିକ ଟଙ୍କା ଦେୟ […]

ଆମ୍ବ ଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ, ୭ ଗୁରୁତର।

ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମ୍‌କେସିଜିରେ ମହିଳା ଓ ସ୍ଥାନାନ୍ତର ବେଳେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି । କାହିଁକି ମହିଳାମାନେ ଆମ୍ବ ଟାକୁଆ ଖାଇଥିଲେ? ଦାରିଦ୍ର୍ୟ ପାଇଁ […]

ଦୀପାବଳିରୁ ଧୀରେ ଧୀରେ ବଢିବ ଥଣ୍ଡା

ପୁଣି ଆସୁଛି ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ । ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି । ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା […]

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ । ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି| ତେବେ ଆଶ୍ୱସ୍ତିର […]

ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ।

ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ । ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।ସେହିପରି କୋହେନୂର ଓ ଖଡିରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦୁଇ ଦିନିଆ […]

ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ କରୁଥିଲେ ସାବଧାନ !

ଆଜିକାଲି ସବୁ ପ୍ରକାରେ ଚେଷ୍ଟା କରିବା ପରେ ସାଇବର ଠକ ବିଫଳ ହେବା ପରେ ଠକେଇର ନୂଆ ରାସ୍ତା ବାଛିଛନ୍ତି । ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରୁ ୟୁଜରଙ୍କ ଫଟୋ ନେଇ ଫେକ୍‌ ବା ନକଲି ଆକାଉଣ୍ଟ ତିଆରି କରୁଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କୁ ଟଙ୍କା ମାଗୁଛନ୍ତି । ଏଣୁ ପୋଲିସ ଏଥିପ୍ରତି ଲୋକଙ୍କୁ ସଚେତନ କରାଇଛି ।ଏଥିରୁ ବର୍ତ୍ତିବା ଲାଗି ମଝିରେ ମଝିରେ ଆପଣଙ୍କ ନାଁରେ ଅନ୍ୟ କୌଣସି ଫେକ୍‌ ଆକାଉଣ୍ଟ […]

ଧନ୍‌ତେରସ୍‌ ଅବସରରେ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ

ଦୀପାବଳି ପାଇଁ ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍‌ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪, ହଜାର […]