ସ୍ୱର୍ଗଦ୍ୱାରରେ ଏଣିକି ଗଛ କାଠ ବଦଳରେ ଗୋବର କାଠ ବା ଘସିରେ ହେବ ଶବ ଦାହ।

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ । ତେବେ ସ୍ୱର୍ଗ ଦ୍ୱାର କମିଟି ସହ ଏନେଇ ଆଲୋଚନା କରାଯିବ […]

ଓଡ଼ିଶାକୁ ଆସିବେ ୫ ବାଘୁଣୀ ।

ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଗତ କାଲି ଯମୁନାର ସ୍ୱାସ୍ଥ୍ୟବସ୍ଥା ଦେଖି ନୂଆ ବାଘୁଣୀ ଆସିବାର ଧାର୍ଯ୍ୟ ହେବ ଦିନ । ତେବେ ଯମୁନାକୁ ଛଡାଯିବା ପରେ ସେ ସମ୍ପୂର୍ଣ ଭାବରେ ଖୁବ୍ ଫୁର୍ତ୍ତିର ସହ ଖେଳୁଛି ଓ ସୁସ୍ଥ ଅଛି ବୋଲି ସୂଚନା […]

ପାଟନା ମେଟ୍ରୋ ଟନେଲ କାମବେଳେ ୨ ଓଡ଼ିଆ ଶ୍ରମିକ ମୃତ

ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଏହି ଘଟଣାକୁ ମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି। ଏନେଇ ବିହାର ସରକାରଙ୍କ ସହ ଆଲୋଚନା ବି କରିବେ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ। […]

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି |ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି । ତେବେ ବାତ୍ୟା ଯୋଗୁ ୫ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖା […]

ଗର୍ଭ ଯନ୍ତ୍ରଣା ପାଉଥିବା କର୍ମଚାରୀଙ୍କୁ ଛାଡିଲେନି ସିଡିପିଓ

କେନ୍ଦ୍ରାପଡା , ଡେରାବିଶ ବ୍ଲକ ମହିଳା ଓ ଶିଶୁ ସମନ୍ୱିତ ବିଭାଗରୁ ଆସିଛି ଏଭଳି ଏକ ଅଭିଯୋଗ । ଯେଉଁଠି ଗର୍ଭବତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କର୍ମ କ୍ଷେତ୍ରରେ ବି ଗର୍ଭବତୀଙ୍କ ଚିକିସ୍ଛା , ଯତ୍ନ ନେଇ ଅନେକ ଗୁରୁତ୍ୱ ଦିଆଯାଉଛି । ହେଲେ ଏହା ସତ୍ତ୍ୱେ ଜଣେ ଗର୍ଭବତୀ କର୍ମଚାରୀଙ୍କୁ ଉପରିସ୍ଥ ଅଧିକାରୀ ଅସହେଯାଗ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଡେରାବିସ ବ୍ଲକ୍‌ […]

‘ସ୍ୱରଶ୍ରୀ’ ସମ୍ମାନ ପାଇଁ ‘ଶ୍ରୀ ସୃଜନ’ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼, (ଓଡ଼ିଶା ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ ନଭେମ୍ବର ୨୦୨୪ ରେ   ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି […]

୧ ଦିନ ପରେ ବି ଶବ ସତ୍କାର ପାଇଁ ମିଳୁନି ଜାଗା

ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ । ଗତକାଲି ସକାଳେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏ ମୃତଦେହ ଘରେ ପଡ଼ି ରହିଛି।ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ। ଧର୍ମ ପରିବର୍ତ୍ତନ ଅଭିଯୋଗ ବିବାଦରୁ ଶବ ଦାହ ପାଇଁ ଗ୍ରାମବାସୀ ଅରାଜି ହେବାରୁ ପ୍ରଶାସନ ବୁଝାସୁଝା ସତ୍ତ୍ବେ ବି ମାନୁ ନାହାନ୍ତି ଗାଁର ଲୋକ। ମୃତକ ହେଲେ ପଣ୍ଡିକୋଟ ଗାଁର […]

ଓଲଟିଲା ମଦ ବୋଝେଇ ଟ୍ରକ, ପେଟି ପେଟି ବୋହିନେଲେ ଲୋକେ

ଓଲଟିଲା ମଦ ବୋଝେଇ ଟ୍ରକ । ପେଟି ପେଟି ବିଦେଶୀ ମଦ ବୋହିନେଲେ ଲୋକେ । କଟକ ଜିଲ୍ଲା ସାଲେପୁର- ନନ୍ଦୋଲଗଡା ଭାତପଡା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଶହ ଶହ ବୋତଲ ମଦ ବୋହି ନେଇଛନ୍ତି ଲୋକେ । ପୋଲିସ ପହଞ୍ଚି ବା ସମୟରେ ରାସ୍ତାରେ ଭଙ୍ଗା କାଚ ଗଦା […]

୧୯୯୯ ମସିହା ମହାବାତ୍ୟା କୁ ପୁରିଛିି ୨୫ ବର୍ଷ ।

୧୯୯୯ ମସିହା ଆଜିର ଦିନରେ ଓଡିଶା ଦେଖିଥିଲା ମହାବାତ୍ୟା। ଆଜି ବି ସେଦିନ କଥା ମନେ ପଡିଲେ ଲୋମ ଟାଙ୍କରୀ ଉଠେ। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଆଜି ବି ଅନେକ ଲୋକ ମହାବାତ୍ୟାର ସେହି କରାଳ ରୂପକୁ ଭୁଲିପାରିନାହାନ୍ତି।ଛାତି ଥରିଉଠେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ରହୁଥିବା ଲୋକଙ୍କର । ମେଘ ସାଙ୍ଗକୁ […]

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଶିଳ୍ପା ସେଟ୍ଟୀ

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେ ମନ୍ଦିର ଭିତରେ ଫଟୋ ଉଠାଇବା ସହ ଭିଡିଓ କରି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି।ଆଉ ଅଭିନେତ୍ରୀଙ୍କ ମନ୍ଦିର ଭିତରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ କେମିତି ଏବଂ କାହା […]

ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନେଇ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ

ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବିଭାଗର ମନ୍ତ୍ରୀଗଣ, ଅତିରିକ୍ତ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଶାସନ […]

କେବେ କାଳୀ ପୂଜା, କେବେ ଦୀପାବଳି ଜାଣନ୍ତୁ

ଚଳିତ ବର୍ଷ ପୁଣି ଥରେ କାଳୀ ପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି । କାହିଁକିନା ସାଧାରଣଃ ଗୋଟିଏ ଦିନରେ ହିଁ କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଳନ କରାଯାଏ । ହେଲେ ଚଳିତ ବର୍ଷ ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟା ଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ। ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା […]