ସ୍ୱାମୀ ସ୍ତ୍ରୀ କଳହକୁ ନେଇ ଜଳଭଣ୍ଡାରକୁ ଡେଇଁଲେ ମହିଳା

ପାରିବାରିକ କହଳକୁ କେନ୍ଦ୍ର କରି ଗୁରୁବାର ଜଣେ ମହିଳା କୋରାପୁଟ ନିକଟ କୋଲାବ ଜଳଭଣ୍ଡାରକୁ ଡେଇଁ ନିଖୋଜ ଅଛନ୍ତି। ନିଖୋଜ ମହିଳା ହେଲେ ଚାନ୍ଦିନୀ ବିଶୋୟୀ। ନିଖୋଜ ଚାନ୍ଦିନୀଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ଆଜିର ଦିନରେ ବେସ୍ତ ବହୁଳ ଜୀବନ ଭିତରେ ନିଜ ନିଜ ର କାମ କିମ୍ବା କୌଣସି କଥାକୁ ନେଇ ମଣିଷ ନିଜର ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନ ଥିବା […]

ଦୀପାବଳିରେ ଏକ ନମ୍ବର ହାଟ ଫୁଟପାଥରୁ ଦୀପ, ସଳିତା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁସାରେ ଦୀପାବଳିରେ ସାନ୍ତାଳୀ ମାନଙ୍କ ବଡ଼ ପର୍ବ ସୋହରାଇ ପୂଜାରେ ସାମିଲ ହେବେ ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ […]

୨ରୁ ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତଦିନିଆ ଲଣ୍ଡନ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ […]

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ-ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।ଖବର ଅନୁଯାୟୀ, ଗତ ୧୦ ଦିନ ତଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନୟାପଲ୍ଲୀ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଥିଲା ନୟାପଲ୍ଲୀ ଥାନା ପୋଲିସ । […]

ଲଦାଖ ଏଲଏସିରେ ସୁଧୁରୁଛି ସ୍ଥିତି

କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ ପରସ୍ପର ମିଠା ବିନିମୟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘର୍ଷ ହୋଇଥିବା ଡେପସାଙ୍ଗ ଏବଂ ଡେମଚୋକରେ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ପୂର୍ବରୁ ଦୁଇ ଦେଶର ସେନା ପଛକୁ ଫେରିବା ଶେଷ ହେବାର ଖବର ଆସିଛି।୨୦୨୦ରେ ଗଲୱାନ ସଂଘର୍ଷ ପରେ ଏହି ବିବାଦୀୟ ଅଞ୍ଚଳରେ ଉଭୟ ଦେଶ […]

ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି । ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା । 

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପ୍ରକୃତରେ ଦେଶର ଦେଶର ସୁନା ଭଣ୍ଡାର, ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ। ଆରବିଆଇ ଗୋଲ୍ଡ ରିଜର୍ଭର କିଛି […]

କନ‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ସିପାହି/କନ‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହି/କନଷ୍ଟେବଲ୍‌ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା […]

୮୨ ବର୍ଷରେ ଓଡ଼ିଆରେ ଏମ୍‌ଏ ପାସ୍‌ କଲେ ଗୋପୀନାଥ

ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ ବିଶ୍ୱାଳ।ବୟସର ଅପରାହ୍ନରେ ସମସ୍ତେ ଚୁପଚାପ ଘରେ ବସି ରହୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପାଠ ପଢ଼ିବାର ଆଗ୍ରହ ଅଧିକ ଥିଲା । ଛୋଟ ବେଳରୁ ଆଶା ରଖିଥିଲେ କେମିତି ପାଠ […]

ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ମାନୁନାହାନ୍ତି,ଆଜି ଦୀପାବଳି ପାଳିଲେ ଅଶୁଭ!

କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ […]

ନଭେମ୍ବର ୧ରୁ ୭ ମାସ ଧରି ଅଲିଭ୍‌ରିଡ୍‌ଲେ କଇଁଛ ପାଇଁ କଟକଣା

ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍‌ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ ତାରିଖରୁ ମେ ୩୧ ଯାଏ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ। ଏଥିସହ ଏହି ବିରଳ ଅଲିଭ୍‌ […]

ଆଜି ଆଲୋକର ପର୍ବ ଦୀପାବଳି ।

ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ ।ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ […]

ପୁରୀ ଷ୍ଟେସନରୁ ୧୫୦ ଅଫୁଟା ଗୁଳି ଜବତ

ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ । ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି । ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା । ଆଉ ଯାଞ୍ଚରୁ ଏହା ଭିତରୁ ୧୫୦ଟି ୮ ଏମଏମ ଗୁଳି ଉଦ୍ଧାର ହୋଇଛି l ଏନେଇ ଆରପିଏଫ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଇଥିବାବେଳେ ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ […]