ଖୁବ୍‌ ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌

ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଜଲଦି ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଏ ନେଇ ସୂଚନା ଦେଇଛନ୍ତି । ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଛି । ଆସନ୍ତା ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବିକ୍ରି ଆରମ୍ଭ କରିଦେବ ଓମଫେଡ୍ । ଏହାଛଡ଼ା ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ […]

ଆପ୍‌ର ସାହାରା ନେଇ ସର୍ବସ୍ୱ ଲୁଟିନେଉଥିବା ୯ ସାଇବର ଠକ ଗିରଫ

ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍‌ । ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ । ତାଙ୍କଠାରୁ ୩୧ଟି ମୋବାଇଲ, ୫ଟି ଲାପଟପ୍‌, ୭୮ଟି ବ୍ୟାଙ୍କ ATM କାର୍ଡ ଜବତ କରାଯାଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି ।ଭାରତୀୟ ହୋଇ ବିଦେଶରେ ଯାଇ ଲୁଚି ରହୁଛନ୍ତି । ବିଦେଶରେ ରହି ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ଅନେକ ଦେଶକୁ […]

ପୁଣି ଆଳୁକୁ ନେଇ ଚିନ୍ତା,ଢେଙ୍କାନାଳରେ ହତାସ ଆଳୁ ଚାଷୀ

ଢେଙ୍କାନାଳ ଜିଲ୍ଲାରେ ଏବେ ଆଳୁର ଅଭାବୀ ବିକ୍ରି ନେଇ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଳଭଣ୍ଡାର ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଏବେ ପଚିଯାଉଛି। ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗତ କିଛି ମାସ ପୂର୍ବେ ଆଳୁ କିଲୋ ପିଛା ଅନ୍ୟୁନ ୬୦/୭୦ଟଙ୍କା ଏପରିକି ଆଳୁ ପରିବା ବଜାରରେ ସ୍ୱପ୍ନ ପାଲଟି ଯାଇଥିଲା । ଏବେ କିନ୍ତୁ କିଲୋ ପିଛା 10 ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ […]

ମହିଳା କନଷ୍ଟେବଳ ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ରଖିଥିଲେ ଦୁଃଖଭରା ଷ୍ଟାଟସ

ବାଲେଶ୍ଵରରେ ଲେଡି କନେଷ୍ଟବଳ ଯଶୋଦା ଦାସ । ମୃତ୍ୟୁ ପଛରେ ପ୍ରେମ-ପ୍ରତାରଣା ନା ବ୍ୟକ୍ତିଗତ କାରଣ ? ଘଟଣା ସ୍ଥଳରେ ଟାଉନ ଡ଼ିଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ସାଙ୍ଗସାଥୀଙ୍କୁ ପଚରାଉଚୁରା କରିବା ସହ ମୋବାଇଲ ଓ ଡାଏରୀକୁ ଜବତ କରିଛି ।ଅନ୍ୟପଟେ ଜୀବନ ହାରିବା ପୂର୍ବରୁ ନିଜର ହ୍ଵାଟ୍ସଆପ ଷ୍ଟାଟସରେ କିଛି ଦୁଃଖ ଭରା ପୋଷ୍ଟ କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ଏକ ହାତଲେଖା ଚିଠି ମଧ୍ୟ ପୋଲିସର […]

ଛୁରାମାଡ଼ ଖାଇଲେ ଦୁଇ ପୋଲିସ କନଷ୍ଟେବଳ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ସି ବ୍ଲକ୍ ଠାରେ ଦୁଇ ପରିବାର ମଧ୍ଯରେ ଝଗଡ଼ା ହେବାର ଖବର ପାଇ, ଟେନସା ଫାଣ୍ଡିରୁ ଦୁଇ ଜଣ କନେଷ୍ଟବଳ ପୃଥ୍ବୀରାଜ ପରିଡ଼ା ଓ ଶ୍ରୀ ରାଉତରାୟ ସ୍ଥିତି ସମାଧାନ ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ସେଠାରେ ଦୁହେଁ ପରିବାର ଲୋକଙ୍କ ହାତରୁ ଟାଙ୍ଗିଆ ଛଡ଼ାଉଥିବା ବେଳେ ଜଣେ ଲୋକ ଛୁରୀ ଆଣି ଦୁଇ କନଷ୍ଟେବଳଙ୍କୁ ଭୁସି ଦେଇଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଟେନ୍‌‌ସା […]

ବିଜେଡି ଯୁବ ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ କହିଛନ୍ତି।ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି । ସେମାନେ କାହା ଇସାରାରେ ପରିଚାଳିତ […]

ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତଭଣ୍ଡାର ଠାରେ ଜିଲ୍ଲା ରେଡକ୍ରସ, ରେଡକ୍ରସ ଭଲ୍ୟୁଣ୍ଟିୟରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ରକ୍ତ ଦାନ ଦିବସ ‘ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଦିବସ ଅଭିଯାନରେ ଉପସ୍ଥିତ ରହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ,ଏ ଡିଏମ ଡ଼ ଅଜୟ କୁମାର […]

ସାମ୍ବାଦିକାଙ୍କୁ ମାଡ଼ ଘଟଣାରେ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ଦେଲା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରି ଆଜି ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ସୂଚନା ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ଘଟଣା ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ସାମ୍ବାଦିକ ମାନେ ୩୬ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅନଶନରେ ବସି ଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ […]

ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର।

ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ସେହିପରି ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ରାଜଧାନୀରେ ଆରମ୍ଭ ହେଲା ଲେନ ଡ୍ରାଇଭ

ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଶନରେଟ ଅଫ ପୋଲିସ ପକ୍ଷରୁ ଲେନ୍ ଡ୍ରାଇଭିଂକୁ ଗୁରୁତ୍ୱ। ରାସ୍ତାରେ ଲେନ୍ ମାଧ୍ୟମରେ ଗାଡି ଚଳାଇ ହେଲା ଟେଷ୍ଟିଙ୍ଗ। ଜୟଦେବ ବିହାର ଛକରେ ଟେଷ୍ଟିଙ୍ଗ କରାଯାଇଛି। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ କୋନ୍‌ ରଖାଯିବ। ଗାଡ଼ିଗୁଡ଼ିକ କୋନ୍‌ରେ ଦର୍ଶାଯାଇଥିବା ଲେନ୍‌ରେ ହିଁ […]

ଏବେ କାର୍ଡ ନୁହେଁ, QR ମାଧ୍ୟମରେ ହେବ ସମସ୍ତ କାମ

ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଖୁବ୍‌ଶୀଘ୍ର ଆଉ ଆଧାର କାର୍ଡ କିମ୍ବା ଫିଜିକାଲ କାର୍ଡର ଫଟୋ କପି ଆବଶ୍ୟକ ପଡିବ ନାହିଁ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଆଧାର। ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି। ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ […]

ଏବେ ହୋମ୍‌ ଲୋନଠୁ କାର୍ ଲୋନ ଯାଏଁ ସବୁ ହେଲା ଶସ୍ତା

ଦେଶର ବ୍ୟାଙ୍କିଙ୍ଗ ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଦେଶର କୋଟି କୋଟି ଲୋକଙ୍କୁ ଋଣ EMI ରେ ଆଶ୍ୱସ୍ତି ଦେଇଛି। ଆରବିଆଇର ଏମପିସି ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଯାହା ପରେ ରେପୋ ହାର ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ହୋଇଛି। ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, […]