ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲ ଭିତରେ ଗଡିଲା ମୁଣ୍ଡ । ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା । ମୃତକ ନାମ ପିତାମ୍ବର ଜେନା। ସେ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱରର ଡ଼ମଣା ସ୍ଥିତ ହୋଟେଲ ମା’ ତାରାଦେଇରେ । ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ପିତାମ୍ବର ଜେନା । ଡମଣା ସ୍ଥିତ ମା’ ତାରାଦେଇ […]
ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ।ଓଡ଼ିଶାର ସର୍ବୋତ୍ତମ ମନ୍ଦିର ସ୍ଥାପତ୍ୟର ନିଦର୍ଶନ କୋଣାର୍କ ସୂର୍ଯ୍ୟମନ୍ଦିର ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ଏହା ସୂର୍ଯ୍ୟ ଭଗବାନଙ୍କୁ ନେଇ ଏକ ବିରାଟ ରଥ ଆକାରରେ ନିର୍ମିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀରେ ରାଜା […]
ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନା କରାଯିବ । ଏନେଇ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଜାରି କରାଯାଇଛି । ଡିସେମ୍ବର ୩୧ ଯାଏଁ ଚାଲିବ ଏହି ଶୀତ କାଳୀନ ଅଧିବେଶନ ।ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ […]
ରାଜଧାନୀରେ ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗତ ୨୮ ତାରିଖରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କର ଦୁଇ ଜଣ ସହଯୋଗୀ ଯୁବତୀଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ତେବେ ପତ୍ନୀ ଶୁଭଶ୍ରୀ ନାଏକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସ୍ୱାମୀ ଓ ସମ୍ପର୍କୀୟ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ସନ୍ଦେହ ହେବା ପରେ ତଦନ୍ତ […]
ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛନ୍ତି। ଏହା ଦ୍ବାରା ଏହି ଯୋଜନାରୁ ବାଦ୍ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ। ବାଦ୍ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା। ଅଙ୍ଗନବାଡ଼ି କର୍ମୀମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ ହେବ। ବାରମ୍ବାର ଚେକ […]
ଚଳିତବର୍ଷ ପ୍ରଥମକରି ଓଡିଶା ସୋସାଇଟି ଅଫ୍ ୟୁକେ ପକ୍ଷରୁ ନଭେମ୍ବର ୩୦ରେ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ବ୍ରିଟେନ ସ୍ଥିତ ଟାଉନଲି ବିଦ୍ୟାଳୟ,ବେକ୍ସଲି, ଲଣ୍ଡନ ସ୍କୁଲରେ ହେବାକୁ ଥିବା ଏହି ଯାତ୍ରାରେ ବିଭିନ୍ନ ଦେଶରୁ ୨୦ ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗଦେଇ ନିଜ ବ୍ୟବସାୟ ପ୍ରଦର୍ଶନ କରିବେ । ବ୍ରିଟେନରେ ଗଢିଉଠିଥିବା ଏହି ସୋସାଇଟି ର ମୁଖ୍ୟ ଉଦ୍ଦେଶ୍ୟ ଓଡିଶା ର ସଂସ୍କୁତି ଏବଂ ପରମ୍ପରାକୁ ଲୋକ ଲୋଚନକୁ ଆଣିବା ଏବଂ ଓଡିଶାରେ ପୁଞ୍ଜି ନିବେଶ […]
ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ ଅଟେ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ ଯେ ଯାତ୍ରାରେ ଅଶ୍ଲୀଳତା ଯେମିତି ରହିବ ନାହିଁ କାରଣ ଏଠି ମହିଳାଙ୍କ ସହିତ ଛୋଟ ପିଲା ବି ଆସୁଛନ୍ତି । ସରକାର ବି ଏ ଦିଗରେ […]
୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ E-KYC। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଓଡ଼ିଶାରେ ବହୁ ବିଦେଶୀ, ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି । ବର୍ଷ ବର୍ଷ ଧରି ସେମାନେ କାର୍ଡରେ ମାଗଣା ରାସନ ସାମଗ୍ରୀ ଉଠାଇ ଚାଲିଛନ୍ତି । ବଡ କଥା ହେଉଛି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟା ଥିବା ଜଣାପଡିଛି । ଆଉ […]
ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଜେଲ୍ ଯିବେ । ବୁଧବାର ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି । ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ | ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା […]
ମାତ୍ର କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର । କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରମାନଙ୍କର ପୋଷାକ ପରିଧାନରେ ବି ଶାଳୀନତା ରହିବ ।ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ […]
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଜଣେ ଅଧେ ନୁହେଁ ବରଂ ଏକାଥରେ ୮୪୩ ସରକାରୀ ଅଧିକାରୀ ଙ୍କ ଦରମା ବନ୍ଦ ପାଇଁ ପ୍ରତି ବ୍ଲକ କୁ ଚିଠି କରିଛନ୍ତି ମୟୂରଭଞ୍ଜ ଜିଲାପାଳ ହେମକାନ୍ତ ସୟ।ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ଟ୍ୟାଗିଂ ପାଇଁ […]
ଶ୍ରୀମନ୍ଦିରରେ ନଭେମ୍ବର ୧ରେ ଦୀପାବଳି । ଏହି ଦିନ ପୟାଶ୍ରାଦ୍ଧ ବି ପଡୁଛି । ଏଭଳି ସ୍ଥିତିରେ ଅନ୍ୟ ପାଞ୍ଜିରେ ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ଉଲ୍ଲେଖ ହେବା ଲୋକଙ୍କୁ ବିଭ୍ରାନ୍ତିରେ ପକାଉଛି । ପୂର୍ବରୁ ଦୁର୍ଗାପୂଜାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଏବେ ଦୀପାବଳିକୁ ନେଇ ଦ୍ବନ୍ଦ୍ବ ଉପୁଜୁଛି। ଏଭଳି ଦ୍ବନ୍ଦ୍ବ ଭିତରେ ପେଷି ହୋଇ ଯାଉଛନ୍ତି ସାଧାରଣ ଜନତା। ଫଳସ୍ବରୂପ ତିଥି, ନକ୍ଷତ୍ର ଆଦି ଗଣତିକୁ ନେଇ ପାଞ୍ଜି ଓ ପାଞ୍ଜିକାରଙ୍କ ଉପରୁ ଲୋକଙ୍କ […]
