ଏବେ ହୋମ୍‌ ଲୋନଠୁ କାର୍ ଲୋନ ଯାଏଁ ସବୁ ହେଲା ଶସ୍ତା

ଦେଶର ବ୍ୟାଙ୍କିଙ୍ଗ ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଦେଶର କୋଟି କୋଟି ଲୋକଙ୍କୁ ଋଣ EMI ରେ ଆଶ୍ୱସ୍ତି ଦେଇଛି। ଆରବିଆଇର ଏମପିସି ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଯାହା ପରେ ରେପୋ ହାର ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ହୋଇଛି। ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, […]

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ ସୂଚନା । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ଗ୍ରାଉଣ୍ଡରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ ଏଭଳି ଘୋଷଣା କରିଛନ୍ତି ।ପ୍ରଭାତୀଙ୍କ ସୂଚନାନୁସାରେ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ମିିଳିବ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ […]

ଓଡ଼ିଶାରେ ପଡ଼ିବନି ଲଘୁଚାପ ପ୍ରଭାବ କିନ୍ତୁ ୧୮ଜିଲାକୁ କାଳବୈଶାଖୀ ସତର୍କତା

ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ପରବର୍ତ୍ତୀ ସମୟରେ ଗତିପଥ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହେବା ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଉପକୂଳରୁ ବହୁତ ଦୂର ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହେବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ।ଏପଟେ […]

ଏଣିକି ଔଷଧ ଦୋକାନରେ ଦେଇହେବନି ଇଂଜେକସନ

ରାଜ୍ୟର ଔଷଧ ଦୋକାନରେ ରୋଗୀମାନଙ୍କୁ ଇଂଜେକସନ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଏହା ନହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ସବୁ ସିଡିଏମଓଙ୍କୁ ଚିଠି କରାଯାଇଛି ।ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି । ଏହି କାରଣରୁ କିଛି ମାମଲାରେ […]

ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା, ଠିକ୍ ସମୟରେ ଆସିବ ମୌସୁମୀ

ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି । ବିଭିନ୍ନ ମଡେଲ୍‌କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର […]

ସାରଥୀଙ୍କ ପୂଜାକୁ ବିରୋଧ, ଭକ୍ତଙ୍କ ଉପରେ ଅଣ୍ଡା ମାଡ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ୩ ନମ୍ବର ୱାର୍ଡର ତ୍ରିଲୋଚନ ପାତ୍ରଙ୍କ ଘରେ ସାରଥୀ ବାବାଙ୍କ ପୂଜା ଚାଲିଥିବା ସମୟରେ ତନୁପୁର ଗାଁର ଲୋକେ ବିରୋଧ କରିଥିଲେ । ବିରୋଧ କରି ସାରଥି ଭକ୍ତଙ୍କ ଉପରକୁ କଲେ ଅଣ୍ଡା ମାଡ଼ । ଏସବୁ ସତ୍ତ୍ବେବି ଭଜନ କୀର୍ତ୍ତନ କରିନଥିଲେ ସାରଥି ଭକ୍ତ । ଫଳରେ ବାଧ୍ୟ ହୋଇ ଉତ୍ତେଜନା ବଢ଼ିବା ଦେଖି ପୋଲିସ ସାରଥି ଭକ୍ତଙ୍କୁ ବାହାର କରିଛି।ସୂଚନାଥାଉକି, ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ୍‌ ସାରଥି […]

କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଇଁ ମିଡ଼ିଆ ୱେଲ ଫର କମିଟି ଗଠନ

ରାୟଗଡ଼. ୮/୪() : ରାୟଗଡ଼ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଆଜି ଗଠନ ହୋଇଛି । ସ୍ଥାନୀୟ ବରିଷ୍ଠ ନାଗରିକ କଲ୍ୟାଣ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଏକ ଗୁୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ୨୦୦ରୁ ଉର୍ଦ୍ଧ ସାମ୍ବାଦିକ କାର୍ଯ୍ୟରତ ରହିଥିବା ବେଳେ ସେମାନଙ୍କ ବିଭିନ୍ନ ସମସ୍ୟା,ସୁରକ୍ଷା ଓ କଲ୍ୟାଣ ନିମନ୍ତେ ସର୍ବସମ୍ମତି କ୍ରମେ ଜିଲ୍ଲା ସାମ୍ବାଦିକ କଲ୍ୟାଣ କମିଟି ଗଠନ […]

ଓଡିଆ ପକ୍ଷ ପାଳନ ଅବସରରେ ୪୪ ୟୁନିଟ ରକ୍ତ ସଂଗ୍ରହ

ରାୟଗଡା,୦୮/୦୪ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଓଡିଆ ପକ୍ଷ ପାଳନ ଅବସରରେ ସଂସ୍କୃତି ବିଭାଗ,ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ସହଯୋଗରେ ଆଜି ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ରକ୍ତ ଦାନ ଶିବିରକୁ ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀ ଉଦଘାଟନ କରିଥିଲେ । ରାୟଗଡା ରକ୍ତଭଣ୍ଡାରର ଡାକ୍ତର ଗୌତମ ପଟନାୟକ,ସରୋଜକାନ୍ତ ଆଚାର୍ଯ୍ୟ,ବାଡି କିଶୋର କୁମାର,ଉମାକାନ୍ତ […]

ମା’ ତାରିଣୀଙ୍କୁ ସୁନାମୁକୁଟ ଦାନ କଲେ ଭକ୍ତ ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର […]

ଓଡ଼ିଶାରେ ହେବ ଶକ୍ତି କରିଡ଼ର ।

ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ସମ୍ପର୍କରେରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଶକ୍ତିପୀଠ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲି […]

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ତେବେ ତାରାତାରେଣୀ ଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ। କହିଛନ୍ତି ଯେ ସପ୍ତାହେ […]

ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ପ୍ରଦୀପ କୁମାର ଜେନା

ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଓଇଆରସି ଅଧ୍ୟକ୍ଷ ପଦ ଖାଲି ଥିଲା । ୧୯୮୯ ବ୍ୟାଚ୍ ର ଆଇଏଏସ ଅଫିସର ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ।ଇଲେକ୍ଟ୍ରିସିଟି ଆକ୍ଟ -୨୦୦୩ […]